Booth Capturing:ବିହାରରେ ହୋଇଥିଲା ଦେଶର ପ୍ରଥମ ବୁଥ୍ କ୍ୟାପଚର
Advertisement

Booth Capturing:ବିହାରରେ ହୋଇଥିଲା ଦେଶର ପ୍ରଥମ ବୁଥ୍ କ୍ୟାପଚର

 ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ସବୁ ରାଜନୈତିକ ଦଳ ଯୁଦ୍ଧ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବୟାନବାଜି ଚାଲିଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନିର୍ବାଚନରେ ମତଦାନ ବିଷୟରେ ଆଲୋଚନା ବେଳେ ବୁଥ୍ କ୍ୟାପ୍ଚର ଘଟଣା ମନକୁ ଆସିଥାଏ। 

SOCIAL MEDIA

Booth Capturing: ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ସବୁ ରାଜନୈତିକ ଦଳ ଯୁଦ୍ଧ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବୟାନବାଜି ଚାଲିଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନିର୍ବାଚନରେ ମତଦାନ ବିଷୟରେ ଆଲୋଚନା ବେଳେ ବୁଥ୍ କ୍ୟାପ୍ଚର ଘଟଣା ମନକୁ ଆସିଥାଏ। ନିର୍ବାଚନ କମିଶନଙ୍କ କଠୋରତା ପରେ ଏସବୁ ମାମଲା ପୁରା ବନ୍ଦ ନହେଲେ ବି 99 ପ୍ରତିଶତ କମିଯାଇଛି। କିନ୍ତୁ ଗୋଟିଏ ସମୟରେ ବୁଥ୍ ଜବରଦଖଲ ସାଧାରଣ କଥା ଥିଲା। ଦେଶର ସବୁ ଭାଗରେ ଏହା ହେଉଥିଲା କିନ୍ତୁ ବିହାର ଭଳି ରାଜ୍ୟ ଏଥିରେ ରେକର୍ଡ କରିଥିଲେ। ତେବେ ଉଲ୍ଲେଖନୀୟ ହେଉଛି ଯେ, ଦେଶର ପ୍ରଥମ ବୁଥ୍ ଜବରଦଖଲ ମାମଲା ବିହାରର ବେଗୁସରାଇରେ ଦେଖିବାକୁ ମିଳିଥିଲା।

୧୯୫୭ ବିଧାନସଭା ନିର୍ବାଚନରେ ବିହାରରେ ବୁଥ୍ ଦଖଲ ଇତିହାସରେ ଏଭଳି ଏକ ଘଟଣା ରେ ପରିଣତ ହୋଇଥିଲା ଯାହା ଗଣତନ୍ତ୍ରର ଏକ କଳା ଅଧ୍ୟାୟ ଭାବରେ ରେକର୍ଡ କରାଯାଇଥିଲା । ଏହି ଘଟଣା ପରେ କିଛି ନେତା ଏହାକୁ ନିଜ ବିଜୟର ଆଧାର କରିଥିଲେ। ଫଳରେ ନିର୍ବାଚନ ଆସିବା ମାତ୍ରେ ଏଭଳି ମାମଲା ବଢ଼ିବାରେ ଲାଗିଥିଲା।

ବୁଥ୍ ଜବରଦଖଲର ପ୍ରଥମ ମାମଲା

ବେଗୁସରାଇରେ କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥିଲା। ୧୯୫୨ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା, କିନ୍ତୁ ୧୯୫୬ରେ କଂଗ୍ରେସ ବିଧାୟକଙ୍କ ଦେହାନ୍ତ ହେତୁ ସେହି ଆସନ ଖାଲି ପଡ଼ିଥିଲା ଏବଂ ୧୯୫୬ରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ଚନ୍ଦ୍ରଶେଖର ସିଂହ ଏହି ଆସନ ଦଖଲ କରିଥିଲେ।

୧୯୫୭ ବିଧାନସଭା ନିର୍ବାଚନରେ ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। କଂଗ୍ରେସର ସରୟୁଗ ସିଂହ ଙ୍କୁ କମ୍ୟୁନିଷ୍ଟ ପାର୍ଟି ବିଧାୟକ ଚନ୍ଦ୍ରଶେଖର ସିଂହଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଥିଲା। ଏହି ଆସନରେ ନିର୍ବାଚନୀ ବାତାବରଣ ଗରମ ଥିଲା ଏବଂ ଏବେ ମତଦାନର ପାଳି ଆସିଥିଲା। ମତଦାନ ଦିନ ବେଗୁସରାଇଠାରୁ ୬ କିଲୋମିଟର ଦୂର ରେଚିଆହି କଚେରୀ ଟୋଲରେ ଗୋଟିଏ ବୁଥ୍ ଖୋଲାଯାଇଥିଲା। ଆଖପାଖ ୩ଟି ଗାଁର ଲୋକେ ଏହି ବୁଥରେ ଭୋଟ୍ ଦେବା ପାଇଁ ଆସୁଥିଲେ। ମତଦାନ ଦିନ ରାଚିଆହି, ମଚହା, ରାଜାପୁର ଓ ଆକାଶପୁରର ଭୋଟର ବୁଥ୍ ରେ ପହଞ୍ଚିଥିବା ବେଳେ ୨୦ ଜଣ ସଶସ୍ତ୍ର ବ୍ୟକ୍ତି ସେଠାରେ ପହଞ୍ଚି ଭୋଟରଙ୍କୁ ହଟାଇବା ଆରମ୍ଭ କରିଥିଲେ। ଅନ୍ୟ ପକ୍ଷ ବିରୋଧ କରିବାରୁ ଘଟଣାସ୍ଥଳରେ ଗଣ୍ଡଗୋଳ ହୋଇଥିଲା। ବୁଥ ଜବର ଦଖଲକାରୀ ବୁଥରେ ନିଜ ମନମୁତାବକ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ।

ସମର୍ଥକଙ୍କ ବୁଥ୍ ଦଖଲ ପରେ ବିଜୟୀ ହେଲେ ପ୍ରାର୍ଥୀ

ସେହି ସମୟରେ ମତଦାନ କେନ୍ଦ୍ରଗୁଡ଼ିକରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ସାଧାରଣତଃ ପରଦିନ ଖବରକାଗଜ ଜରିଆରେ ଲୋକମାନେ ଏଭଳି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ବୁଥ୍ ଦଖଲ କରିଥିବା ଦୁର୍ବୃତ୍ତମାନେ କଂଗ୍ରେସ ପ୍ରାର୍ଥୀ ସରଯୁଗ ପ୍ରସାଦ ସିଂହଙ୍କ ସମର୍ଥକ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ନିର୍ବାଚନ ଫଳାଫଳ ଆସିଥିଲା ଏବଂ ସରୟୁଗ ପ୍ରସାଦ ସିଂହ ବିଜୟୀ ହୋଇଥିଲେ। ସେହି ସମୟରେ ଏହି ଅଞ୍ଚଳର ମାଫିଆ କୁହାଯାଉଥିବା କଂଗ୍ରେସ ପ୍ରାର୍ଥୀ ସରୟୁଗ ପ୍ରସାଦ ଓ କାମଦେବ ସିଂହଙ୍କ ମଧ୍ୟରେ ବନ୍ଧୁତା ପ୍ରସିଦ୍ଧ ଥିଲା। ସରୟୁଗଙ୍କ ନିର୍ଦ୍ଦେଶରେ ମାଫିଆ କାମଦେବ ସିଂହ ବାଲଟ ବାକ୍ସ ଲୁଟି ବୁଥ୍ କୁ ଦଖଲ କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣା ନିଆଁ ଭଳି ବ୍ୟାପିଯାଇଥିଲା। ବେଗୁସରାଇର ରାଚିଆହି କଚେରୀ ଟୋଲରେ ଘଟିଥିବା ଏହି ଘଟଣା ଗଣତନ୍ତ୍ର ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା କାରଣ ଏହି ମାମଲା ପରେ ବିହାର ଏବଂ ଅନ୍ୟ ରାଜ୍ୟରେ ଏଭଳି ମାମଲା ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା । କିଛି ନେତା ଏହାକୁ ବିଜୟର ଆଧାର କରିଥିଲେ। ତେବେ ସେହି ଘଟଣା ପରେ ରାଚିଆହି କାଚରୀ ମତଦାନ କେନ୍ଦ୍ରରେ ଆଉ ବୁଥ୍ କ୍ୟାପ୍ଚରୀ ଘଟଣା ଘଟିନଥିଲା।