ତିବ୍ଦତ ପରେ ଚୀନ ଟାର୍ଗେଟରେ ପାକିସ୍ତାନ, ପିଓକେ ପରେ ହାତେଇନେଲା ପାକିସ୍ତାନୀ ଦ୍ୱୀପ
Advertisement
Article Detail0/zeeodisha/odisha766777

ତିବ୍ଦତ ପରେ ଚୀନ ଟାର୍ଗେଟରେ ପାକିସ୍ତାନ, ପିଓକେ ପରେ ହାତେଇନେଲା ପାକିସ୍ତାନୀ ଦ୍ୱୀପ

ହେଲେ ଏହା ମାଧ୍ୟମରେ ପାକିସ୍ତାନ ମାଟିରେ ରହି ଭାରତ ବିରୋଧି କାର୍ଯ୍ୟକଳାପକୁ ଆହୁରି ଅଧିକମାତ୍ରା କରିବା ଆରମ୍ଭ କରିଦେଇଛି ଚୀନ।

ତିବ୍ଦତ ପରେ ଚୀନ ଟାର୍ଗେଟରେ ପାକିସ୍ତାନ, ପିଓକେ ପରେ ହାତେଇନେଲା ପାକିସ୍ତାନୀ ଦ୍ୱୀପ

ନୂଆଦିଲ୍ଲୀ: ଭାରତ ବିରୋଧି ଷଡଯନ୍ତ୍ର (Conspiracy of Against India) କାର୍ଯ୍ୟକଳାପରୁ ପଛକୁ ହଟିବାରୁ ନାଁ ଧରୁନାହାଁନ୍ତି ଦୁଇ ପାରମ୍ପରିକ ସହଯୋଗୀ ଚୀନ-ପାକିସ୍ତାନ (China-Pakistan)। ହେଲେ ବନ୍ଧୁତା ଆଳରେ ବିଭିନ୍ନ ଉପାୟ ଅବଲମ୍ବନ କରି ପାକିସ୍ତାନରେ ଧିରେ ଧିରେ ନିଜର ଉପସ୍ଥିତିକୁ ମଜବୁତ କରିବାରେ ଲାଗିଛି ସାମ୍ରାଜ୍ୟବାଦୀ ଶକ୍ତି ଭାବେ ଜଣାଶୁଣା ଚୀନ। ଏହିକ୍ରମରେ ପାକିସ୍ତାନର ଦୁଇଟି ଦ୍ୱୀପ (Pakistani Island) ହାତେଇଛି  ପାରମ୍ପରିକ ସହଯୋଗୀ ଚୀନ।
 
ହେଲେ ଏହା ମାଧ୍ୟମରେ ପାକିସ୍ତାନ ମାଟିରେ ରହି ଭାରତ ବିରୋଧି କାର୍ଯ୍ୟକଳାପକୁ ଆହୁରି ଅଧିକମାତ୍ରା କରିବା ଆରମ୍ଭ କରିଦେଇଛି ଚୀନ। ଏହା ସହିତ ଋଣନୈତିକ କ୍ଷେତ୍ରରେ ଭାରତ ଲାଗି ବିପଦ ସୃଷ୍ଟି କରିବାକୁ ନୂଆ ନୂଆ ଉପାୟ ଖୋଜିବାରେ ଲାଗିଛି ଚୀନ। ପ୍ରଥମେ ଅର୍ଥନୈତିକ ପରେ ଭୌଗୋଳିକସ କ୍ଷେତ୍ରରେ ଚୀନ ପାକିସ୍ତାନକୁ ତିବ୍ଦତ ଭଳି ଦଖଲ କରିନେବାକୁ ଗୁପ୍ତରେ ଯୋଜନା ଚଳାଇଛି। ଯଦି ଏପରି ହୁଏ ତାହେଲେ ଏହା ଉଭୟ ଦକ୍ଷିଣ ଏସିଆ ଏବଂ ପାକିସ୍ଥାନ ଲାଗି ମହଙ୍ଗା ସାବ୍ୟସ୍ତ ହୋଇପାରେ।

ସବୁବେଳେ ଭାରତ ବିରୁଦ୍ଧରେ ବିଷ ଓଗାଳୁ ଥିବା ପାକିସ୍ତାନ ଚୀନକୁ ହସ୍ତାନ୍ତର କରିଥିବା ଦୁଇଟି ଦ୍ୱୀପ ହେଉଛି ବୁନ୍ଦଲ ଏବଂ ବୁଡୋ ଦ୍ୱୀପପୁଞ୍ଜ (Bundal & Budo Island)। ଏହି ୨ଟି ଦ୍ୱୀପ ସିନ୍ଧ ପ୍ରଦେଶର ଲମ୍ବା ଉପକୂଳରେ ବିସ୍ତୃତ ଯାହା ଦକ୍ଷିଣ କରାଚିରେ ଅବସ୍ଥିତ। ଏହି ଦ୍ୱୀପକୁ ହାତେଇବା ପରେ ଚୀନ ପାକିସ୍ତାନ ସହାୟତାରେ ସାଗରୀୟ କ୍ଷେତ୍ରରେ ନିଜର ସାମରିକ ଉପସ୍ଥିତିକୁ ମଜବୁତ କରିଛି। ଚୀନକୁ ମଜବୁତ କରିବାକୁ ଯାଇ ପାକିସ୍ତାନ ଦେଶର ଅନେକ ଭୌଗୋଳିକ ଅଞ୍ଚଳକୁ ପୂର୍ବରୁ ହସ୍ତାନ୍ତ କରିସାରିଛି। ଯାହା ମଧ୍ୟରେ ରହିଛି ଟ୍ରେକ୍ଟ ଦ୍ୱୀପ (Tract Island), ଗ୍ୱାଦର ବନ୍ଦର (Gwadar Port)। ଗୋଟିଏ ପରେ ଗୋଟିଏ ପାକିସ୍ତାନୀ ଭୂଖଣ୍ଡ ହାତେଇବା ପରେ ଏହି ଦେଶର ଉତ୍ତରରୁ ଦକ୍ଷିଣ ଭାଗ ପର୍ଯ୍ୟନ୍ତ ଅଞ୍ଚଳ ଏବେ ଚୀନର ନିୟନ୍ତ୍ରଣକୁ ଆସିଯାଇଛି।

ଭାରତ ବିରୋଧରେ ଚୀନ୍‌କୁ ମଜବୁତ କରୁଛି ବୋଲି ଯେଉଁ ଖୁସି ଅନୁଭବ କରୁଛି, ତାହା ପାକିସ୍ତାନ ଲାଗି ବିପଦ ଭବିଷ୍ୟତରେ ଏକ ବଡ ବିପଦ ସୃଷ୍ଟି କରିପାରେ। ଚୀନ୍ ପାକିସ୍ତାନକୁ ତିବ୍ଦତ ଭଳି ଏକ ଯୋଜନାବଦ୍ଧ ଉପାୟରେ ଦଖଲ କରିବାକୁ ଚେଷ୍ଟା ଜାରି ରଖିଛି। ପାକିସ୍ତାନକୁ ବୋକା ବନେଇ ଦୁଇଟି ପାକିସ୍ତାନୀ ଦ୍ୱୀପପୁଞ୍ଜ ଦଖଲ କରି ଚୀନ୍ ଧିରେ ଧିରେ ପାକିସ୍ତାନ ଦଖଲ ଅଭିଯାନରେ  ଆଗକୁ ଆଗକୁ  ବଢିଚାଲିଛି। ଏପରି ଦିନ ଆସିବ ଯେବେ ପାକିସ୍ତାନକୁ ଚୀନ ନିୟନ୍ତ୍ରଣ କରୁଥିବା ଖବର ବିଶ୍ୱ ସମୁଦାୟ ନିକଟରେ ପହଞ୍ଚିବ। 

ଚୀନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ପାକିସ୍ତାନର ଏକ ପୁରୁଣା ପରମ୍ପରା । ତାହା ଦେଶର ସରକାରା ହେଉ କିମ୍ବା ସେନାବାହିନୀ ସମସ୍ତେ ଚୀନକୁ ଦଣ୍ଡବତ ପ୍ରଣାମ କରିବାକୁ କେତେବେଳେ ପଛାନ୍ତିନାହିଁ। କାରଣ ଏହା ମାଧ୍ୟମରେ ବିଦେଶରୁ ସହଯୋଗୀ ଦେଶଙ୍କ ପାଖରୁ ଆର୍ଥିକ ସହାୟତା ହାସଲ କରିବାକୁ ପାକିସ୍ତାନ ସବୁବେଳେ ଚାହିଁ ବସିଥାଏ। ଆର୍ଥିକ ସହାୟତା ମାଧ୍ୟମରେ ଚୀନ ଅନେକ ଦେଶକୁ ବିଭିନ୍ନ କ୍ଷେତ୍ରରେ କରାୟତ୍ତ କରିନେବା ସହ ନିଜ ବିସ୍ତାରବାଦୀ ନୀତିକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।