ବୁନ୍ଦି ନିବାସୀ ନିର୍ମଳ ସିଂହ, କୋଟା ଅନ୍ତର୍ଗତ କୁନହାଡି ଥାନାରେ ପଞ୍ଜାବ ପୋଲିସ ବିରୋଧରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ହରନୁର ସିଂହଙ୍କୁ ଅପହରଣ କରି ପଞ୍ଜାବ ନିଆଯାଇଛି। ପୋଲିସ ତାଙ୍କୁ ମିଥ୍ୟା ମାମଲାରେ ଫସାଇଛି।
Trending Photos
ନୂଆଦିଲ୍ଲୀ: ଦିନକୁ ଦିନ ପଞ୍ଜାବ ପୋଲିସର ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ପରେ ରାଜସ୍ଥାନର କୋଟାରେ ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଛି। ଜଣେ ଥାନାଧିକାରୀ ସମେତ ୧୪ ଜଣ ଜବାନଙ୍କ ନାଆରେ ଏତଲା ଦିଆଯାଇଥିବା ସୂଚନା ମିଳିଛି। ଜଣେ ଯୁବକଙ୍କୁ ପଞ୍ଜାବ ପୋଲିସ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ କିଛି ଦିନ ପୂର୍ବେ ପଞ୍ଜାବ ପୋଲିସ (Punjab Police) ଅଫିମ କେସରେ ଜଣେ ଯୁବକଙ୍କୁ ଉଠାଇନେଇଥିଲା। ଆଉ ଏହି ଗିରଫଦାରୀକୁ ହୁସିଆରପୁରରେ ଦେଖାଇଥିଲା। ଏହି ଘଟଣାରେ ଏବେ ଅଭିଯୁକ୍ତଙ୍କ ପରିବାର ଲୋକ କୋଟା ପୋଲିସର ଦ୍ୱାରାସ୍ତ ହୋଇଛନ୍ତି। ଯୁବକଙ୍କୁ ପୋଲିସ ଅପହରଣ (Kidnap) କରିନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଦାବି କରିଛନ୍ତି ଯେ, ତାଙ୍କ ପୁଅକୁ ପଞ୍ଜାବ ପୋଲିସ Narcotic Drugs and Psychotropic Substancesର ମିଥ୍ୟା ଅଭିଯୋଗରେ ଉଠାଇନେଇଛି।
Also Read: ନାବାଳିକା ଦୁଷ୍କର୍ମ ମାମଲା: ବର ସାଜି ବିବାହ କରିବାକୁ ଯାଉଥିଲା ମୁଖ୍ୟ ଅଭିଯୁକ୍ତ, ବାନ୍ଧିଲା
ବୁନ୍ଦି ନିବାସୀ ନିର୍ମଳ ସିଂହ, କୋଟା ଅନ୍ତର୍ଗତ କୁନହାଡି ଥାନାରେ ପଞ୍ଜାବ ପୋଲିସ ବିରୋଧରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ହରନୁର ସିଂହଙ୍କୁ ଅପହରଣ କରି ପଞ୍ଜାବ ନିଆଯାଇଛି। ପୋଲିସ ତାଙ୍କୁ ମିଥ୍ୟା ମାମଲାରେ ଫସାଇଛି। ହରନୁରଙ୍କ ଗିରଫଦାରୀ ହୋସିଆରପୁରରେ ହୋଇଥିବା ପଞ୍ଜାବ ପୋଲିସ କହିଛି ବୋଲି ନିର୍ମଳ କହିଛନ୍ତି। ରାଜସ୍ଥାନ ପୋଲିସ (Rajasthan Police) ଏହି ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଦିଲ୍ଲୀରେ ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିଲା। ପଞ୍ଜାବ ପୋଲିସର କିଛି ଅଧିକାରୀ ଓ ଯବାନ ଦିଲ୍ଲୀ ଯାଇ ବିଜେପି ନେତା ତେଜିନ୍ଦର ପାଲ ସିଂହ ବାଗାଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। କିନ୍ତୁ ମୋହାଲି ନେଲା ବେଳେ କୁରୁକ୍ଷେତ୍ର ନିକଟରେ ହରିୟାଣା ପୋଲିସ ତାଙ୍କୁ ଅଟକାଇଥିଲା। ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା। ଏହି ଗିରଫଗାରୀକୁ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରିଛି। ବର୍ତ୍ତମାନ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବାଗଗାଙ୍କୁ ଗିରଫ କରାଯାଇପାରିବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।