କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement
Article Detail0/zeeodisha/odisha887945

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ପୂର୍ବୋତ୍ତର ରେଳୱେ (North Eastern Railway) ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂଙ୍କ ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଟ୍ରେନଗୁଡିକ ବାତିଲ କରାଯାଇଛି । 

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭୂତାଣୁ (Coronavirus) ତାଣ୍ଡବ କରୁଛି । ଏହି ସମୟରେ ବଢୁଥିବା କୋରୋନା ମାମଲା ମଧ୍ୟରେ ରେଳ ପ୍ରଶାସନ ଲକ୍ଷ୍ନୌ- ପାଟଲିପୁତ୍ର ଏବଂ ଗୋରଖପୁର-ମୌଲାନି ଏକ୍ସପ୍ରେସ ସମେତ ୧୮ଟି ଟ୍ରେନକୁ ଏପ୍ରିଲ ୨୧ରୁ ବାତିଲ କରିଦେଇଛି । ବାସ୍ତବରେ ଏହି ଟ୍ରେନ୍ ଗୁଡିକ ପାଇଁ ଯାତ୍ରୀ ମିଳୁ ନଥିଲା । ଏହି ଟ୍ରେନଗୁଡ଼ିକକୁ କ୍ଷତି ସହିବାକୁ ପଡୁଥିଲା । କେତେକ ଟ୍ରେନରେ ତ ଗୋରଖପୁରରୁ ଏକ ଡଜନ ଟିକେଟ୍ ବୁକ୍ ମଧ୍ୟ ହୋଇପାରୁ ନଥିଲା । ଗୋଟିଏ ଦିନରେ ତ ଗୋଟିଏ ବି ଟିକେଟ ବୁକ୍ ହୋଇନଥିଲା । 

ଅଧିକ ପଢ଼ନ୍ତୁ:-କୋରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୬ ସୂତ୍ରୀ ପରାମର୍ଶ

ପୂର୍ବୋତ୍ତର ରେଳୱେ (North Eastern Railway) ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂଙ୍କ ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଟ୍ରେନଗୁଡିକ ବାତିଲ କରାଯାଇଛି । ପରିଚାଳନାରେ ଅସୁବିଧା ଓ ପର୍ଯ୍ୟାପ୍ତ ଯାତ୍ରୀ ସଂଖ୍ୟା ନ ହେତୁ ଏହି ଟ୍ରେନଗୁଡିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । କେତେକ ଟ୍ରେନ୍ ପରିଚାଳନାରେ କମି କରାଯାଇଛି ତ କିଛି ରାସ୍ତାରେ ଅଟକାଇ ଚଳାଯିବ । ବାରାଣାସୀ ବିଭାଗର କାଦିପୁର-ସାରନାଥ ଷ୍ଟେସନ ମଧ୍ୟରେ ଏପ୍ରିଲ ୨୨ରେ ତଥା ଏପ୍ରିଲ ୨୭ରେ ଶାହାବାଜକୁଲି-ଗାଜିପୁର ସହର ମଧ୍ୟରେ ଅଣ୍ଡରପାସ୍ ନିର୍ମାଣ ପାଇଁ କିଛି ଟ୍ରେନର କାର୍ଯ୍ୟ ପ୍ରଭାବିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ତାରିଖଗୁଡିକରେ ଟ୍ରେନଗୁଡ଼ିକର ସଞ୍ଚାଳନ ପୂର୍ବ ନିର୍ଦ୍ଧାରିତ ମାର୍ଗ ଓ ଅଟକି ରହିବା ଆଧାରରେ ଜାରି ରହିବ । ନିର୍ମାଣ ସହ ଜଡିତ କାର୍ଯ୍ୟ ସ୍ଥଗିତ ରଖାଯାଇଛି ।

ଅଧିକ ପଢ଼ନ୍ତୁ:-Paytm ୟୁଜର୍ସଙ୍କ ପାଇଁ ଖୁସି ଖବର! ଗୋଟିଏ କ୍ଲିକରେ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଏହି ଟ୍ରେନଗୁଡିକ ବାତିଲ କରାଯାଇଛି

୧. 05085 ମୌଲାନି-ଲକ୍ଷ୍ନୌ ଜଙ୍କସନ

୨. 05086 ଲକ୍ଷ୍ନୌ ଜଙ୍କସନ-ମୌଲାନି 

୩. 05093 ଗୋରଖପୁର-ସୀତାପୁର ସ୍ପେଶାଲ

୪. 05094 ସୀତାପୁର-ଗୋରଖପୁର ସ୍ପେଶାଲ

୫. 05373 ଗୋଣ୍ଡା-ବାରାବାଙ୍କି ସ୍ପେଶାଲ

୬. 05374 ବାରବାଙ୍କି-ଗୋଣ୍ଡା ସ୍ପେଶାଲ

୭. 05141 ସିୱାନ୍-ଗୋରଖପୁର ସ୍ପେଶାଲ

୮. 05142 ଗୋରଖପୁର-ସିୱାନ୍ ସ୍ପେଶାଲ

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀ ହେଲେ କୋରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା

୯. 05009 ଗୋରଖପୁର-ମୌଲାନି ସ୍ପେଶାଲ

୧୦. 05010 ମୌଲାନି-ଗୋରଖପୁର ସ୍ପେଶାଲ

୧୧. 05104 ମଣ୍ଡୁୱାଡିହ-ଗୋରଖପୁର ସ୍ପେଶାଲ

୧୨. 05103 ଗୋରଖପୁର-ମାଣ୍ଡୁୱାଡିହ ସ୍ପେଶାଲ

୧୩. 05105 ଛାପରା-ନୌତନୱା ସ୍ୱତନ୍ତ୍ର ଟ୍ରେନ୍ 

୧୪. 05106 ନୌତନୱା-ଛାପରା ସ୍ପେଶାଲ ଟ୍ରେନ୍ 

୧୫. 05114 ଛାପରା କଚହରୀ-ଗୋମତୀନଗର 

୧୬. 05113 ଗୋମୀନଗର-ଛାପରା କଚହରୀ

୧୭. 05080 ଗୋରଖପୁର-ପାଟଲିପୁତ୍ର ସ୍ପେଶାଲ

୧୮. 05079 ପାଟାଲିପୁତ୍ର-ଗୋରଖପୁର ସ୍ପେଶାଲ