Odisha Daily News Live: ଆଜି କେନ୍ଦ୍ର ବଜେଟ୍‌, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2348375

Odisha Daily News Live: ଆଜି କେନ୍ଦ୍ର ବଜେଟ୍‌, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

 Odisha Daily News Live: ଆଜି କେନ୍ଦ୍ର ବଜେଟ୍‌, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

23 July 2024
17:30 PM

Odisha News Live Updates: ସାନ ଭାଇର ପରିବାରକୁ ସଫା କରିଦେଲା ଯବାନ ବଡ଼ ଭାଇ
ହରିୟାଣାସ୍ଥିତ ଅମ୍ବାଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇ ଏକର ଜମିକୁ ପାଇଁ ଚାଲିଥିବା ବିବାଦକୁ ନେଇ ଜଣେ ଅବସରପ୍ରାପ୍ତ ସୈନିକ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କ ସହ ମିଶି ସାନଭାଇଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଗଳା କାଟି ହତ୍ୟା କରି ଦେଇଛନ୍ତି। ଏମିତି କି ଏହାକୁ ଅଟକାଇବାକୁ ଆସିଥିବା ମା’କୁ ବି ସୈନିକ ହତ୍ୟା କରିବାକୁ ପଛାଇ ନଥିଲେ।

17:30 PM

Odisha News Live Updates: ଗାଡି ଚୋରଙ୍କ ଗ୍ୟାଙ୍ଗରେ ଥିବା ଜିଆରପି କନେଷ୍ଟବଳଙ୍କୁ ଧରିଲା ପୁଲିସ
ରାଜସ୍ଥାନର କୋଟା ଗ୍ରାମୀଣ ପୁଲିସ ଏକ କୁଖ୍ୟାତ ଗାଡି ଚୋର ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ତିନୋଟି ରାଜ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଯାନ ଚୋରି ମାମଲା ପଞ୍ଜିକୃତ ହୋଇଛି। ଯେତେବେଳେ ପୁଲିସ ଅଭିଯୁକ୍ତଙ୍କ ରେକର୍ଡ ଖୋଜିବା ଆରମ୍ଭ କଲା ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜିଲ୍ଲା ପୁଲିସ ଅଧୀକ୍ଷକ କରଣ ଶର୍ମା କହିଛନ୍ତି ଯେ ଜୟପୁରରୁ ଏକ କଳା କାର ଚୋରି ହୋଇଥିବା ସୂଚନା ମିଳିଥିଲା। ଏହାକୁ ନେଇ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ | ଏନେଇ ଅଭିଯୋଗ ମିଳିବା ପରେ ଜୟପୁର ପୁଲିସ ସେମାନଙ୍କ ପିଛା କରିଥିଲା, ଏହାପରେ ସେମାନଙ୍କୁ କୋଟା ଅଂଚଳରୁ ଧରାଯାଇଥିଲା |ଏହି କାରଟି ଜୟପୁର ଜିଲ୍ଲାର ରାମ ନାଗ୍ରି ପୁଲିସ ଷ୍ଟେସନ ଅଂଚଳରୁ ଚୋରି ହୋଇଥିଲା।

 

15:32 PM

Odisha News Live Updates: ତୃତୀୟ ଥର ପାଇଁ ମୁଲତବୀ ହେଲା ଗୃହ
ଆଜି ହଟ୍ଟଗୋଳରେ ଶେଷ ହୋଇଛି ଗୃହ କାର୍ଯ୍ୟ। ଅପରାହ୍ଣ ୪ଟାରେ ତୃତୀୟ ଥର ପାଇଁ ଗୃହ ମୁଲତବୀ ହୋଇଛି। ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି।

15:32 PM

Odisha News Live updates: ଅସହିଷ୍ଣୁ ହୋଇ ବିରୋଧୀ ଗୃହ ଚଳାଇବାକୁ ଦେଉନାହାନ୍ତି: ଟଙ୍କଧର ତ୍ରିପାଠୀ
ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଦୁଇ ଦୁଇ ଥର ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ପ୍ରଥମେ ଏହାକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ହେଲେ ପୁଣି ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଟଙ୍କଧର ତ୍ରିପାଠୀ କହିଛନ୍ତି, ଦୀର୍ଘ ୨୪ ବର୍ଷର ସରକାରରେ ବିରୋଧୀ ଯେଉଁ କାମ କରିପାରିନଥିଲେ, ମାତ୍ର ମାସକରେ ମୋହନ ସରକାର ସେ କାମ କରିଦେଖାଇଛନ୍ତି । ସେଥିପାଇଁ ଅସହିଷ୍ଣୁ ହୋଇ ଅସହିଷ୍ଣୁତାର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ବିରୋଧୀ। ବିରୋଧୀ ଗୃହ ଚଳାଇବାକୁ ଦେଉନାହାନ୍ତି।

 

13:45 PM

Budget 2024: 
-ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ
-ଲୋନ୍‌ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା
-ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ

 

12:33 PM

Odisha News Live updates: ଉପବାଚସ୍ପତି ପଦ ପାଇଁ ନାମାଙ୍କନ 
ଉପ ବାଚସ୍ପତି ନାମାଙ୍କନ ପତ୍ର ଦାଖଲ ଅବସରରେ ବିଧାନସଭା ସଚିବଙ୍କ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ମଣ୍ତଳ ର ସଦସ୍ୟ ବୃନ୍ଦ ଏବଂ ବିଧାୟକଗଣ ।

12:32 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବଦଳିଲା ନୂଆ କର ସ୍ଲାବ। ନୂଆ କର ସ୍ଲାବ ଅନୁଯାୟୀ ବାର୍ଷିକ ୩ ଲକ୍ଷ ଆୟ ପର୍ଯ୍ୟନ୍ତ କୌଣସି କର ଦେବାକୁ ହେବ ନାହିଁ।  ସେହିପରି ୩-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୫ ପ୍ରତିଶତ, ୭ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୧୦ ପ୍ରତିଶତ, ୧୦ ରୁ ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟ ଉପରେ ୧୫ ପ୍ରତିଶତ କର, ୧୨ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୨୦ ପ୍ରତିଶତ କର, ୧୫ରୁ ଊର୍ଦ୍ଧ୍ୱ ଆୟରୁ ୩୦ ପ୍ରତିଶତ କର ଦେବେ କରଦାତା।

12:23 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
କର୍ମଚାରୀଙ୍କ ଷ୍ଟାଣ୍ଡାର୍ଡ ଡିଡକସନ ୭୫ ହଜାର ଟଙ୍କା ହେବ। ୫୦ ହଜାରରୁ ବୃଦ୍ଧି ପାଇଁ ଏହା ୭୫ ହଜାର ଟଙ୍କା ରହିଛି। ସେହିପରି ନୂଆ କର ବ୍ୟବସ୍ଥା ଅନୁଯାୟୀ ୦-୩ ଲକ୍ଷ ପର୍ଯ୍ୟନ୍ତ ଦରମା ପାଉଥିବା ବ୍ୟକ୍ତିବିଶେ କର ଶୂନ୍ୟ ରହିବେ। ସେହିପରି ୩-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ୫ ପ୍ରତିଶତ, ୭ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ, ୧୦ ରୁ ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ୧୫ ପ୍ରତିଶତ କର, ୧୨ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ 20 ପ୍ରତିଶତ କର , ୧୫ରୁ ଊର୍ଦ୍ଧ୍ୱ ଆୟରୁ ୩୦ ପ୍ରତିଶତ କର ଦେବେ। 

 

12:23 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
-୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ
-ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ
-ଏକ୍ସରେ ଟ୍ୟୁବ୍‌ ଉପରୁ ମଧ୍ୟ ଶୁଳ୍ପ ହ୍ରାସ ନେଇ ଘୋଷଣା

12:21 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆୟକର ଆଇନ ପ୍ରତି 6 ମାସରେ ସମୀକ୍ଷା କରାଯିବ। ଇ-ବାଣିଜ୍ୟ ଉପରେ TDS ହାର 0.1% କୁ ହ୍ରାସ ପାଇବ।

12:16 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
କ୍ରେଡିଟ୍, ଏମ୍ଏସ୍ଏମ୍ଇ ସେବା ବିତରଣ ସହିତ ସାତୋଟି କ୍ଷେତ୍ରରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ପ୍ରୟୋଗର ବିକାଶ ପାଇଁ ସରକାର। ଆନ୍ଧ୍ରପ୍ରଦେଶର ରାଜଧାନୀର ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷ ଏବଂ ଭବିଷ୍ୟତ ବର୍ଷରେ 15,000 କୋଟି ଟଙ୍କା ପ୍ରଦାନ କରିବାକୁ ସରକାର। ସହରାଞ୍ଚଳ ଘର ପାଇଁ ସୁଲଭ ମୂଲ୍ୟରେ ଋଣ ପାଇଁ ସରକାର ସୁଧ ସବସିଡି ଯୋଜନା ଆଣିବେ।

12:14 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

  • ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ ଶସ୍ତା ହେବ
  • ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା
  • ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ
12:14 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଇସ୍ପାତ ଓ ତମ୍ବା ହେଉଛି ଜରୁରୀ କଞ୍ଚା ମାଲ। ଫେରୋ ନିକଲ ଓ ବ୍ଲିଷ୍ଟର କପର ଉପରୁ ବିସିଡି ହଟାଇବା ପାଇଁ ପ୍ରସ୍ତାବ। ଟିଡିଏସ ଓ କ୍ୟାପିଟାଲ ବୃଦ୍ଧି ଉପରେ କାର୍ଯ୍ୟ କରିବୁ। 

12:11 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଦେଶରେ କ୍ଷୁଦ୍ର ଏବଂ ମଡ୍ୟୁଲାର ଆଣବିକ ରିଆକ୍ଟରଗୁଡିକର ବିକାଶ ଉପରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, 'ଛୋଟ ରିଆକ୍ଟର ପ୍ରତିଷ୍ଠା, କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ଗବେଷଣା ଏବଂ ବିକାଶ ତଥା ଆଣବିକ ଶକ୍ତି ପାଇଁ ନୂତନ ଜ୍ଞାନକୌଶଳର ବିକାଶ ପାଇଁ ଭାରତ ଘରୋଇ କ୍ଷେତ୍ର ସହ ସହଭାଗୀତା କରୁଛି।

12:09 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ସୁନା ଚାନ୍ଦୀର କଷ୍ଟମ ଡ୍ୟୁଟିରେ ହ୍ରାସ। ଶସ୍ତା ହେଲା ମୋବାଇଲ ଫୋନ। ସୁନା ଓ ରୂପା କଷ୍ଟମ ଡ୍ୟୁଟି ରେ ମଧ୍ୟ ହ୍ରାସ। ଔଷଧରେ ମଧ୍ୟ ହ୍ରାସ ଘଟିବ। ମୋବାଇଲ ଉତ୍ପାଦ ମୂଲ୍ୟରେ ମଧ୍ୟ ହ୍ରାସ । ସୀମା ଶୁଳ୍କ ୬.୪ ପ୍ରତିଶତରୁ ହ୍ରାସ ପାଇଁ ୬ ପ୍ରତିଶତ କରାଯାଇଛି। 

12:08 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
-ପିଏମ୍‌ ସୂର୍ଯ୍ୟ ଘର ଯୋଜନା ଉପରେ ଗୁରୁତ୍ବ
-ଏକ କୋଟି ଘରେ ରୁଫ୍‌ ଟପ୍‌ ସୋଲାର ସ୍ଥାପନ କରାଯିବ
-କ୍ଷୁଦ୍ର ଆଣବିକ ରିୟାକ୍ଟର ସ୍ଥାପନ ଉପରେ ଗୁରୁତ୍ବ
-ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ବ

12:06 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
-ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା
-ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି
-ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ

12:04 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ରାଜକୋଷୀୟ ଦୂରଦର୍ଶିତା ସରକାର ରହିବେ। ୩୨.୦୭ ଲକ୍ଷ କୋଟି ଟଙ୍କା ର ବ୍ୟୟବରାଦ। ୨୦୨୪-୨5 ପାଇଁ ମୋଟ ୩୨.୦୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ। ୪୮.୨୧ ଲକ୍ଷ କୋଟି ଟଙ୍କା ଅନୁମାନ। ରାଜକୋଷିୟ ଘାତା ଜିଡିପି ୪.୯ ପ୍ରତିଶତ ବୋଲି ଅନୁମାନ କରିଛି। ଅର୍ଥବ୍ୟବସ୍ଥାର ଲାଭ ହେବ। ଆସନ୍ତା ବର୍ଷ ଘଟା ୪.୫ ପ୍ରତିଶତ ଠାରୁ ତଳକୁ ଆଣିବାକୁ ଫୋକସ। ସରକାର ଏହି ଦିଗରେ କାର୍ଯ୍ୟ କରୁଛନ୍ତି। 

12:02 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପରବର୍ତ୍ତି ପୀଢିର ଉନ୍ନତି ପାଇଁ ସରକାର ଚିନ୍ତିତ। ରୋଜଗାର ପାଇଁ ନୂଆ ଆର୍ଥିକ ଫ୍ରେମୱାର୍କ କରିବେ। 

12:00 PM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅସମାନତାକୁ କମ କରିବା ପାଇଁ ପ୍ରଦୌଗିକ ପ୍ରୟାସ। ଉତ୍ପାଦନ ପାଇଁ ଉତ୍ପାଦକତା ଉପରେ ଫୋକସ। ବଜାର ଓ କ୍ଷେତ୍ରକୁ ଅଧିକ କୌଶଲ କରିବା ପାଇଁ ପ୍ରୟାସ। 

11:57 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଭାରତକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନର କେନ୍ଦ୍ରସ୍ଥଳି କରିବାକୁ ରରକାର ପ୍ରୟାସ କରୁଛନ୍ତି। ରୋଜଗାର, ନିବେଶ କରିବା ପାଇଁ ମଧ୍ୟ ସରକାର ପ୍ରୟାସ କରିଆସୁଛନ୍ତି। ଏହା ସହିତ ପରୋକ୍ଷରେ ଆର୍ଥିକ ସ୍ଥିତି ବୃଦ୍ଧି ପାଇଁ ସରକାର ପ୍ରୟାସ କରୁଛନ୍ତି। ପର୍ଯ୍ୟଟନ ସର୍ବଦା ଆମର ସଭ୍ୟତାର ଅଂଶ ହୋଇ ରହିଛି। ସେହିପରି ଆର୍ଥିକ ବିକାଶ ପାଇଁ ସାମଗ୍ରିକ ଦୃଷ୍ଟିକୋଣ। ରୋଜଗାର ପାଇଁ ଓ ଉଚ୍ଚ ବିକାସ ପାଇଁ ଯୋଜନା। ଆଗାମୀ ପିଢି ପାଇଁ ସୁଧାର ପାଇଁ ଲକ୍ଷ୍ୟ ସ୍ଥିର କରିବେ।ନୀତି ଫ୍ରେମୱାର୍କ ପ୍ରସ୍ତୁତ କରିବେ। 

11:55 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବୋଧଗୟାକୁ ଓ୍ୱାରଲ୍ଡ ଟୁରିଷ୍ଟ ସେଣ୍ଟର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। 

11:54 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପର୍ଯ୍ୟଟନ ଯୋଜନାରେ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ମଧ୍ୟ ସାମିଲ କରାଯାଇଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଧନୀ। ଓଡ଼ିଶାର ପର୍ଯ୍ୟଟନର ଉନ୍ନତି ପାଇଁ ଆର୍ଥିକ ରାଶିର ସହାୟତା ପ୍ରଦାନ। 

11:53 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଗୟାରେ ବିଶ୍ୱନାଥ ମନ୍ଦିର ଓ ମହାବୋଧି ମନ୍ଦିରର ପାଇଁ ଟେମ୍ପୁଲ କରିଡର କରାଯିବ। ସେହିପରି କାଶି ବିଶ୍ୱନାଥ ମନ୍ଦିରର ପର୍ଯ୍ୟଟନର ଉନ୍ନତି ପାଇଁ କରିଡର କରାଯିବ। 

11:50 AM

Budget: ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ। ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ।

11:48 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବନ୍ୟା ପୀଡ଼ିତ ରାଜ୍ୟକୁ ଆର୍ଥିକ ସହାୟତା ଘୋଷଣା। ଆସାମ ପାଇଁ ବନ୍ୟା ପରିଚାଳନା ପାଇଁ ଅତିରିକ୍ତ ଆର୍ଥିକ ସହାୟତା। ହିମାଚଳ ପ୍ରଦେଶ ପାଇଁ ମଧ୍ୟ ଅତିରିକ୍ତ ସହାୟତା। ଉତ୍ତରାଖଣ୍ଡକୁ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆର୍ଥିକ ସହାୟତା ପ୍ରଦାନ। ଏଥିପାଇଁ ୧୧୫୦୦ କୋଟି ଟଙ୍କା ବଜେଟର ବ୍ୟୟବରାଦ। 

11:46 AM

Budget Updates: ବଜେଟ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ଗ୍ରାମୀଣ ବିକାଶ ପାଇଁ ୨.୬୬ ଲକ୍ଷ କୋଟି ଟଙ୍କା ଯୋଗାଣ। 
ଆନ୍ଧ୍ରପ୍ରଦେଶ: ସୀତାରମଣଙ୍କୁ 15,000 କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।
ସରକାର ପ୍ରତିବର୍ଷ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଇ-ଭାଉଚର ଯୋଗାଇବେ, ଯେଉଁଥିରେ ଋଣ ରାଶି ଉପରେ ତିନି ପ୍ରତିଶତ ସୁଧ ସବସିଡି ଦିଆଯିବ।
ରୋଜଗାର ସମ୍ବନ୍ଧୀୟ ତିନୋଟି ଯୋଜନା ସରକାର ଆରମ୍ଭ କରିବେ।
ଦକ୍ଷତା ବିକାଶ ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ରାଜ୍ୟ ଏବଂ ଶିଳ୍ପ ସହଯୋଗରେ ପରିଚାଳିତ ହେବ, ଲକ୍ଷ୍ୟ ହେଉଛି ପାଞ୍ଚ ବର୍ଷରେ 20 ଲକ୍ଷ ଯୁବକଙ୍କୁ ଦକ୍ଷତା ଦେବା।
ଋଣ ଗ୍ୟାରେଣ୍ଟି ଯୋଜନା ଏମଏସଏମଇଗୁଡ଼ିକ ପାଇଁ ଅଣାଯିବ।

11:41 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
୫ଟି ରାଜ୍ୟରେ ନୂଆ କିସାନ କ୍ରେଡଟ କାର୍ଡ ଲାଗୁ ହେବ। ପିଏମ ସୂର୍ଯ୍ୟ ଘର ଯୋଜନାରେ ମାଗଣାରେ ବିଦ୍ୟୁତ ସେବାର ଶୁଭାରମ୍ଭ।

11:40 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଋଣ ବସୁଲି ଅଧିକରଣର ସୁଧାର କରାଯିବ। ଏଥିପାଇଁ ଅଧକରଣ ସ୍ଥାପନା କରାଯିବ। ବସୁଲିକୁ ଦୃତ ବେଗରେ ଅଧିଗ୍ରହଣର କରାଯିବ। 

11:38 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବିସ୍ତାରିତ ଖଣିଜ ବ୍ୟବସ୍ଥାରୁ ଆୟ କରିବେ ସରକାର। ସରକାର ପ୍ରଥମେ ଅପତଟୀୟ ଅଞ୍ଚଳକୁ ନିଲାମ କରିବେ। ପ୍ରଥମେ ଅପତଟୀୟ ବ୍ଲକର ପ୍ରଥମ ଭାଗର ନିଲାମ କରିବା ଆରମ୍ଭ କରିବେ। ଆଇବିସି ରେ ୧୦୦ରୁ ଅଧିକ କମ୍ପାନୀର ସମସ୍ୟା ସମାଧାନ କରିଛନ୍ତି। 

11:37 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପ୍ରଶିକ୍ଷଣ ଓ ଇଣ୍ଟର୍ନସିପ ପାଇଁ ବ୍ୟବସ୍ଥା। ଉଚ୍ଚ କମ୍ପାନୀରେ ୧୦ ପ୍ରତିଶତ ବ୍ୟବସ୍ଥା ରହିବ। ଏହି ଟଙ୍କା ସିଏସଆରରୁ ଖର୍ଚ୍ଚ ହେବ। ଭତ୍ତା ସମୟରେ ୬ ହଜାର ଟଙ୍କା ମିଳିବ। 

11:33 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଇକମର୍ସ କେନ୍ଦ୍ର ପାଇଁ ଏମଏସଏମଇ ପାରମ୍ପରିକ କାରିଗର ପାଇଁ ଅନ୍ତରାଷ୍ଟ୍ରୀୟ ପଜାରରେ ପ୍ରୋତ୍ସାହନ। ଅନ୍ତରାଷ୍ଟ୍ରୀୟ ବଜାରରେ ଉତ୍ପାଦଙ୍କୁ ରକ୍ଷା କରିବା ପାଇଁ ବେଜଟ। କେନ୍ଦ୍ରର ଗୋଟିଏ ଛାତର ତଳେ ବ୍ୟବସାୟ ଓ ନିର୍ଯାତ ପାଇଁ ବ୍ୟବସ୍ଥା। ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ ପାଇଁ ଯୋଜନା। ଇଣ୍ଟର୍ଣ୍ଣସିପ ସମୟରେ ୫୦୦ ଟଙ୍କା ଭତ୍ତା ବ୍ୟବସ୍ଥା। 

11:31 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମୁଦ୍ରା ଲୋନରେ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ବୃଦ୍ଧି। MSME ପାଇଁ ଋଣ ପ୍ରଦାନ। ସମ୍ବର୍ଦ୍ଧିତ ନିଧି ଯୋଜନାରେ ଋଣ ପ୍ରଦାନ। ସେହିପରି ମୁଦ୍ରା ଋଣରେ TRedSରେ ଅନିବାର୍ଯ୍ୟ ଯୋଜନାରେ ସାମିଲ ହେବା ନେଇ ସର୍ବାଧିକ ସମ୍ଭାବନା

11:30 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପିଏମ ଆବାସ ସହରୀ ଯୋଜନାରେ ୯ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ। ଋଣ ସବସିଡି ପାଇଁ ବଜେଟରେ ପ୍ରାବଧାନ ପରିକଳ୍ପନା। 

11:29 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପାଟନା - ପୁର୍ଣ୍ଣିଆ ଏକ୍ସପ୍ରେସ ୱେ ପାଇଁ ଘୋଷଣା।ଗୟା ଦରଭଙ୍ଗାରେ ସଡ଼କ ପରିଯୋଜନା। ବକ୍ସର ଠାରେ ଗଙ୍ଗା ନଦୀ ଉପରେ ଦୁଇ ଲେନର ପୋଲ ନିର୍ମାଣ ପାଇଁ ଘୋଷଣା। 

11:28 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମହିଳା ସଂଚାଳିତ ବିକାଶ ଯୋଜନା ଅଧିନରେ ୩ ଲକ୍ଷ କୋଟି ଟଙ୍କା ଅଧିକ ବଣ୍ଟନ କରାଯିବ। ଆର୍ଥିକ ବିକାଶ କ୍ଷେତ୍ରରେ ମହିଳାଙ୍କୁ ସହଭାଗିତା ପାଇଁ ସରକାର ପ୍ରତିବଦ୍ଧ। 

11:26 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପିଏମ ଆବାସ ଯୋଜନାରେ ଗ୍ରାମୀଣ ତଥା ସହରୀ ଅଞ୍ଚଳରେ ତିନି କୋଟି ଗୃହ ନିର୍ମାଣ ପାଇଁ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଯୋଜନା ଅଧିନରେ ୩ ଲକ୍ଷ କୋଟି ଘର ବଣ୍ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

11:25 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆନ୍ଧ୍ରପ୍ରଦେଶର ପୁନଃ ଗଠିତ ଅଧିନିୟମ ଅଧିନରେ ୧୫ ହଜାର କୋଟି ଟଙ୍କା ଅତିରିକ୍ତ ଧନରାଶିର ବ୍ୟବସ୍ଥା କରାଯାଇଛି। ଆଗାମୀ ବର୍ଷ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରାଯିବ। 

11:23 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଛାତ୍ର ମାନଙ୍କୁ ଉଚ୍ଚତର ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ। ପୂର୍ବୋତର ଭାରତର ଭିତ୍ତିଭୂମୀ ଉନ୍ନତି ପାଇଁ ପୂର୍ବୋତର ଯୋଜନା ପ୍ରସ୍ତୁତ କରାଯାଇଛିଷ। ଏହି ଯୋଜନା ରେ ପୂର୍ବ ଭାରତର ୫ଟି ରାଜ୍ୟ ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଭିତ୍ତିଭୂମୀର ଉନ୍ନତି କରାଯିବ।

11:21 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତର ଉନ୍ନତି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଭିତ୍ତିଭୂମୀ ଉନ୍ନତି ହେବ। 

11:21 AM

Budget: ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ। ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ।

11:21 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
୩ ପ୍ରତିଶତ ସୁଧରେ ଛାତ୍ରଙ୍କୁ ଋଣ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। 

11:20 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମାସିକ ୧ ଲକ୍ଷ ଟଙ୍କାର ରୋଜଗାର ଉପରେ ୩ ହଜାର ଟଙ୍କାର ଇପିଏଫଓ ଭତ୍ତା। ଅଧିକାଂଶ ସହରରେ ମହିଳା ମାନଙ୍କ ପାଇଁ ହଷ୍ଟେଲ ଗୃହ ନିର୍ମାଣ କରିବେ।

11:19 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମାସିକ ୧ ଲକ୍ଷ ଟଙ୍କାର ରୋଜଗାର ଉପରେ ୩ ହଜାର ଟଙ୍କାର ଇପିଏଫଓ ଭତ୍ତା। 

11:17 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ରୋଜଗାର ଆୟ ପାଇଁ ସରକାର ତିନୋଟି ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ପ୍ରଥମ ଚାକିରିର ପ୍ରଥମ ମାସର ଭତ୍ତା ସରକାର ଦେବେ। ଇପିଏଫଓରେ ରେଜିଷ୍ଟେସନ ହେବା ପରେ ୫୦ ହଜାର ଟଙ୍କାର ଇନସେନଟିଭ ଦେବେ। ୫ ବର୍ଷରେ ୪.୧୦ ଲକ୍ଷ ଯୁବକଙ୍କୁ ରୋଜଗାର କ୍ଷମ କରାଇବା ସରକାରଙ୍କ ଲକ୍ଷ୍ୟ: ନିର୍ମଳା ସୀତାରମଣ

11:14 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ରାଷ୍ଟ୍ରୀୟ ସହଯୋଗୀ ନୀତି ଲାଗୁ କରିବେ ସରକାର। 

11:13 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅଧିକ ଉତ୍ପାଦ କ୍ଷେତ୍ରରେ ପ୍ରାଥମିକତା, ଷ୍ଟାର୍ଟ ଅପ ଓ କର୍ପୋରେଟ କ୍ଷେତ୍ରକୁ ପ୍ରାଥମିକତା। ଶିକ୍ଷା ଓ କୌଶଳ ବିକାଶ ଉନ୍ନତି ପାଇଁ ୪.୮ ଲକ୍ଷ କୋଟି ଟଙ୍କା। କୃଷି କ୍ଷେତ୍ରର ଉନ୍ନତି ପାଇଁ ଡିଜିଟାଲ ଭିତ୍ତିଭୂମୀ ଉପରେ ପ୍ରାଥମିକତା: ନିର୍ମଳା ସୀତାରମଣ

11:12 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
କୃଷିକ୍ଷେତ୍ରରେ କିପରି ଉତ୍ପାଦନ ବୃଦ୍ଧି ପାଇବ ତାହା ଆମର ପ୍ରଥମ ଫୋକସ। କିପରି ନୂଆ ନୂଆ କିସମ ଉତ୍ପାଦନ ହୋଇପାରିବ ସେନେଇ ଆମର ସରକାର ଫୋକସ କରି ଆସୁଛନ୍ତି। ମଧ୍ୟବିତ୍ତ ଓ ରୋଜଗାର ଉପରେ ସରକାର ପ୍ରାଥମିକତା ଦେଇ ଆଶୁଛନ୍ତି। ଗରିବ, ମହିଳା, ଚାଷୀଙ୍କ ଆୟ କିପରି ବୃଦ୍ଧି ହେବ ସେ ନେଇ ମଧ୍ୟ ଫୋକସ ରହିଛି। 

11:11 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୀତି ଦୃଢ ଭାବରେ ବୃଦ୍ଧି, ମୁଦ୍ରାସ୍ଫୀତି କମ୍ ରହିଛି ଏବଂ ଚାରି ପ୍ରତିଶତ ଲକ୍ଷ୍ୟ ଆଡକୁ ଗତି କରୁଛି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। 

11:10 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆମ ସରକାର କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଆସୁଛି। କିପରି ଅଧିକ ଉତ୍ପାଦନ ହୋଇପାରିବ ତାହା ଉପରେ ମଧ୍ୟ ଆମ ସରକାର ଗବେଷଣା କରି ଆସୁଛି। 

11:09 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବଜେଟ ଭାଷଣ ଆରମ୍ଭ ହେବାକ୍ଷଣି ସେୟାର ବଜାରରେ ବୃଦ୍ଧି। 

11:08 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ରୋଜଗାର ଓ କୌଶଳ ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ୪.୧ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଛୋଟ ଓ ଲଘୁ ଉଦ୍ୟୋଗ ଉପରେ ଆମର ଫୋକସ ରହିଛି। 

11:06 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ଆହୁରି ୫ ବର୍ଷ ବୃଦ୍ଧି କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶରେ ରୋଜଗାର ଓ ନିଯୁକ୍ତିରେ ବୃଦ୍ଧି କରିବା ପାଇଁ ୫ଟି ଯୋଜନାରେ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। 

11:03 AM

Budget Updates: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧୧ଟାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଉପସ୍ଥାପନ ପୂର୍ବରୁ ଐତିହାସିକ ବିଜୟ ପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। 

10:56 AM

Budget Updates: ବଜେଟକୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ମଞ୍ଜୁରୀ
କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର 2024-25 ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦନ କରିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବଜେଟକୁ ଅନୁମୋଦନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ 11 ଟାରେ କିଛି ସମୟ ପରେ ଲୋକସଭାରେ 2024-25 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏହା ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍ ହେବ।

10:53 AM

Odisha Assembly: ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗକୁ ନେଇ ବିଜେଡିର ନାରାବାଜି। ଦିନ ସାଢ଼େ ୧୧ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

10:30 AM

Budget Session: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସୀତାରମଣ। ୧୧ଟାରେ ବଜେଟ୍‌ ଉପସ୍ଥାପନା କରିବେ ସୀତାରମଣ। ବଜେଟ୍‌ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ। ନିର୍ମଳାଙ୍କୁ ମିଠା ଦହି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।

 

10:28 AM

Budget Session: ମୋଦୀ ସରକାରରେ ସପ୍ତମ ଥର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଆଜି ସଂସଦରେ  ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଥମେ ଅର୍ଥମନ୍ତ୍ରଣାଳୟକୁ ଯାଇ ସେଠାରେ ନିଜ ଟିମ୍ ସହ ଫଟୋ ସେସନ୍ କରିବା ବଜେଟ୍ ଟାବ୍ଲେଟକୁ ଦେଖାଇଛନ୍ତି ।

10:09 AM

Gold Rate: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୭୪୫ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୫୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୫୧୯ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୭୬୯ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୪୪୪ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୫୯୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୬,୮୨୪ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୪୪୪ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୫୯୦ ଟଙ୍କା ରହିଛି। ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୬,୭୬୯ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୯୯ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୫୯୦ ଟଙ୍କା ରହିଛି। 

09:31 AM

Petrol-Disele Price: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୧.୦୬ ରହିଛି । ସେହିପରି ଡିଜେଲ (୧ ଲିଟର) ୯୨.୬୪ ରହିଛି।  ତେବେ, ଆଜି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୧୪ ପଇସା ବୃଦ୍ଧି ହୋଇଛି। ଯାହା ଗ୍ରାହକଙ୍କ ପାଇଁ ମହଙ୍ଗା ଛାଟ କହିଲେ ଅତୃକ୍ତି ହେବ ନାହିଁ। ବଜେଟ୍ ପୂର୍ବରୁ ତୈଳ ଦରର ଅହେତୁକ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଅସନ୍ତୋଷ ବୃଦ୍ଧି କରିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ (୧ ଲିଟର) ୯୪.୨୭ ରହିଛି। ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି।

08:53 AM

Odisha Assembly: ନୂଆ ସରକାର। ଆଉ ନୂଆ ସରକାରଙ୍କ ପ୍ରଥମ ବିଧାନସଭା। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସ(Raghubar Dash)ଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ। ଆଜି ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିବ ଓ ହୋହଲ୍ଲା ହେବ, ତା’ ଉପରେ ରହିଛି ନଜର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ସରକାର ଆଗରେ ଅଛି ସଶକ୍ତ ବିରୋଧୀ। ତେଣୁ ବିରୋଧୀକୁ ହ୍ୟାଣ୍ଡେଲ କରିବା ସରକାରଙ୍କ ପକ୍ଷେ ସେତେଟା ସହଜ ହେବନି।

08:43 AM

Governer: ରାଜ୍ୟପାଳଙ୍କ ଅଭିଭାଷଣେ ଆସନ୍ତା ୫ ବର୍ଷରେ ଓଡ଼ିଶା ସରକାରଙ୍କ ଦୂର ଦୃଷ୍ଟି ସାମ୍ନାକୁ ଆସିଛି। ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ସହ ଆସନ୍ତା ୨ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ। ୨୦୨୯ ବେଳକୁ ରାଜ୍ୟରେ ସାଢ଼େ ତିନି ଲକ୍ଷ ନୂଆ ସରକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବ ବୋଲି ସେ ତାଙ୍କ ଅଭିଭାଷଣରେ ରହିଛନ୍ତି। ରାଜ୍ୟରେ ଏକ ସ୍ୱତନ୍ତ୍ର ଶିକ୍ଷା ନୀତି ପ୍ରସ୍ତୁତି ହୋଇ ପ୍ରଣୟନ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ।

08:11 AM

ରଥଯାତ୍ରା ସନ୍ଧ୍ୟାରେ ଅର୍ଥାତ୍‍ ଜୁଲାଇ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ପୁରୀ ରାଜଭବନଠାରେ ନିୟୋଜିତ ଏଏସ୍‍‍ଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହେଲେ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ବିରୋଧୀ ଦଳ ପକ୍ଷରୁ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ଯାଇଥିବା ଅଭିଯୋଗ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଆଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। 

07:40 AM

Tomato Price: ହୁ ହୁ ବଢ଼ି ଚାଲିଛି ଟମାଟୋ ଦର। ବଜାରରୁ ଟମାଟୋ ଉଭାନ। ବଜାରରେ ଏବେ ଟମାଟୋ ଦର ପାଖପାଖି ଶହେ ଟଙ୍କାରେ ପଂହଚିଛି। ଭୁବନେଶ୍ୱର ଏକ ନମ୍ୱର ପରିବା ହାଟରେ ଟମାଟୋ ଦର ଶହେ ଟଙ୍କାରେ ପହଂଚିଛି। ସେହିଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହରର ଏହି ଦର ୮୦ରୁ ୯୦ ଟଙ୍କା ରହିଛି । ଭୁବନେଶ୍ୱର ଏକ ନମ୍ୱର ହାଟରେ ମିଳୁନି ଟମାଟୋ। ବାଙ୍ଗାଲୋରରେ କିଲୋ ପ୍ରତି ଟମାଟୋ ୮୦ରୁ ଶହେ ଟଙ୍କାରେ ବିକ୍ରି ହେଉଥିବାବେଳେ ଓଡିଶାରେ କେତେ ଟଙ୍କାରେ ବିକ୍ରୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

07:24 AM

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ୧୯ ତାରିଖରେ ସୃଷ୍ଟି ହୋଇଥିବା ଅବପାତ କ୍ଷେତ୍ର କ୍ରମଶଃ ଦୁର୍ବଳ ହେବା ସହ  ଲଘୁଚାପ ରୂପ ନେଇଛି। ଏହା ଏବେ ମଧ୍ୟପ୍ରଦେଶ ତଥା ପୂର୍ବବର୍ତ୍ତୀ ଛତିଶଗଡର  ବାୟୁମଣ୍ତଳରେ ସମୁଦ୍ରପତ୍ତନ ଠାରୁ  ୭.୬ କିମି ଉପର ଯାଏଁ ପରିବ୍ୟାପ୍ତ ରହିଛି।  ଏହାସହ ମୌମୁମୀ ନିମ୍ନରେଖା ରାଜସ୍ଥାନରୁ ବାହାରି ଉପରୋକ୍ତ ଲଘୁଚାପ କ୍ଷେତ୍ର ମଧ୍ୟ ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି। ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା  ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨.୪ ମିମି ବର୍ଷା ରେକର୍ଡ଼ ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟରେ ବର୍ଷାର ବିସ୍ତୁତି ଅଧିକ ରହିବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଆଜି ବିଶେଷକରି,  ବରଗଡ଼, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଂଜ,ଦେବଗଡ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର,କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

07:18 AM

Central budget: ଆଜି କେନ୍ଦ୍ରୀୟ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ହେବ ମୋଦୀ ସରକାର(Modi Government)ଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌। ଅନ୍ୟପଟେ ବଜେଟ୍‌ ପ୍ରସ୍ତାବକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅର୍ଥଶାସ୍ତ୍ରୀମାନେ କହିଛନ୍ତି ଯେ ବିତ୍ତୀୟ ଶୃଙ୍ଖଳାକୁ ଗୁରୁତ୍ବ ଦେଇ ଅର୍ଥମନ୍ତ୍ରୀ ସବୁ ବର୍ଗକୁ ଛୁଇଁଲା ଭଳି ବଜେଟ୍‌ ଆଗତ କରିପାରନ୍ତି।