Aadhaar Card: ଜାଣନ୍ତୁ ଆଧାର କାର୍ଡ କେତେ ଉପଯୋଗୀ ଓ ଦେଶରେ କେତେ ପ୍ରତିଶତ ଲୋକଙ୍କୁ ଏହା ମିଳିଛି?
Advertisement
Article Detail0/zeeodisha/odisha1335777

Aadhaar Card: ଜାଣନ୍ତୁ ଆଧାର କାର୍ଡ କେତେ ଉପଯୋଗୀ ଓ ଦେଶରେ କେତେ ପ୍ରତିଶତ ଲୋକଙ୍କୁ ଏହା ମିଳିଛି?

Adhar Card: ଆଜି ଆଧାର କାର୍ଡକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ (Important Documents) ଭାବରେ ବ୍ୟବହାର କରାଯାଉଛି।

ସାଂକେତିକ ଫଟୋ

Adhar Card: ଆଜି ଆଧାର କାର୍ଡକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ (Important Documents) ଭାବରେ ବ୍ୟବହାର କରାଯାଉଛି। ପିଲାମାନଙ୍କର ସ୍କୁଲ ଆଡମିଶନ ଠାରୁ ଆରମ୍ଭ କରି ସମ୍ପତ୍ତି କିଣିବା ପର୍ଯ୍ୟନ୍ତ, ଡାକ୍ତରଖାନାରେ ଭର୍ତ୍ତି ହେବା ଠାରୁ ଆରମ୍ଭ କରି ଯାତ୍ରା ପର୍ଯ୍ୟନ୍ତ, ଏହା ସର୍ବତ୍ର ID ପ୍ରମାଣ (ID Proof) ଭାବରେ ଆବଶ୍ୟକ। କେବଳ ଏତିକି ନୁହେଁ ଡ୍ରାଇଭିଂ ଲାଇସେନ୍ସ, ରାସନ କାର୍ଡ, ପ୍ୟାନ କାର୍ଡ ଇତ୍ୟାଦି ଆବଶ୍ୟକୀୟ ଦଲିଲ ତିଆରି କରିବା ପାଇଁ ଆଧାର କାର୍ଡ (Adhar Card) ଆବଶ୍ୟକ।

ଆଇଟି ମନ୍ତ୍ରଣାଳୟ ଅନୁଯାୟୀ ଦେଶସାରା ଆଧାର କାର୍ଡ ପାଇଁ ପଞ୍ଜୀକରଣ, ବ୍ୟବହାର ଓ ଏହି ୟୁନିକ୍ ଆଇଡି ଆପଣାଇବା କାର୍ଯ୍ୟ ସାରା ଦେଶରେ ଦ୍ରୁତ ଗତିରେ ଚାଲିଛି। ଜୁଲାଇ ୨୦୨୨ରେ ୧.୪୭ କୋଟି ଲୋକ ସେମାନଙ୍କର ଆଧାର କାର୍ଡ ଅପଡେଟ୍ କରିଛନ୍ତି। ଲୋକମାନେ ଆଧାର କେନ୍ଦ୍ର ଏବଂ ଅନଲାଇନ୍ ଆଧାର ଅପଡେଟ୍ ପୋର୍ଟାଲର ସାହାଯ୍ୟ ନେଇଛନ୍ତି। ଜୁଲାଇ ଶେଷ ସୁଦ୍ଧା ସମୁଦାୟ ୬୩.୫୫ କୋଟି ଲୋକ ସେମାନଙ୍କର ଆଧାର କାର୍ଡର ଡେମୋ୍ରାଫିକ୍ (Demographic)  ଓ ବାୟୋମେଟ୍ରିକ୍ ଡିଟେଲ୍ (Biometric Details) ଅପଡେଟ୍ କରିସାରିଛନ୍ତି ।

କୁହାଯାଉଛି ଯେ, ଜୁଲାଇ ମାସରେ ୫୩ ଲକ୍ଷରୁ ଅଧିକ ନୂଆ ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି। ଏଥିରେ ୧୮ ବର୍ଷରୁ କମ୍ ପିଲାମାନଙ୍କର ଅଧିକାଂଶଙ୍କର ଆଧାର କାର୍ଡ ଅଛି। ଦେଶରେ ଏପର୍ଯ୍ୟନ୍ତ ୯୩.୪୧ ପ୍ରତିଶତ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଆଧାର କାର୍ଡ ତିଆରି ହୋଇସାରିଛି। ପ୍ରାୟ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୦ ପ୍ରତିଶତ ଲୋକଙ୍କ ପାଇଁ ଆଧାର କାର୍ଡ ହୋଇ ସାରିଛି।

ଆପଣଙ୍କୁ କହିରଖୁଛୁ ଯେ, ଏଲପିଜି (LPG), ମନେରେଗା (MGNREGA) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ସମେତ ଅନେକ ଜନକଲ୍ୟାଣକାରୀ ଯୋଜନାର ଫାଇଦା ଲୋକଙ୍କ ପାଖକୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର୍ (DBT) ଜରିଆରେ ପହଞ୍ଚାଇବାରେ ଆଧାର ପେମେଣ୍ଟ ବ୍ରିଜ (Aadhaar Payment Bridge) ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଜଣାପିଡିଛି ଯେ, ଜୁଲାଇ ୨୦୨୨ରେ ଏପିବି (APB) ମାଧ୍ୟମରେ ୧୨,୫୧୧ କୋଟି ଟଙ୍କା ମୂଲ୍ୟର କାରବାର କରାଯାଇଛି। ଆଧାର ମାଧ୍ୟମରେ ୨୨.୮୪ କୋଟି ଇ-କେଓ୍ବାସି କାରବାର କରାଯାଇଛି। ଆଧାର ଇନେବଲ୍ଡ ପେମେଣ୍ଟ ସିଷ୍ଟମ (AEPS) ଏବଂ ମାଇକ୍ରୋ ଏଟିଏମ୍ ନେଟୱାର୍କ ମାଧ୍ୟମରେ ୧୫୦୭ କୋଟିର ବ୍ୟାଙ୍କିଙ୍ଗ୍ କାରବାର ଅତି ଦ୍ରୁତ ଗତିରେ ହୋଇଛି। ଏହି ମାସରେ ୨୨.୩୭ କୋଟି AEPS କାରବାର କରାଯାଇଛି।