ଜାଣନ୍ତୁ ନୂତନ ଶ୍ରମ ଆଇନରୁ କେଉଁ କର୍ମଚାରୀଙ୍କୁ ହେବ ସବୁଠାରୁ ଅଧିକ ଲାଭ, କାହା ଉପରେ ବଢ଼ିବ ଟ୍ୟାକ୍ସର ଭାର
ଏହାର ଅର୍ଥ ହେଉଛି ଯେ ଯଦି ଏହି ନୂତନ ବେତନ ସଂହିତା ବିଧେୟକ (new wage code) ଲାଗୁ ହେବ । ତା’ହେଲେ ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ।
ନୂଆଦିଲ୍ଲୀ: 7th Pay Commission: ନୂତନ ବେତନ ସଂହିତା ବିଧେୟକ (new wage code) କାର୍ଯ୍ୟକାରୀ ହେବା ପରେ ସରକାରୀ ଓ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇପାରେ । ମାସିକ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ଗ୍ରାଚ୍ୟୁଇଟି ଯୋଗଦାନ ମଧ୍ୟ ପରିବର୍ତ୍ତନ ହେବ । ନୂତନ ବେତନ ସଂହିତା ବିଧେୟକ ଅନୁଯାୟୀ, କର୍ମଚାରୀଙ୍କ ବେସିକ ଦରମା ତାଙ୍କ ମାସିକ CTC ର ୫୦ ପ୍ରତିଶତ ହେବା ଉଚିତ୍ । ନୂତନ ଶ୍ରମ ନିୟମ ଅନୁଯାୟୀ, ଗ୍ରାଚ୍ୟୁଇଟିର ସମୟ ସୀମା ମଧ୍ୟ ହ୍ରାସ କରାଯାଉଛି । ବର୍ତ୍ତମାନ କ୍ରମାଗତ ପାଞ୍ଚ ବର୍ଷ ଧରି ଏକ କମ୍ପାନୀରେ କାମ କରିବା ଉପରେ ଗ୍ରାଚ୍ୟୁଇଟି (Gratuity) ର ଲାଭ ମିଳିଥାଏ ।
ଅଧିକ ପଢ଼ନ୍ତୁ:-ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ଏହି ୮ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
ଏହାର ଅର୍ଥ ହେଉଛି ଯେ ଯଦି ଏହି ନୂତନ ବେତନ ସଂହିତା ବିଧେୟକ (new wage code) ଲାଗୁ ହେବ । ତା’ହେଲେ ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ । ଅର୍ଥାତ୍ ଆପଣଙ୍କର ଟେକ୍ ହୋମ୍ ସେଲରୀ ହ୍ରାସ ପାଇବ । କିନ୍ତୁ PF ଏବଂ ଗ୍ରାଚ୍ୟୁଇଟିର ଯୋଗଦାନ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କୁ ଲମ୍ୱା ଅବଧିରେ ଅଧିକ ଟଙ୍କା ମିଳିବ ।
ମିଡିଆ ରିପୋର୍ଟ ଅନୁଯାୟୀ, ଏପ୍ରିଲରୁ ତିନୋଟି ନୂତନ ନିୟମ ମଧ୍ୟ କାର୍ଯ୍ୟକାରୀ ହୋଇପାରେ । ଯେଉଁଥିରେ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ କାର୍ଯ୍ୟ କରିବା ସମୟରେ ବଡ଼ ପରିବର୍ତ୍ତନ ହୋଇପାରେ । ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଆମେ ଆପଣଙ୍କୁ କହିଦେଉଛୁ ଯେ ସରକାର ଏପର୍ଯ୍ୟନ୍ତ ନୂଆ ୱେଜ୍ କୋଡ୍ ଲାଗୁ କରିବାର ତାରିଖ ଘୋଷଣା କରିନାହାଁନ୍ତି ।
ଅଧିକ ପଢ଼ନ୍ତୁ:-ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
ନୂତନ ବେତନ ସଂହିତା (new wage code) ଲାଗୁ ହେବାରୁ କ’ଣ ଲାଭ ହେବ?
ଗ୍ରାଚ୍ୟୁଇଟି ଏବଂ PF ରେ ଯୋଗଦାନ ବୃଦ୍ଧି ଅବସର ପରେ ପ୍ରାପ୍ତ ରାଶି ବୃଦ୍ଧି କରିବ । ଏହା ଅବସର ପରେ ଲୋକଙ୍କୁ ସୁଖମୟ ଜୀବନଯାପନ କରିବାରେ ସହଜ ହେବ । ଉଚ୍ଚ ବେତନ ପ୍ରାପ୍ତ ଅଧିକାରୀଙ୍କ ବେତନ ସଂରଚନା ସର୍ବାଧିକ ପରିବର୍ତ୍ତନ ହେବ ଏବଂ ଅଧିକ ପ୍ରଭାବିତ ହେବ । PF ଏବଂ ଗ୍ରାଚ୍ୟୁଇଟି ବୃଦ୍ଧି ଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଯୋଗଦାନ ଦେବାକୁ ପଡିବ । କମ୍ପାନୀଗୁଡିକର ବାଲାନ୍ସ ସିଟ୍ ମଧ୍ୟ ଏହି ଜିନିଷ ଦ୍ୱାରା ପ୍ରଭାବିତ ହେବ ।
ଅଧିକ ପଢ଼ନ୍ତୁ:-ଚାଣକ୍ୟ ନୀତି: ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେ ସୁଖ ଦେବନାହିଁ
ଟେକ୍-ହୋମ୍ ଦରମାରେ କମି କମ୍ ଓ ମଧ୍ୟମ ଆୟ କରୁଥିବା ଲୋକଙ୍କ ପାଇଁ ବହୁତ କମ୍ ହେବ । ଅବଶ୍ୟ, ନୂତନ ବେତନ ନିୟମ ଲାଗୁ ହେବା ପରେ ଅଧିକ ଆୟ ବର୍ଗର ଲୋକଙ୍କୁ ବଡ଼ ଝଟକା ଲାଗିପାରେ । ସରଳ ଭାବରେ କହିବାକୁ ଗଲେ, ଅଧିକ ଆୟ ବର୍ଗର ଲୋକଙ୍କ PF ଯୋଗଦାନ ଅଧିକ ହେବା ଦ୍ୱାରା ସେମାନଙ୍କ ଟେକ୍-ହୋମ୍ ସେଲେରୀ ଯଥେଷ୍ଟ ହ୍ରାସ ପାଇବ, କାରଣ ସେମାନଙ୍କ କର୍ମଚାରୀ ବେତନ ଅଧିକ ହୋଇଥାଏ । ସେମାନଙ୍କର ବେସିକ ଦରମା ମଧ୍ୟ ଅଧିକ ହୋଇଥାଏ, ଯେଉଁଥିପାଇଁ ସେମାନଙ୍କର PF ମଧ୍ୟ ଅଧିକ କଟାଯାଇଥାଏ । ନୂତନ ପେ କୋଡ୍ ଅନୁଯାୟୀ, ସେମାନଙ୍କର ମୂଳ ଦରମା ୫୦ ପ୍ରତିଶତ ହୋଇଯାଏ । ସମାନ ସ୍ଥିତି ଗ୍ରାଚ୍ୟୁଇଟି ଯୋଗଦାନ କ୍ଷେତ୍ରରେ ଲାଗୁ ହେବ ।
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଗାଡ଼ି ତ ଧ୍ୟାନ ଦିଅନ୍ତୁ; ଗ୍ରୀନ୍ ଟ୍ୟାକ୍ସ ଲାଗୁ କରିବାକୁ ଯାଉଛନ୍ତି ସରକାର, ଜାଣନ୍ତୁ କେତେ କରିବାକୁ ପଡିବ ଜମା
ଜାଣନ୍ତୁ ଟିକସ ବୋଝ କେତେ ବୃଦ୍ଧି ପାଇବ?
ନୂତନ ବେତନ ସଂହିତା ଲାଗୁ ହେଲେ CTC ର ୫୦ ପ୍ରତିଶତର ମୂଳ ବେତନ ମଧ୍ୟ ଉଚ୍ଚ ଆୟ ବର୍ଗର କର୍ମଚାରୀଙ୍କୁ ମଧ୍ୟ ପ୍ରଭାବିତ କରିବ । କାରଣ ମୂଳ ଦରମା ଟିକସଯୋଗ୍ୟ ହୋଇଥାଏ । ତେଣୁ, ମୂଳ ଦରମା ଅଧିକ ହେଲେ ଟିକସ ମଧ୍ୟ ଅଧିକ କଟାଯିବ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଦରମା ପୁନର୍ଗଠନ ସେମାନଙ୍କ ଟିକସ ଦାୟିତ୍ୱକୁ ବଢାଇପାରେ, ଯେଉଁମାନେ ନିଜ ଟ୍ୟାକ୍ସ କ୍ୟାପିଂ ବିକଳ୍ପ CTC ର କେବଳ ୫୦ ପ୍ରତିଶତ ଯାଏ ସୀମିତ ହେବ ।