Nagabhushana Car Accident: ଅଭିନେତାଙ୍କ କାର ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର…
Advertisement
Article Detail0/zeeodisha/odisha1895784

Nagabhushana Car Accident: ଅଭିନେତାଙ୍କ କାର ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର…

Nagabhushana Car Accident: କନ୍ନଡ଼ ଅଭିନେତାଙ୍କ (Nagabhushana) ଗାଡ଼ି ଧକ୍କାରେ ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର ମାମଲାରେ ନାଗଭୂଷଣକୁ ଛାଡ଼ିଲା ପୋଲିସ। ଦ୍ରୁତ ଗତି ଓ ବେପରୁଆ ଭାବେ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଥିଲା ପୋଲିସ ।

ସୌ(ସୋସିଆଲ ମିଡିଆ)

Nagabhushana Car Accident: କନ୍ନଡ଼ ଅଭିନେତାଙ୍କ (Nagabhushana) ଗାଡ଼ି ଧକ୍କାରେ ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର ମାମଲାରେ ନାଗଭୂଷଣକୁ ଛାଡ଼ିଲା ପୋଲିସ। ଶନିବାର ଦିନ ରାତିରେ ବେଙ୍ଗାଲୁରୁରେ (Bangalore) ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ଦ୍ରୁତ ଗତି ଓ ବେପରୁଆ ଭାବେ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଥିଲା ପୋଲିସ ।

ସୂଚନା ଅନୁଯାୟୀ, ଦମ୍ପତିଙ୍କ ଉପରେ ଗାଡ଼ି ଚଢାଇବା ମାମଲାରେ ଅଭିନେତା ନାଗଭୂଷଣକୁ ଛାଡ଼ିଲା ପୋଲିସ । ଶନିବାର ଦିନ ରାତି ପ୍ରାୟ ପ୍ରାୟ ୯.୪୫ ମିନିଟ୍ କନ୍ନଡ଼ ଅଭିନେତା (kannada Actor) ନାଗଭୂଷଣ କାର ଯୋଗୁଁ ଉତ୍ତରହାଲ୍ଲିରୁ କୋନାନାକୁନ୍ତେ ଆଡ଼କୁ ଯାଉଥିଲେ। ଠିକ୍ ଏହି ସମୟରେ ବସନ୍ତପୁର ମୁଖ୍ୟ ରାସ୍ତାରୋ ଚାଲି ଚାଲି ଯାଉଥିବା ଏକ ଦମ୍ପତିଙ୍କ ଉପରକୁ ଅଭିନେତାଙ୍କ କାରଟି ମାଡ଼ି ଯାଇଥିଲା । ଦମ୍ପତିଙ୍କୁ ଧକ୍କା ଦେବା ପରେ କାରଟି ଏକ ଇଲେକ୍ଟ୍ରି ପୋଲରେ ଧକ୍କା ହୋଇଥିଲା । ହସ୍ପିଟାଲ ନେବା ବାଟରେ ସ୍ତ୍ରୀ ପ୍ରେମାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ କ୍ରିଷ୍ଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ତ ,ପେଟ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ପୋଲିସ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା । ଅଭିନେତାଙ୍କ ଉପରେ ଦ୍ରୁତ ଗତ ଖର୍ଚ୍ଚ ଓ ବେପୁରିଆ ଭାବେ ଗାଡ଼ି ଚାଳନା ନେଇ ଅଭିଯୋଗ ହୋଇଥିଲା। ତେବେ ବର୍ତ୍ତମାନ ଏହି ମାମଲାରେ ପୋଲିସ ଅଭିନେତାଙ୍କୁ ଛାଡ଼ିଥିବା ସୂଚନା ମିଳିଛି ।

Also Read-Vande Bharat: ଏଣିକି ୧୪ ମିନିଟ୍ ରେ ସଫା ହେବ ବନ୍ଦେ ଭାରତ

ପ୍ରକାଶ ଥାଉ କି, ଅଭିନେତା ନାଗଭୂଷଣ ନିଜେ ଉକ୍ତ ଦମ୍ପତିଙ୍କୁ ଡାକ୍ତରଖାନା ନେଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଳ୍ପ ଦିନ ପୂର୍ବେ ଅଭିନେତାଙ୍କ ଫିଲ୍ମ ‘ତଗାରୁ ପାଲ୍ୟା’ (Tagaru Palya) ରିଲିଜ ହୋଇଛି ।

Also Read-Rahul Gandhi: ହିନ୍ଦୁ ଧର୍ମକୁ ନେଇ ସୋସିଆଲ ମିଡିଆରେ ବୁଝାଇଲେ ରାହୁଲ ଗାନ୍ଧୀ