ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!

ଏ ବାବଦରେ CVC ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି । ଏହି ଆଦେଶରେ କୁହାଯାଇଛି ଯେ ସମସ୍ତ ସରକାରୀ ସଂସ୍ଥାରୁ ପୋଷ୍ଟ ରିଟାୟରମେଣ୍ଟ ପରେ ଅଧିକାରୀମାନଙ୍କୁ ଚାକିରି କରିବା ପୂର୍ବରୁ ଭିଜିଲାନ୍ସ କ୍ଲିୟରାନ୍ସ ନେବାକୁ ପଡିବ ।

ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees, Odia News: କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (CVC) ଅବସର ନେବା ପରେ ଅଧିକାରୀମାନଙ୍କ ତୁରନ୍ତ ବେସରକାରୀ ଚାକିରିରେ ଯୋଗ ଦେଉଥିବାକୁ 'ଗୁରୁତର ଅସଦାଚରଣ' ବୋଲି କହିଛି । CVC କହିଛି ଯେ ଅବସରପ୍ରାପ୍ତ ଅଧିକାରୀମାନେ କୁଲିଂ ଅଫ୍ ପିରିୟଡକୁ ସଂପୂର୍ଣ୍ଣ କରିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୬ ପରେ ଆଜି ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, କିନ୍ତୁ କମ୍ ହେଉନି ମୃତ୍ୟୁ ସଂଖ୍ୟା

ଏ ବାବଦରେ CVC ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି । ଏହି ଆଦେଶରେ କୁହାଯାଇଛି ଯେ ସମସ୍ତ ସରକାରୀ ସଂସ୍ଥାରୁ ପୋଷ୍ଟ ରିଟାୟରମେଣ୍ଟ ପରେ ଅଧିକାରୀମାନଙ୍କୁ ଚାକିରି କରିବା ପୂର୍ବରୁ ଭିଜିଲାନ୍ସ କ୍ଲିୟରାନ୍ସ ନେବାକୁ ପଡିବ ।

ସମସ୍ତ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କୁ ଦିଆଯାଇଥିବା ଆଦେଶରେ CVC କହିଛି ଯେ 'ଏହା ଦେଖାଯାଇଛି ଯେ କେତେକ ସମୟରେ ସରକାରୀ ସଂସ୍ଥାର ଅବସରପ୍ରାପ୍ତ ଅଧିକାରୀମାନେ ବେସରକାରୀ ସଂସ୍ଥାଗୁଡ଼ିକରେ ପୂର୍ଣ୍ଣକାଳୀନ ଚାକିରୀ / ଚୁକ୍ତିଭିତ୍ତିକ ଚାକିରିରେ ଯୋଗ ଦେଉଛନ୍ତି । ଏହା ମଧ୍ୟ ଦେଖାଯାଇଛି ଯେ, ଏପରି ଅଫର ଗ୍ରହଣ କରିବା ପୂର୍ବରୁ ସଂପୃକ୍ତ ସଂସ୍ଥାଗୁଡ଼ିକର ନିୟମ ଅନୁଯାୟୀ ଧାର୍ଯ୍ୟ ହୋଇଥିବା କୁଲିଂ ଅଫ୍ ପିରିୟଡକୁ ମଧ୍ୟ ଅପେକ୍ଷା କରାଯାଉ ନାହିଁ ।

ଅଧିକ ପଢ଼ନ୍ତୁ:-ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା Twitter, ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗମା

CVC ଅନୁଯାୟୀ, ସମସ୍ତ ସରକାରୀ ସଂସ୍ଥା ନିଜ କର୍ମଚାରୀଙ୍କ ପାଇଁ ଉପଯୁକ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଆବଶ୍ୟକ । କୁଲିଂ ଅଫ୍ ପିରିୟଡ ଶେଷ ହେବା ପରେ ଅଧିକାରୀମାନେ ଏହିପରି ଅଫର ଗ୍ରହଣ କରିବା ଉଚିତ୍ ।