Road Accident: ଭାରାସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ଘଟଣାସ୍ଥଳରେ ୬ ମୃତ
Advertisement
Article Detail0/zeeodisha/odisha2198769

Road Accident: ଭାରାସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ଘଟଣାସ୍ଥଳରେ ୬ ମୃତ

Road Accident: ରାସ୍ତାରେ ଛକି ବସିଥିଲା ଯମ। ଚାହୁଁଚାହୁଁ ଚାଲିଗଲା ୬ ନିରୀହ ଜୀବନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୬ ଜଣ ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡି଼ଛି। 

Road Accident: ଭାରାସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ଘଟଣାସ୍ଥଳରେ ୬ ମୃତ

Road Accident: ରାସ୍ତାରେ ଛକି ବସିଥିଲା ଯମ। ଚାହୁଁଚାହୁଁ ଚାଲିଗଲା ୬ ନିରୀହ ଜୀବନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୬ ଜଣ ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡି଼ଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ତାମିଲନାଡୁର ବୃନ୍ଦାନଗର ମଦୁରାଇ ଜାତୀୟ ରାଜପଥ ତିରୁମଙ୍ଗଲମ୍ ରେ ଏକ କାର୍ ଟି ଭାରସାମ୍ୟ ହରାଇ  ରାସ୍ତାକଡକୁ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି।

ALSO READ: Guru Gochar 2024: ଆସନ୍ତା ମାସରେ ତୁଳା ରାଶିକୁ ଚଳନ କରିବେ ଦେବଗୁରୁ ବୃହସ୍ପତି, ବଦଳିବ ଏହି ତିନି ରାଶିଙ୍କ ଭାଗ୍ୟ

ALSO READ: Road Accident: ଖଣିରେ ଓଲଟିଲା ବସ୍ , ୧୫ ମୃତ , ଏକାଧିକ ଆହତ

ସୂଚନା ଅନୁସାରେ,   ତାମିଲନାଡୁର ଧାଲାଭାଇରୁରମ୍ (Dhalavaipuram)ର ଏକ ପରିବାରର ୭ ସଦସ୍ୟ ମଦୁରାଇ ନିକଟରେ ଥିବା ଏକ ମନ୍ଦିରରୁ ବୁଧବାର ଦିନ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିର ଦର୍ଶନ କରି ସପରିବାର କାର ଯୋଗେ ନିଜ ଘରକୁ ହସଖୁସିରେ ଫେରୁଥିଲେ। କିନ୍ତୁ ଡ୍ରାଇଭର ଜଣକ ବୃନ୍ଦାନଗର ମଦୁରାଇ ଜାତୀୟ ରାଜପଥ ତିରୁମଙ୍ଗଲମ୍ ରେ  ଗାଡିର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିଲାରେ ଭର୍ତ୍ତି କରିବା ସହିତ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକମାନେ ହେଲେ  ଆର.କାନାଗାଭେଲ (୬୨), ତାଙ୍କ ପତ୍ନୀ କୃଷ୍ଣାକୁମାରୀ (୫୧ ), ବୋହୂ ନାଗାଜୋତି(୨୮) ଏବଂ ନାଗାଜ୍ୟୋତିଙ୍କ ଦୁଇ ଯାଆଁଳା ଝିଅ ଶିବ ଆଥମିକା ଏବଂ ଶିବଶ୍ରୀ(୮)  ଏବଂଅନ୍ୟ ଜଣେ ହେଉଛି ଡ୍ରାଇଭର ଜି ପାଣ୍ଡି,(୫୨)।