କ୍ୱାରେଣ୍ଟାଇନରେ ଦିଲ୍ଲୀର ଗୋଟିଏ ହସ୍ପିଟାଲର ୬୮ ଡାକ୍ତର ଓ ନର୍ସ
Advertisement

କ୍ୱାରେଣ୍ଟାଇନରେ ଦିଲ୍ଲୀର ଗୋଟିଏ ହସ୍ପିଟାଲର ୬୮ ଡାକ୍ତର ଓ ନର୍ସ

ଏଠାରେ କହି ରଖୁଛୁ ଯେ, ଏପ୍ରିଲ ୧୩ରେ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏପ୍ରିଲ ୧୫ରେ ମହିଳାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପରେ ଗର୍ଭବତୀ ମହିଳା ରୋଗୀ କହିଥିଲେ ଯେ ସେ ବିଦେଶରୁ ଫେରିଛନ୍ତି ଏବଂ କୋରୋନା ସଂକ୍ରମିତ ସହ-ଯାତ୍ରୀମାନଙ୍କ ସହିତ ସ୍ପର୍ଶରେ ଆସିଥିଲେ । ମହିଳା ଜଣକ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ପରିବାରର ଚାରିଜଣ ସଦସ୍ୟଙ୍କ ପାଇଁ ଏପ୍ରିଲ ୧୦ ରୁ ୨୪ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନ୍ ଆଦେଶ ଦେଇଥିଲେ ।

 କ୍ୱାରେଣ୍ଟାଇନରେ ଦିଲ୍ଲୀର ଗୋଟିଏ ହସ୍ପିଟାଲର ୬୮ ଡାକ୍ତର ଓ ନର୍ସ

ନୂଆଦିଲ୍ଲୀ: ରୋଗୀଙ୍କ ମୃତ୍ୟୁ ପରେ ଦିଲ୍ଲୀର ୬୮ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ହୋମ୍ କ୍ୱାରେଣ୍ଟାଇନ କରାଯାଇଛି । ଦିଲ୍ଲୀ ସରକାରଙ୍କ ହସ୍ପିଟାଲ ଭଗବାନ୍ ମହାବୀର ଡାକ୍ତରଖାନାରେ 68 ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ମେଡିକାଲ ଷ୍ଟାଫଙ୍କୁ ହୋମ୍ କ୍ୱାରେଣ୍ଟାଇନ କରାଯାଇଛି । ମୁଖ୍ୟତଃ ଯେତେବେଳେ ଜଣେ 25 ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କୁ ଏହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ସେ ବିଦେଶରୁ ଆସିଥିବାର ସୂଚନା ଦେଇ ନଥିଲେ । ଡାକ୍ତରଖାନା ଅନୁଯାୟୀ ମହିଳା ଜଣକ ଭୁଲ ତଥ୍ୟ ଦେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏଠାରେ କହି ରଖୁଛୁ ଯେ, ଏପ୍ରିଲ ୧୩ରେ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏପ୍ରିଲ ୧୫ରେ ମହିଳାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପରେ ଗର୍ଭବତୀ ମହିଳା ରୋଗୀ କହିଥିଲେ ଯେ ସେ ବିଦେଶରୁ ଫେରିଛନ୍ତି ଏବଂ କୋରୋନା ସଂକ୍ରମିତ ସହ-ଯାତ୍ରୀମାନଙ୍କ ସହିତ ସ୍ପର୍ଶରେ ଆସିଥିଲେ । ମହିଳା ଜଣକ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ପରିବାରର ଚାରିଜଣ ସଦସ୍ୟଙ୍କ ପାଇଁ ଏପ୍ରିଲ ୧୦ ରୁ ୨୪ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନ୍ ଆଦେଶ ଦେଇଥିଲେ ।

ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ୧୫ ଏପ୍ରିଲ ରାତିରେ ମୃତ୍ୟୁ ବରଣ କରିଥିଲେ । ଫଳରେ ହସ୍ପିଟାଲର ୬୮ ଡାକ୍ତର ନର୍ସ ଏବଂ ଡାକ୍ତରଖାନାର ଅନ୍ୟ କର୍ମଚାରୀ ଯେଉଁମାନେ ମହିଳା କିମ୍ବା ମହିଳାଙ୍କ ପରିବାର ସଦସ୍ୟଙ୍କ ସହ ସ୍ପର୍ଶରେ ଆସିଛନ୍ତି । ବର୍ତ୍ତମାନ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୃତ ଗର୍ଭବତୀ ମହିଳା କୋରୋନା ସଂକ୍ରମିତ ହୋଇଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।