ପୁଣିଥରେ ଚୀନର ଷଡଯନ୍ତ୍ର, ଲଦାଖ ପରେ ଅରୁଣାଚଳ ପ୍ରଦେଶ ସୀମାରେ ବଢ଼ାଉଛି ସୈନ୍ୟ କ୍ଷମତା
Advertisement

ପୁଣିଥରେ ଚୀନର ଷଡଯନ୍ତ୍ର, ଲଦାଖ ପରେ ଅରୁଣାଚଳ ପ୍ରଦେଶ ସୀମାରେ ବଢ଼ାଉଛି ସୈନ୍ୟ କ୍ଷମତା

ଚୀନ ଅରୁଣାଚଳ ପ୍ରଦେଶକୁ ଲାଗି ଥିବା LAC ଉପରେ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରା ମଧ୍ୟ ମୁତୟନ କରିଛି ।

ପୁଣିଥରେ ଚୀନର ଷଡଯନ୍ତ୍ର, ଲଦାଖ ପରେ ଅରୁଣାଚଳ ପ୍ରଦେଶ ସୀମାରେ ବଢ଼ାଉଛି ସୈନ୍ୟ କ୍ଷମତା

ନୂଆଦିଲ୍ଲୀ: ପୂର୍ବ ଲଦାଖ ପରେ ଚୀନ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ(Arunachal Pradesh) ସୀମାରେ ସୈନ୍ୟଙ୍କ ସଂଖ୍ୟା ବୃଦ୍ଧି କରୁଛି । ଯାହା ଦ୍ୱାରା ଆଉ ଏକ ବଡ଼ ସଙ୍କଟ ଦେଖାଦେଇପାରେ । ପୁଣି ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ଆହୁରି ବୃଦ୍ଧି କରିପାରେ । ଗୁଇନ୍ଦା ସଂସ୍ଥା ସରକାରଙ୍କୁ ଜଣାଇଛନ୍ତି ଯେ, ଚୀନ୍‌ର PLA ଅର୍ଥାତ ଚୀନୀ ସେନା ଅରୁଣାଚଳ ପ୍ରଦେଶ ସୀମାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରୁଛନ୍ତି । ଏହି ରିପୋର୍ଟରେ ବିଶେଷ ଭାବରେ ଅରୁଣାଚଳ ପ୍ରଦେଶର ସୁବାନସରୀ ଅଞ୍ଚଳର ଠିକ ସାମ୍ନାରେ ଥିବା ତିବ୍ଦତର ଲୁଙ୍ଗରେ PLAର ଏକ ନୂତନ ହେଲିପ୍ୟାଡ୍ ନିର୍ମାଣ କରିବାର ସୂଚନା ରହିଛି ।

LACରେ ଚାଇନା ଡ୍ରୋନ୍ ମୁତୟନ କରିଛି 

ଏହା ସହିତ ଚୀନ ଅରୁଣାଚଳ ପ୍ରଦେଶକୁ ଲାଗି ଥିବା LAC ଉପରେ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରା ମଧ୍ୟ ମୁତୟନ କରିଛି । ଆଜି(ଶୁକ୍ରବାର) ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାନେ ତେଜପୁରରୁ ଫେରିଛନ୍ତି, ଯାହାଙ୍କ ହାତରେ ସମଗ୍ର ଅରୁଣାଚଳ ପ୍ରଦେଶର ସୁରକ୍ଷା ଦାୟିତ୍ୱ ରହିଛି । ସେଥିପାଇଁ ସେନା ମୁଖ୍ୟଙ୍କ ଏହି ଗସ୍ତ ହୋଇଥିଲା ।

ଉଲ୍ଲେଖନୀୟ କଥା ହେଉଛି, ବିଗତ ଦିନରେ ପୂର୍ବ ଲଦାଖରେ ଗଲୱାନ ଘାଟିରେ ଚୀନ ସୈନିକ ଓ ଭାରତୀୟ ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ସୈନିକ ସହିଦ ହୋଇଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଥିଲା । ବହୁ ସଂଖ୍ୟାରେ ଚୀନ ସୈନିକଙ୍କ ମଧ୍ୟ ହତାହତ ହୋଇଥିଲେ, କିନ୍ତୁ ଏହି ସଂଖ୍ୟା ପ୍ରକାଶ କରାଯାଇ ନାହିଁ ।

ଏହା ପରେ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ କମାଣ୍ଡର ସ୍ତରର ଅନେକ ବୈଠକ ହୋଇସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଚୀନ ପ୍ରତିଥର ନିଜ କଥାରୁ ଓହରି ଯାଉଛି । ଆଉ ଭାରତକୁ ଧୋକା ଦେଇ ଚାଲିଛି ।