ମାଲକାନଗିରିରେ ପୁଣି ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

ଆଜି ମାଲକାନଗିରି ଏସଓଜି ଓ ଡିଭିଏଫ ଟିମ୍ ମିଳିତ ରୂପେ ସର୍ଚ୍ଚ ଅପରେସନରେ ଯାଇଥିଲେ । 

ମାଲକାନଗିରିରେ ପୁଣି ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ
ପ୍ରତୀକାତ୍ମକ ଫଟୋ

ମାଲକାନଗିରି: ପୁଣି ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ସୂଚନା ।  ଆଜି(ଗୁରୁବାର) ସକାଳ ପ୍ରାୟ ୧୧.୩୦ଟା ସମୟରେ ସ୍ୱାଭିମାନ ଅଞ୍ଚଳର ସୀମାନ୍ତ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଉପଚାରୁ ଗ୍ରାମ ନିକଟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଆଜି ମାଲକାନଗିରି ଏସଓଜି ଓ ଡିଭିଏଫ ଟିମ୍ ମିଳିତ ରୂପେ ସର୍ଚ୍ଚ ଅପରେସନରେ ଯାଇଥିଲେ । 

ତେବେ ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ।  ମାଓବାଦୀ ମାନେ ପ୍ରଥମେ ଗୁଳି ଚଳନା କରିବା ପରେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ଟିମ । ଏହି ଗୁଳିବିନିମୟ ସମୟରେ ମାଓ ନେତା ଆନ୍ଧରୁ ଏବଂ ଆରକେ ଥିବା ସୂଚନା ମିଳିଥିବା ବେଳେ ଘଟଣା ସ୍ଥଳରୁ ଗୋଟିଏ ଥ୍ରୀ ନଟ ଥ୍ରୀ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପୋଲିସ କୁମ୍ୱିଂ ଅପରେସନ ଜାରି ରଖିଛି ।