Advertisement
Article Detail0/zeeodisha/odisha2202123
Zee OdishaOdisha National-InternationalAccident News: ବିବାହ ଭୋଜି ଖାଇ ଫେରୁଥିବା ବେଳେ ଚାଲିଗଲା ୩ ଭାଇଭଉଣୀଙ୍କ ଜୀବନ

Accident News: ବିବାହ ଭୋଜି ଖାଇ ଫେରୁଥିବା ବେଳେ ଚାଲିଗଲା ୩ ଭାଇଭଉଣୀଙ୍କ ଜୀବନ

Accident  News: ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ କାର ବାଇକକୁ ଧକ୍କା ଦେବା ପରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଇକ୍‌ରେ ଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ଯରାତ୍ରୀରେ ଗ୍ରେଟର ନୋଏଡାର ବ୍ୟସ୍ତ ବହୁଳ ପରୀ ଛକରେ ଘଟିଛି ଏପରି ଅଘଟଣ । କୁଲେସରାର ବାସିନ୍ଦା ସୁରେନ୍ଦ୍ର ଉଭଣୀମାନଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେବା ପରେ ବାଇକ ଯୋଗେ ଘରକୁ ଫେରୁଥିଲେ । ମୋଟର ସାଇକେଲରେ ମୋଟ ୪ ଜଣ ଅର୍ଥାତ୍ ସୁରେନ୍ଦ୍ରଙ୍କ ଦୁଇ ଭଉଣୀ ସାଇଲି ଓ ଆନସୁଙ୍କ ସହ ତାଙ୍କର ଜଣେ ବନ୍ଧୁ ମଧ୍ଯ ଥିଲେ । ରାତି ପ୍ରାୟ ୨ଟାରେ ପରୀ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ମୋଟରସାଇକେଲକୁ ପଛରୁ ଧକ୍କା ଦେଇ ସେଠାରୁ ଚାଲି ଯାଇଥିଲା। ଦୁର୍ଘଟଣାର ସୁରେନ୍ଦ୍ର  ଓ ତାଙ୍କ ୨ ଭଉଣୀ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବାଇକ ଥିବା ଅନ୍ୟ ଜଣେ ଯୁବତୀ ଗୁରୁତର ଥିବା ସୂଚନା ମିଳିଛି ।

Also Read- Weather Report: ବଜ୍ରପାତ ସହ ବର୍ଷା ଆଶଙ୍କା, ଏହି ସବୁ ସ୍ଥାନ ପାଇଁ ଆଲର୍ଟ ଜାରି...

Add Zee News as a Preferred Source

ଏନେଇ ପୋଲିସ କହିଛି, ଦ୍ରୁତ ଗତିରେ ଆସୁଥିବା କାରଟି ମୋଟରସାଇକେଲକୁ ଧକ୍କା ଦେବା ପରେ ତାହା ଉପରେ ଚଢ଼ି ଯାଇଥିଲା। ବାଇକକୁ ଧକ୍କା ଦେଇଥିବା ଗାଡିଟିକୁ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ । ଗାଡ଼ି ଖୋଜିବା ପାଇଁ ସିସିଟିଭି କ୍ୟାମେରାରୁ ଫୁଟେଜ ସ୍କାନ୍ କରାଯାଉଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଗିରଫଦାରୀ ହୋଇନାହିଁ।

About the Author