ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ନିକଟ ଅତୀତରେ କେନ୍ଦ୍ର ସରକାର (Central Govt) କହିଥିଲେ ଯେ, ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ପୁନଃ କାର୍ଯ୍ୟକାରୀ ହେବ । ମୋଦି ସରକାର (Modi Govt) ଏହି ବ୍ୟବସ୍ଥାକୁ ଚଳିତ ବର୍ଷ ଜୁଲାଇ ୧ରୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରାୟ ୫୨ ଲକ୍ଷ କର୍ମଚାରୀ ଉପକୃତ ହେବେ । କିନ୍ତୁ କର୍ମଚାରୀମାନେ ଏପର୍ଯ୍ୟନ୍ତ ବୁଝିପାରୁ ନାହାଁନ୍ତି ଯେ ସେମାନଙ୍କ ଦରମା କେତେ ବୃଦ୍ଧି ପାଇବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…


ଏହା କୁହାଯାଉ ଯେ, ସରକାରଙ୍କ ତରଫରୁ କୁହାଯାଇଛି ଯେ ଜୁଲାଇ ୧ରୁ କର୍ମଚାରୀମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଏହା ପରେ କର୍ମଚାରୀଙ୍କ ଡିଏ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ । ଯେଉଁଥିରେ ୩ ପ୍ରତିଶତ ଏବଂ ୪ ପ୍ରତିଶତ ଏକ୍ସପେକ୍ଟେଡ ବୃଦ୍ଧି ହେବାର ଆଶଙ୍କା ରହିଛି । DA ର ଏହି ବୃଦ୍ଧି ଜାନୁଆରୀ ୧,୨୦୨୧ରୁ ବକେୟା । ସପ୍ତମ ବେତନ ଆୟୋଗର ନିୟମ ଅନୁଯାୟୀ, କର୍ମଚାରୀଙ୍କ ମୂଳ ଦରମା ଫିଟମେଣ୍ଟ ଫ୍ୟାକ୍ଟରରୁ ମଲ୍ଟିପ୍ଲାଇ କରାଯାଇଥାଏ ।


ଅଧିକ ପଢ଼ନ୍ତୁ:-ସ୍ୱଳ୍ପ ଆୟକାରୀଙ୍କ ପାଇଁ LIC ର ଶସ୍ତା ପ୍ଲାନ୍, ମାସକୁ ୫୦୦ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କା


ଏହି ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ । ଏହା ଦ୍ୱାରା ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଷୟରେ ଜଣାପଡ଼ିଥାଏ । ଏହା ଉପରେ ପ୍ରାପ୍ତ ମୋଟ ଭତ୍ତା ଯୋଗ କରି ଦରମା ସ୍ଥିର କରାଯାଇଥାଏ । ଦରମା ବ୍ରେକଅପର ସେଗମେଣ୍ଟରେ ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, ଘର ଭଡା ଭତ୍ତା, ମେଡିକାଲ୍ ରିଇମ୍ୱର୍ସମେଣ୍ଟ ଇତ୍ୟାଦି ସାମିଲ ରହିଛି ।


ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


ଏହି ବେତନରେ ବିଚାରାଧୀନ ବକେୟା ରାଶି ସହ ଡିଏ ପରେ ଭ୍ରମଣ ଭତ୍ତା ଆହୁରି ବଢିଯିବ । ମହଙ୍ଗା ଭତ୍ତାରେ ବୃଦ୍ଧି ହେବା ସହିତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ PF ଓ ଗ୍ରାଚ୍ୟୁଇଟି ଯୋଗଦାନରେ ପରିବର୍ତ୍ତନ ହେବ ।