Advertisement
Article Detail0/zeeodisha/odisha700455
Zee OdishaOdisha National-Internationalରାଜଧାନୀରେ ଗୋଟିଏ ଦିନରେ କୋରୋନା ମାମଲାରେ ରେକର୍ଡ ବୃଦ୍ଧି, ମୃତ୍ୟୁ ସଂଖ୍ୟା ଛୁଇଁଲା ୨୩୦୧

ରାଜଧାନୀରେ ଗୋଟିଏ ଦିନରେ କୋରୋନା ମାମଲାରେ ରେକର୍ଡ ବୃଦ୍ଧି, ମୃତ୍ୟୁ ସଂଖ୍ୟା ଛୁଇଁଲା ୨୩୦୧

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩,୯୪୭ କୋରୋନା ଭାଇରସ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏହା ସର୍ବାଧିକ କୋରୋନା ମାମଲା ରିପୋର୍ଟ ହୋଇଛି ।

ରାଜଧାନୀରେ ଗୋଟିଏ ଦିନରେ କୋରୋନା ମାମଲାରେ ରେକର୍ଡ ବୃଦ୍ଧି, ମୃତ୍ୟୁ ସଂଖ୍ୟା ଛୁଇଁଲା ୨୩୦୧

ନୂଆଦିଲ୍ଲୀ: କୋରୋନା ଭାଇରସ ଦେଶରେ ତାଣ୍ଡବଲୀଳା ଜାରି ରଖିଛି । ଭାରତରେ  ୪ ଲକ୍ଷ ୪୦ ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମିତ ଅଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରାୟ ପ୍ରତିଦିନ ଏଠାରେ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି । ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬୬ ହଜାର ଅତିକ୍ରମ କରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩,୯୪୭ କୋରୋନା ଭାଇରସ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏହା ସର୍ବାଧିକ କୋରୋନା ମାମଲା ରିପୋର୍ଟ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬୬,୬୦୨ରେ ପହଞ୍ଚିଛି । ଏଥିରୁ ଏପର୍ଯ୍ୟନ୍ତ ୨,୩୦୧ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ରାଜଧାନୀରେ ୨୪,୯୮୮ ସକ୍ରିୟ କୋରୋନା ମାମଲା ରହିଛି ।

Add Zee News as a Preferred Source
About the Author