ପୁରୀରେ ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ, ଘଟଣାକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ
Advertisement
Article Detail0/zeeodisha/odisha2329682

ପୁରୀରେ ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ, ଘଟଣାକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

Rathayatra: ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପୁରୀରେ ଯାଇ ଡାକ୍ତରଖାନାକୁ ଯାଇ ସେବାୟତମାନଙ୍କୁ ଭେଟିଥିଲେ।

ପୁରୀରେ ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ, ଘଟଣାକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣାକୁ ସବୁ ଆଡ଼େ ଚର୍ଚ୍ଚା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ଆଇନ୍ ମନ୍ତ୍ରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପୁରୀ ଯାଇ ଘଟଣାର ତଦନ୍ତ କରି ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।

ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା ସାମାନ୍ୟ ଦୁର୍ଘଟଣା ଥିଲା। ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ରଥ ଉପରେ ଅଣସେବାୟତ ରହିବାର ଠୋସ ଅଭିଯୋଗ ନାହିଁ। ଆଗକୁ ଶୃଙ୍ଖଳିତ ନୀତି ପାଇଁ ପରିଚାଳନା ବୈଠକରେ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି। 

ଅନ୍ୟପଟେ ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣା ସଂପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି ଯେ, ଏହା ଲୀଳାମୟଙ୍କ ଲୀଳାm ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଅଘଟଣ ପରେ ସେବାୟତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। କାହାରି କିଛି କ୍ଷତି ହୋଇନାହିଁ। ପ୍ରାଥମିକ ଚିକିତ୍ସା ପରେ ସେବାରେ ସାମିଲ ହୋଇଛନ୍ତି ସେବାୟତ।

ସୂଚନାଯୋଗ୍ୟ, ପୁରୀରେ ଗତକାଲି ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପୁରୀରେ ଯାଇ ଡାକ୍ତରଖାନାକୁ ଯାଇ ସେବାୟତମାନଙ୍କୁ ଭେଟିଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓ ଆଇନ ମନ୍ତ୍ରୀ ଶ୍ରୀହରିଚନ୍ଦନ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହିତ ଆହତଙ୍କ ଚିକିତ୍ସା ଲାଗି ପଦକ୍ଷେପ ନେଇଥିଲେ।