Advertisement
Article Detail0/zeeodisha/odisha2120174
Zee OdishaZee OdishaMcdonalds defrauded:ଚାଟ୍ ଜିପିଟି ସାହାଯ୍ୟରେ ମାକ୍ ଡୋନାଲ୍ଡକୁ ଠକି ମାଗଣାରେ ଖାଇଲେ ବର୍ଗର !

Mcdonalds defrauded:ଚାଟ୍ ଜିପିଟି ସାହାଯ୍ୟରେ ମାକ୍ ଡୋନାଲ୍ଡକୁ ଠକି ମାଗଣାରେ ଖାଇଲେ ବର୍ଗର !

ବର୍ତ୍ତମାନର ସମୟ  ହେଉଛି AI ର ଯୁଗ । ଆଜିକାଲି ଚାଟ୍ ଜିପିଟି ବିଷୟରେ ସବୁଆଡେ ଆଲୋଚନା ହେଉଛି । ସମସ୍ତେ ଏହାକୁ ବୁଝିବାକୁ ଚାହାଁନ୍ତି ଏବଂ କମ୍ ସମୟ ମଧ୍ୟରେ ଏହାକୁ ବ୍ୟବହାର କରି ନିଜ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି । ଚାଟ୍ ଜିପିଟି ଆପଣ ପଚାରିଥିବା ଯେକୌଣସି  ପ୍ରଶ୍ନର ଉତ୍ତର ସହଜରେ ଏବଂ କମ୍ ସମୟ ମଧ୍ୟରେ&nb

SOCIAL MEDIA
SOCIAL MEDIA

Mcdonalds defrauded:

ବର୍ତ୍ତମାନର ସମୟ  ହେଉଛି AI ର ଯୁଗ । ଆଜିକାଲି ଚାଟ୍ ଜିପିଟି ବିଷୟରେ ସବୁଆଡେ ଆଲୋଚନା ହେଉଛି । ସମସ୍ତେ ଏହାକୁ ବୁଝିବାକୁ ଚାହାଁନ୍ତି ଏବଂ କମ୍ ସମୟ ମଧ୍ୟରେ ଏହାକୁ ବ୍ୟବହାର କରି ନିଜ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି । ଚାଟ୍ ଜିପିଟି ଆପଣ ପଚାରିଥିବା ଯେକୌଣସି  ପ୍ରଶ୍ନର ଉତ୍ତର ସହଜରେ ଏବଂ କମ୍ ସମୟ ମଧ୍ୟରେ  ଦେଇପାରେ । କିନ୍ତୁ ଏହା ଆବଶ୍ୟକ ନୁହେଁ ଯେ ସମସ୍ତେ ଏଆଇ ବଟ୍କୁ କେବଳ ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବେ । ବହୁତ ଲୋକ ଅଛନ୍ତି ଯେଉଁମାନେ ଏଆଇର  ଫାଇଦା ଉଠାଇ,ଅନ୍ୟମାନଙ୍କୁ ଠକୁଛନ୍ତି । ସେହିଭଳି ଗୋଟିଏ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ଜଣ ବ୍ୟକ୍ତି ଚାଟ୍ ଜିପିଟି ବ୍ୟବହାର କରି  ମାକଡୋନାଲ୍ଡକୁ ଠକି ମାଗଣା ବର୍ଗର ଖାଇଛନ୍ତି ।

'ଅଲ୍ ଦି ଥିଙ୍ଗ୍ସ ପୋଡକାଷ୍ଟ'ର ସହ-ହୋଷ୍ଟ ତଥା ରି-ସେଲିଂ ଗ୍ରୁପ୍' ଅଲ୍ ଥିଙ୍ଗସ୍ ଆର୍ବିଟ୍ରେଜ୍'ର କୋଟିପତି ମାଲିକ ଗେଜ୍ ଦାବି କରିଛନ୍ତି ଯେ ସେ ବର୍ଗର ଚେନ୍ ମ୍ୟାକଡୋନାଲ୍ଡକୁ ଠକିଛନ୍ତି ଏବଂ ମାଗଣାରେ 100 ବର୍ଗର ଖାଇଛନ୍ତି । ଏବେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଗେଜ୍ ଏହା କିପରି କଲେ । ଗେଜ୍ କହିଛନ୍ତି ଯେ ସେ ଲୋକମାନଙ୍କ ଦ୍ୱାରା କିଣାଯାଇଥିବା ବର୍ଗର ଅର୍ଡରର  ରସିଦ ସଂଗ୍ରହ କରିଥିଲେ ଏବଂ ପରେ ସେହି ରସିଦ ବ୍ୟବହାର କରି  ନକଲି ଅଭିଯୋଗ କରି ମ୍ୟାକଡୋନାଲ୍ଡରୁ ମାଗଣା ଭାଉଚର ସଂଗ୍ରହ କରିବା ଆରମ୍ଭ କରିଥିଲେ।

Add Zee News as a Preferred Source

ଏହି ଠକେଇକୁ ନେଇ ନେଟିଜନ୍ କ’ଣ କହୁଛନ୍ତି ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗେଜ୍ 9 ମାସ ମଧ୍ୟରେ ପ୍ରାୟ 100 ମାଗଣା ବର୍ଗର ଭାଉଚର ପାଇବାରେ ସଫଳ ହୋଇଥିଲେ । ଶେଷରେ ଇଂଲଣ୍ଡର ସ୍ଥାନୀୟ ମ୍ୟାକଡୋନାଲ୍ଡ ଆଉଟଲେଟ୍ ତାଙ୍କ ଖେଳକୁ ବୁଝିବାରେ ସକ୍ଷମ ହୋଇଥିଲା । ଏନେଇ  ତାଙ୍କୁ ଅନେକ ପ୍ରଶ୍ନ ପଚରଯାଇଥିଲା । ତାଙ୍କ ପୋଡକାଷ୍ଟ ସାକ୍ଷାତକାରରେ ଏହି ହ୍ୟାକ୍ ବିଷୟରେ ଆଲୋଚନା କ୍ରମରେ ନିକଟରେ ସେ ୟୁଟ୍ୟୁବରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି। ଯାହାକୁ ଏହି ଖବର ଲେଖିବା ପର୍ଯ୍ୟନ୍ତ 18,000 ରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ଗେଜ୍ ଆହୁରି ମଧ୍ୟ କହିଛନ୍ତି ଯେ ସେ 2023 ଆରମ୍ଭରୁ ଏମିତି କରିଆସୁଛନ୍ତି କିନ୍ତୁ ଏହା କାହାରି କିଛି କ୍ଷତି କରି ନାହିଁ । କାରଣ ମୋର ଉଦ୍ଦେଶ୍ୟ କେବଳ ମ୍ୟାକଡୋନାଲ୍ଡର ବର୍ଗର ଖାଇବା ପାଇଁ ମାଗଣା ଭାଉଚର ପାଇବା ଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହାଦ୍ୱାରା ହୁଏତ କିଛି ଲୋକଙ୍କର କ୍ଷତି ହୋଇ ଥାଇପାରେ । ହୁଏତ ମ୍ୟାକଡୋନାଲ୍ଡରେ କାମ କରୁଥିବା ଲୋକ ଏହି ଭୁଲ ପାଇଁ ନିଜ ଦରମା ହରାଇଥିବେ । ଅନ୍ୟଜଣେ ଲେଖିଛନ୍ତି, 'ତୁମର ଏହି ମିଥ୍ୟା ଅଭିଯୋଗ ହେତୁ କେତେ ଜଣଙ୍କୁ ଚାକିରୀରୁ ହରାଇ ଥାଇପାରନ୍ତି ।

About the Author