building collapses : ମୁମ୍ଵାଇରେ ଭୁଶୁଡିଲା ୩ ମହଲା କୋଠା, ଚାଲିଛି ଉଦ୍ଧାର କାର୍ଯ୍ୟ
Advertisement
Article Detail0/zeeodisha/odisha2355409

building collapses : ମୁମ୍ଵାଇରେ ଭୁଶୁଡିଲା ୩ ମହଲା କୋଠା, ଚାଲିଛି ଉଦ୍ଧାର କାର୍ଯ୍ୟ

Building Collapse in Navi Mumbai : ଆଜି ମୁମ୍ବାଇରେ ଏକ ତିନି ମହଲା ବିିଶିଷ୍ଟ କୋଠା " ଇନ୍ଦିରା ନିୱାସ " ଭୁଶୁଡ଼ି ପଡ଼ିଛି। କୋଠା ତଳେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି।ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

Mumbai

Building Collapse in Navi Mumbai : ଶନିବାର ନାଭି ମୁମ୍ବାଇରେ ଏକ ତିନି ମହଲା ବିିଶିଷ୍ଟ କୋଠା " ଇନ୍ଦିରା ନିୱାସ " ଭୁଶୁଡ଼ି ପଡ଼ିଛି। କୋଠା ତଳେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି।

ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ସବିଶେଷ ତଥ୍ୟ ଅନୁଯାୟୀ, ବିଲ୍ଡିଂରେ ପ୍ରାୟ ୨୪ ପରିବାର ବାସ କରୁଥିଲେ।  ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିସନର କୈଳାସ ସିନ୍ଦେ କହିଛନ୍ତି ଯେ ଆଜି ( ଶନିବାର) ସକାଳ ପ୍ରାୟ ୫ଟାରେ କୋଠା ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ଫସି ରହିଛନ୍ତି ବୋଲି ସେ କହିଛନ୍ତି।

ସକାଳ ପ୍ରାୟ ୫ଟା ସମୟରେ କୋଠାଟି ଭୁଶୁଡି ପଡିଥିଲା। ଏହା ଏକ ଜି +୩ କୋଠା। ଖବର ଲେଖାଯିବା ପର୍ଯ୍ୟନ୍ତ ଏନଡିଆରଏଫ ଟିମ୍ ସେଠାରେ ନିୟୋଜିତ ଅଛନ୍ତି ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି ବୋଲି ସିନ୍ଦେ ଗଣମାଧ୍ୟମକୁ କହିଛନ୍ତି।

 ମୁମ୍ବାଇର ଡେପୁଟି ଫାୟାର ଅଫିସର ପୁରୁଷୋତ୍ତମ ଯାଦବ କହିଛନ୍ତି, ସକାଳ ୪.୫୦ ସମୟରେ ଏକ କୋଠା ଭୁଶୁଡ଼ିବା ବିଷୟରେ ଆମକୁ ଏକ କଲ ଆସିଥିଲା। ବିଲ୍ଡିଂ ରେ ୧୩ ଟି ଫ୍ଲାଟ୍ ଥିଲା।ଆମେ  ଦୁଇ ଜଣଙ୍କୁ ଉଦ୍ଧାର କରିଥିଲୁ।ଅହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।ପରେ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜେସିବି ଜରିଆରେ ଭଗ୍ନ ସାମଗ୍ରୀକୁ ହଟାଯାଉଛି।