Health Tips:ଅଧିକ ଭିଟାମିନ୍-ଡି ଖାଇ ମୃତ୍ୟୁ,NHS କହିଲା ଦୈନିକ କେତେ ଭିଟାମିନ୍ ଡି ସୁରକ୍ଷିତ
Advertisement
Article Detail0/zeeodisha/odisha2142651

Health Tips:ଅଧିକ ଭିଟାମିନ୍-ଡି ଖାଇ ମୃତ୍ୟୁ,NHS କହିଲା ଦୈନିକ କେତେ ଭିଟାମିନ୍ ଡି ସୁରକ୍ଷିତ

ଭିଟାମିନ୍ ଡି ହେଉଛି ଏକ ଜରୁରୀ ପୁଷ୍ଟିକର ଯାହା ଶରୀରକୁ ଅନେକ ଉପାୟରେ ସୁସ୍ଥ ରଖେ । ଏହା ସୂର୍ଯ୍ୟ କିରଣ, କିଛି ଖାଦ୍ୟ ପଦାର୍ଥ ଏବଂ ସପ୍ଲିମେଣ୍ଟରୁ ମିଳିପାରିବ । ଏହାର ଅଭାବରେ ହାଡ଼ ଏବଂ ମାଂସପେଶୀ ଦୁର୍ବଳ ହୋଇପାରେ । ତଥାପି ଏହାକୁ ଅଧିକ ପରିମାଣରେ ଗ୍ରହଣ କରିବା ମଧ୍ୟ କ୍ଷତିକାରକ । କାରଣ ଏଭଳି ଗୋଟେ ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

SOCIAL MEDIA

Health Tips: ଭିଟାମିନ୍ ଡି ହେଉଛି ଏକ ଜରୁରୀ ପୁଷ୍ଟିକର ଯାହା ଶରୀରକୁ ଅନେକ ଉପାୟରେ ସୁସ୍ଥ ରଖେ । ଏହା ସୂର୍ଯ୍ୟ କିରଣ, କିଛି ଖାଦ୍ୟ ପଦାର୍ଥ ଏବଂ ସପ୍ଲିମେଣ୍ଟରୁ ମିଳିପାରିବ । ଏହାର ଅଭାବରେ ହାଡ଼ ଏବଂ ମାଂସପେଶୀ ଦୁର୍ବଳ ହୋଇପାରେ । ତଥାପି ଏହାକୁ ଅଧିକ ପରିମାଣରେ ଗ୍ରହଣ କରିବା ମଧ୍ୟ କ୍ଷତିକାରକ । କାରଣ ଏଭଳି ଗୋଟେ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବ୍ରିଟେନର ୮୯ ବର୍ଷ ବୟସ୍କା ଡେଭିଡ ମିଚେନରଙ୍କର ଭିଟାମିନ୍ ଡି ର ମାତ୍ରାଧିକ କାରଣରୁ ଘଟିଛି ।

ବିସିସିଆଇର ରିପୋର୍ଟ ଅନୁଯାୟୀ, ମିଚେନର ଅତି କମରେ ନଅ ମାସ ଧରି ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରୁଥିଲେ। ତାଙ୍କ ମୃତ୍ୟୁ ପୂର୍ବରୁ ଏକ ପରୀକ୍ଷଣରୁ ଜଣାପଡିଥିଲା ଯେ ତାଙ୍କ ଶରୀରରେ ଭିଟାମିନ୍ ଡି ସ୍ତର ୩୮୦ (ବହୁତ ଉଚ୍ଚ)ଥିଲା ।  ଅନୁସନ୍ଧାନରୁ ଜଣାପଡିଛି ଯେ ମିଚେନର ଭିଟାମିନ୍ ଡି ବିଷାକ୍ତତା, ହାଇପରକାଲ୍ସେମିଆ, ହୃତପିଣ୍ଡ ଏବଂ କିଡନୀ ନଷ୍ଟ କାରଣରୁ ହୋଇଛି ।

ବେଳେବେଳେ ଶରୀରକୁ ସୁସ୍ଥ ରଖୁଥିବା ଏହି ପୋଷକ ତତ୍ତ୍ୱ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୁଏ ।  ଆସନ୍ତୁ ଜାଣିବା ଭିଟାମିନ୍ ଡି କାହିଁକି ଆବଶ୍ୟକ ଏବଂ କେତେ ପରିମାଣରେ । ଏହାର ଅଭାବ ଏବଂ ଅଧିକ ପରିମାଣକୁ ନେଇ କଣ କ୍ଷତି ହୋଇପାରେ ।

ଭିଟାମିନ୍ ଡି କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଶରୀରରେ କ୍ୟାଲସିୟମ ଏବଂ ଫସଫେଟ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ଭିଟାମିନ୍ ଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯାହା ହାଡ, ଦାନ୍ତ ଏବଂ ମାଂସପେଶୀକୁ ସୁସ୍ଥ ବଜାୟ ରଖିବା ପାଇଁ ଜରୁରୀ ଅଟେ । ଭିଟାମିନ୍ ଡି ର ଅଭାବ ହାଡରେ ଅସ୍ୱାଭାବିକତା ସୃଷ୍ଟି କରିପାରେ ଯେପରିକି ପିଲାମାନଙ୍କରେ ରିକେଟ୍ସ ଏବଂ ବୟସ୍କମାନଙ୍କଠାରେ ଅଷ୍ଟିଓମଲେସିଆ  ଦେଖାଦିଏ । ଫଳରେ ହାଡ଼ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ ।

ଭିଟାମିନ୍ D ର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ?

ଭିଟାମିନ୍ ଡି ସପ୍ଲିମେଣ୍ଟ ଗୁଡିକର ଅତ୍ୟଧିକ ଗ୍ରହଣ ହାଇପରକାଲ୍ସେମିଆର କାରଣ ହୋଇପାରେ । ଯେଉଁଠାରେ ଶରୀରରେ ଅତ୍ୟଧିକ କ୍ୟାଲସିୟମ୍ ଜମା ହୋଇ ହାଡ ଦୁର୍ବଳ ହୋଇ କିଡନୀ ଏବଂ ହୃତପିଣ୍ଡରେ ସମସ୍ୟା ସୃଷ୍ଟିକରେ ।

ପ୍ରତିଦିନ କେତେ ଭିଟାମିନ୍ D ଆବଶ୍ୟକ ହୁଏ?

NHS ଏହାର ୱେବସାଇଟ୍ ରେ କହିଛି ଯେ ଅଧିକାଂଶ ଲୋକଙ୍କ ପାଇଁ ଦୈନିକ ୧୦ ମାଇକ୍ରୋଗ୍ରାମ୍ ଭିଟାମିନ୍ D ଖାଇବା ଯଥେଷ୍ଟ ।

• ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା, ବୃଦ୍ଧ ଏବଂ ୧୧ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ସମେତ ବୟସ୍କମାନଙ୍କ ପାଇଁ ଦୈନିକ ୧୦୦ ରୁ ଅଧିକ ନେବା ଉଚିତ୍ ନୁହେଁ ।

୧ ରୁ ୧୦ ବର୍ଷ ବୟସର ପିଲାମାନେ ପ୍ରତିଦିନ ୫୦ ମାଇକ୍ରୋଗ୍ରାମରୁ ଅଧିକ ଭିଟାମିନ୍ ଡ଼ି ଗ୍ରହଣ କରିବା ଉଚିତ୍ ନୁହେଁ ।

୧୨ ମାସରୁ କମ୍ ଶିଶୁମାନେ ପ୍ରତିଦିନ ୨୫ ମାଇକ୍ରୋଗ୍ରାମ୍ ରୁ ଅଧିକ ଗ୍ରହଣ କରିବା ଉଚିତ୍ ନୁହେଁ ।

କେତେକ ଚିକିତ୍ସା ଅବସ୍ଥାରେ ଭିଟାମିନ୍ D ର ମାତ୍ରା କମ୍ ଆବଶ୍ୟକ ହୋଇପାରେ, ତେଣୁ ନିଶ୍ଚିତ ନହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଭିଟାମିନ୍ ଡି ହେତୁ ହାଇପରକାଲ୍ସେମିଆର ବିପଦ

ହାର୍ଭାର୍ଡ ମେଡିକାଲ୍ ସ୍କୁଲ ଅନୁଯାୟୀ, ଭିଟାମିନ୍ ଡି ସପ୍ଲିମେଣ୍ଟଗୁଡିକର ଅତ୍ୟଧିକ ସେବନ କେତେକ କ୍ଷେତ୍ରରେ ବିଷାକ୍ତତା ସୃଷ୍ଟି କରିପାରେ । ଏହା ହାଇପରକାଲ୍ସେମିଆର କାରଣ ହୋଇପାରେ, ଯାହା ରକ୍ତ ପ୍ରବାହରେ କ୍ୟାଲସିୟମର ଅତ୍ୟଧିକ ନିର୍ମାଣ ଅଟେ, ଯାହା ଧମନୀ କିମ୍ବା କୋମଳ ଟିସୁରେ ଜମା ହୋଇପାରେ ଏବଂ କିଡନୀ ପଥରର ଆଶଙ୍କା ବଢ଼ାଇପାରେ ।

ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ଡ଼ାକ୍ତରଙ୍କ ଦ୍ବାରା ବିଶେଷ ଭାବରେ ପରାମର୍ଶ ନହେବା ପର୍ଯ୍ୟନ୍ତ ପ୍ରତିଦିନ 4,000 IUରୁ ଅଧିକ ଭିଟାମିନ୍ ଡ଼ି ନନେବାକୁ ପରାମର୍ଶ ଦିଆଯାଏ । ଅଧିକାଂଶ ଲୋକଙ୍କ ପାଇଁ ସପ୍ଲିମେଣ୍ଟ ମାଧ୍ୟମରେ ଦୈନିକ ୬୦୦ରୁ ୮୦୦ IU ଭିଟାମିନ୍ D ଗ୍ରହଣ କରିବା ଯଥେଷ୍ଟ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।