Aero India 2023: ଜେଟ୍ ସୁଟ୍ ପିନ୍ଧନ୍ତୁ ଏବଂ ଆକାଶରେ ଉଡ଼ନ୍ତୁ, ଜାଣନ୍ତୁ ଏହାର ବିଶେଷତ୍ୱ...
Advertisement
Article Detail0/zeeodisha/odisha1574425

Aero India 2023: ଜେଟ୍ ସୁଟ୍ ପିନ୍ଧନ୍ତୁ ଏବଂ ଆକାଶରେ ଉଡ଼ନ୍ତୁ, ଜାଣନ୍ତୁ ଏହାର ବିଶେଷତ୍ୱ...

India Made Jet Suit: ଫ୍ରାନ୍ସ ଏବଂ ଇଂଲଣ୍ଡ ଭଳି ଦେଶରେ ଏଭଳି ଧରଣର ସୁଟ୍ ତିଆରି କରାଯାଇ ସାରିଛି। ହେଲେ ଭାରତରେ ପ୍ରଥମ ଥର ପାଇଁ ଜେଟ୍ ସୁଟ୍ ପ୍ରସ୍ତୁତ କରାଯାଇଛି। ଏହି ଜେଟ ସୁଟ୍ କିଛି ମାସ ମଧ୍ୟରେ ଲଞ୍ଚ ହେବ। 

Aero India 2023: ଜେଟ୍ ସୁଟ୍ ପିନ୍ଧନ୍ତୁ ଏବଂ ଆକାଶରେ ଉଡ଼ନ୍ତୁ, ଜାଣନ୍ତୁ ଏହାର ବିଶେଷତ୍ୱ...

Features of Jet Suit: ନିକଟରେ ବେଙ୍ଗାଲୁରୁସ୍ଥିତ ୟେଲହଙ୍କା ବାୟୁସେନା ଷ୍ଟେସନ ପରିସରରେ ଆୟୋଜିତ ହୋଇଥିଲା "ଏରୋ ଇଣ୍ଡିଆ ଶୋ ୨୦୨୩"। ଫେବୃଆରୀ ୧୩ ତାରିଖ ସୋମବାର ଠାରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏଭଳି ଜେଟ୍ ସୁଟ୍ ପ୍ରଦର୍ଶିତ ହୋଇଛି। ଯାହା ମଣିଷ ସହ ଆକାଶରେ ଉଡି ପାରିବ। ଅର୍ଥାତ ଏହାକୁ ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତି ଜେଟ୍ ବିମାନ ହୋଇଯିବେ ଏବଂ ଆକାଶରେ ଉଡିପାରିବେ। ପ୍ରାୟ ୫୦-୬୦ କିଲୋମିଟର ବେଗରେ, ଏହି ସୁଟ୍ ୭-୯  ମିନିଟ୍ ପର୍ଯ୍ୟନ୍ତ ଆକାଶରେ ୧୦ କିଲୋମିଟର ପର୍ଯ୍ୟନ୍ତ ଉଡିପାରିବ। ଏହି ଜେଟ ସୁଟ ହେଉଛି ସମ୍ପୂର୍ଣ୍ଣ ସ୍ୱଦେଶୀ। ଯାହାକୁ ଦେଶରେ ବିକାଶିତ କରାଯାଇଛି। ବର୍ତ୍ତମାନ ଏହାର କେବଳ ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯାଇଛି ଏବଂ ପରୀକ୍ଷା ଏବଂ ପାଇଲଟ୍ ଟ୍ରେନିଂ କାର୍ଯ୍ୟ ଚାଲିଛି।

ଏହି ଜେଟ୍ ସୁଟ୍ ସହ ଜଡ଼ିତ ବୈଶିଷ୍ଟ୍ୟ ସମ୍ପର୍କରେ ଜାଣନ୍ତୁ... 

  • ରୋବୋଜେଟ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଏହି ସୁଟ୍ ପିନ୍ଧି ସୈନିକ ଆକାଶରରେ ଉଡ଼ିପାରିବ
  • ଏହି ଜେଟ୍ ସୁଟ୍ ସାତୋଟି ଇଞ୍ଜିନ୍ ସହ ସଂଯୁକ୍ତ ହୋଇଛି। ସୁରକ୍ଷା କାରଣରୁ ହେତୁ ଏଥିରେ ଡିଜେଲ ବ୍ୟବହାର କରାଯାଇଛି।
  • ଜେଟ୍ ସୁଟ୍ ଓଜନ ହେଉଛି ପ୍ରାୟ ୪୦ କିଲୋଗ୍ରାମ। ଏହା ବହୁତ ହାଲୁକା।
  • ଏହି ଜେଟ ସୁଟ ୮୦ କିଲୋଗ୍ରାମ ଓଜନ ବିଶିଷ୍ଟ ପାଇଲଟ୍ ସହିତ ଉଡିପାରିବ।
  • ଏହି ଜେଟ୍ ସୁଟ୍ ସାମରିକ,  ମେଡିକାଲ ଏମରଜେନ୍ସି ଏବଂ ନାଗରିକ ସେବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।
  • କେବଳ ଏତିକି ନୁହେଁ, ଆପଣ ଏହି ଜେଟ ସୁଟ୍ ପିନ୍ଧି ଲ୍ୟାଣ୍ଡ ମାଇନ୍ ମଧ୍ୟ ପାର କରିହେବ।
  • ଏପରିକି ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ମଧ୍ୟ ଏହା ଦ୍ୱାରା ପରିବହନ କରାଯାଇ ପାରିବ।

ଫ୍ରାନ୍ସ ଏବଂ ଇଂଲଣ୍ଡ ଭଳି ଦେଶରେ ଏଭଳି ଧରଣର ସୁଟ୍ ତିଆରି କରାଯାଇ ସାରିଛି। ହେଲେ ଭାରତରେ ପ୍ରଥମ ଥର ପାଇଁ ଜେଟ୍ ସୁଟ୍ ପ୍ରସ୍ତୁତ କରାଯାଇଛି। ଏହି ଜେଟ ସୁଟ୍ କିଛି ମାସ ମଧ୍ୟରେ ଲଞ୍ଚ ହେବ।  ଫେବୃଆରୀ ୧୩ ତାରିଖ ସୋମବାର ଠାରୁ ଆୟୋଜିତ ହୋଇଥିବା "ଏରୋ ଇଣ୍ଡିଆ ଶୋ ୨୦୨୩" କାର୍ଯ୍ୟକ୍ରମରେ ଏଭଳି ଜେଟ୍ ସୁଟ୍ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୭୦୦ ପ୍ରତିରକ୍ଷା କମ୍ପାନୀ ଏବଂ ପ୍ରାୟ ୧୦୦ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି।

ଆର୍ଥିକ ବର୍ଷ ୨୦୨୩-୨୪ ଲାଗି କେନ୍ଦ୍ରୀୟ ବଜେଟ ଆଗତ ହେବା ବେଳେ ଭାରତୀୟ ସୈନ୍ୟ ବାହିନୀ ଲାଗି ୪୮ ଜେଟ୍ ପ୍ୟାକ୍ ସୁଟ୍ କ୍ରୟ ପ୍ରକ୍ରିୟା ଆରମ୍ଭ କରାଯାଇ ସାରିଛି।  ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ସାମଗ୍ରିକ ତଦାରଖ ତଥା ଯୁଦ୍ଧ କ୍ଷମତାକୁ ମଜବୁତ କରିବା ପାଇଁ ଭାରତୀୟ ସେନା ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା। ଏନେଇ ପ୍ରତିକ୍ରିୟା ରଖି ସେନା ଅଧିକାରୀ କହିଛନ୍ତି ଯେ, "ବାୟ-ଇଣ୍ଡିଆନ" ବର୍ଗରେ ଫାଷ୍ଟ-ଟ୍ରାକ ପ୍ରକ୍ରିୟା ଅଧୀନରେ ଜରୁରୀକାଳୀନ କ୍ରୟ ଆଧାରରେ ୪୮ ଜେଟ୍ ପ୍ୟାକ୍ ସୁଟ୍ କିଣିବା ପାଇଁ ସେନା ଆଗ୍ରହୀ ୟୁନିଟ୍ ଠାରୁ ଅନୁରୋଧ ପାଇଁ ଚିଠି ମାଗିଛି।  

ଭାରତୀୟ ସେନା ୪୮ ଜେଟ୍ ପ୍ୟାକ୍ ସୁଟ୍ କ୍ରୟ ପ୍ରକ୍ରିୟା ଆରମ୍ଭ କରିଛି। ଯାହାର ଅନେକ ଲାଭ ମଧ୍ୟ ରହିଛି। ସୀମାରେ ନିୟୋଜିତ ହୋଇଥିବା ସୈନିକ ମଧ୍ୟ ଜେଟ୍ ପ୍ୟାକ୍ ସୁଟ୍ ପିନ୍ଧି ଗୁରୁତର ଅବସ୍ଥାରେ ଉଡିପାରିବେ। ଜେଟ୍ ପ୍ୟାକ୍ ସୁଟ୍,   ପାଞ୍ଚଟି ଗ୍ୟାସ୍ ଟର୍ବାଇନ ଜେଟ୍ ଇଞ୍ଜିନ ସହିତ ସଂଯୁକ୍ତ। ଯାହା ପ୍ରାୟ ୧୦୦୦ ହର୍ସ ପାୱାର ଶକ୍ତି ଉତ୍ପାଦନ କରିଥାଏ। ଏଭଳି ଧରଣର ସୁଟ ଇନ୍ଧନ, ଡିଜେଲ କିମ୍ବା କିରୋସିନ ବ୍ୟବବାର ଏହାକୁ ଚଲାଯାଇ ପାରିବ। ଜେଟ୍ ପ୍ୟାକ୍ ସୁଟ୍ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ।