ଆମେରିକାରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ
Advertisement

ଆମେରିକାରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ମଙ୍ଗଳବାର ରାତି ୮.୩୦ରୁ ବୁଧବାର ରାତି ୮.୩୦ ପର୍ଯ୍ୟନ୍ତ କୋରୋନାର ୯୯,୬୬୦ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହି ସମୟ ମଧ୍ୟରେ ୧,୧୧୨ ଜଣଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା ।

ଆମେରିକାରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ୱାଶିଂଟନ୍: ସାରା ବିଶ୍ୱରେ କୋରୋନା ସଙ୍କଟ ଜାରି ରହିଛି । ପ୍ରତିଦିନ କୋରୋନା (Coronavirua) ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଏହି ସମୟରେ ଆମେରିକାରେ ମଧ୍ୟ କୋରୋନା ମାମଲାରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ମଧ୍ୟରେ କୋରୋନା ମାମଲାରେ ଆଜି ରେକର୍ଡ ବୃଦ୍ଧି ଘଟିଛି । ଜନ୍ ହପକିନ୍ସ ୟୁନିଭର୍ସିଟି (Johns Hopkins University) ଅନୁଯାୟୀ, ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ମାମଲାରେ ସମସ୍ତ ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ୯୯,୦୦୦ରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଦେଶରେ କୋରୋନା ମାମଲା ଉପରେ ନଜର ରଖିଛି ।

ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାତି ୮.୩୦ରୁ ବୁଧବାର ରାତି ୮.୩୦ ପର୍ଯ୍ୟନ୍ତ କୋରୋନାର ୯୯,୬୬୦ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହି ସମୟ ମଧ୍ୟରେ ୧,୧୧୨ ଜଣଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା ।

ସୂଚନାଯୋଗ୍ୟ, ଆମେରିକାରେ କୋରୋନା ମାମଲା ୯୪ ଲକ୍ଷ ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ୨,୩୩,୦୦୦ ରୋଗୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଭାରତ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତରେ କୋରୋନା ମାମଲା ୮୩ ଲକ୍ଷ ଅତିକ୍ରମ କରିଛି । ଏହା ବ୍ୟତୀତ ୧,୨୩,୬୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ତାଲିକାରେ ବ୍ରାଜିଲ ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ କୋରୋନା ମାମଲା ୫୫,୬୬,୦୪୯ ରହିଛି । ଏହାସହ ଏପର୍ଯ୍ୟନ୍ତ ୧,୬୦,୪୯୬ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି ।