ବିଦ୍ୟୁତ ଆଘାତରେ ୧୦ କାଉଡ଼ିଆ ମୃତ, ୧୬ ଆହତ
Advertisement
Article Detail0/zeeodisha/odisha1282986

ବିଦ୍ୟୁତ ଆଘାତରେ ୧୦ କାଉଡ଼ିଆ ମୃତ, ୧୬ ଆହତ

West Bengal: ପଶ୍ଚିମବଙ୍ଗର ଉତ୍ତରରେ ସ୍ଥିତ କୋଚ ବିହାର ଜିଲ୍ଲାରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି । ଏଠାରେ ବିଦ୍ୟୁତ ଆଘାତ ଯୋଗୁଁ ଅତି କମରେ ୧୦ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି । କାଉଡ଼ିଆମାନେ ପିକଅପ୍ ଭ୍ୟାନରେ ଜଳ ଚଢ଼ାଇବା ପାଇଁ ଜଲପାଇଗୁରୀ ଜିଲ୍ଲାର ଜଲ୍ପେଶ ମନ୍ଦିରକୁ ଯାଉଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ

ବିଦ୍ୟୁତ ଆଘାତରେ ୧୦ କାଉଡ଼ିଆ ମୃତ, ୧୬ ଆହତ

କୋଲକାତା: West Bengal: ପଶ୍ଚିମବଙ୍ଗର ଉତ୍ତରରେ ସ୍ଥିତ କୋଚ ବିହାର ଜିଲ୍ଲାରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି । ଏଠାରେ ବିଦ୍ୟୁତ ଆଘାତ ଯୋଗୁଁ ଅତି କମରେ ୧୦ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି । କାଉଡ଼ିଆମାନେ ପିକଅପ୍ ଭ୍ୟାନରେ ଜଳ ଚଢ଼ାଇବା ପାଇଁ ଜଲପାଇଗୁରୀ ଜିଲ୍ଲାର ଜଲ୍ପେଶ ମନ୍ଦିରକୁ ଯାଉଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଜଲପାଇଗୁରିର ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଡିଜେ ବଜାଇବା ପାଇଁ ପିକଅପ୍ ଭ୍ୟାନରେ ଲାଗିଥିବା ଜେନେରେଟରରେ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କୋଚ ବିହାର ଜିଲ୍ଲାର ମାଥାଭାଙ୍ଗାର ଅତିରିକ୍ତ ପୋଲିସ ଅଧୀକ୍ଷକ ଅମିତ ବର୍ମା କହିଛନ୍ତି ଯେ, ଗାଡିରେ ଜେନେରେଟର ମାଧ୍ୟମରେ ଡିଜି ବଜାଯାଉଥିଲା । ପ୍ରାଥମିକ ଅନୁମାନ ଯେ ଏଥିରେ ସର୍ଟ ସର୍କିଟ ଯୋଗୁଁ ଦୁର୍ଘଟଣା ଘଟିଛି ।

ସେ କହିଛନ୍ତି ଯେ, ୧୬ ଜଣ ଆହତଙ୍କୁ ଜଲପାଇଗୁରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଗାଡିଟିକୁ ଜବତ କରିଛି, କିନ୍ତୁ ଏହାର ଡ୍ରାଇଭର ପଳାଇଛନ୍ତି ।

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ମଧ୍ୟରାତ୍ରି ଗିରଫ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ଏକନାଥ ସିନ୍ଦେ

ଏହା ବି ପଢ଼ନ୍ତୁ:-ଖୁସି ଖବର ଦେଲେ ରେଳ ମନ୍ତ୍ରୀ, ଉପକୃତ ହେବେ ଓଡ଼ିଶାବାସୀ

ଏହା ବି ପଢ଼ନ୍ତୁ:-ସର୍ଭେ:ଲୋକସଭା ନିର୍ବାଚନରେ ରାଜସ୍ଥାନରେ ବିଜେପି ନା କଂଗ୍ରେସ, କାହାକୁ ମିଳିବ ଅଧିକ ଆସନ; ଜାଣନ୍ତୁ କ'ଣ ରହିଛି ଜନତାଙ୍କୁ ମୁଡ୍

ଭ୍ୟାନରେ ଥିବା ସମସ୍ତ କାଉଡ଼ିଆ ସୀତଲଲୁଚିର ବାସିନ୍ଦା ଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି । ପୋଲିସ କହିଛି ଯେ, କୋଚ ବିହାରର ସେଟାଲୁଚିରୁ କାଉଡ଼ିଆଙ୍କ ଗୋଷ୍ଠୀରେ ୨୭ ଜଣ ଲୋକ ଆସୁଥିଲେ । ଚେଙ୍ଗଡାବାନ୍ଧାର ଧର୍ଲା ନଦୀ ଉପରେ ବ୍ରିଜ ପାର ହେବା ପରେ ଏହି ଦୁର୍ଘଟଣା ଘଟିଛି ।

ଅନେକ କାଉଡ଼ିଆ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖି ଭ୍ୟାନର ଡ୍ରାଇଭର ସେମାନଙ୍କୁ ଚେଙ୍ଗଡାବାନ୍ଧା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତରମାନେ ୧୦ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆହତମାନେ କହିଛନ୍ତି ଯେ ଜେନେରେଟରରେ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।