ତମାଲ ବାକଚି, ନୂଆଦିଲ୍ଲୀ: ଫେସବୁକ୍ ଇଣ୍ଡିଆ (Facebook India) ର  ଅଧିକାରୀ ଓ ବିଜେପି (BJP) ମଧ୍ୟରେ ସଲାସୁତରା ହେବାର ଅଭିଯୋଗକୁ ନେଇ ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (Wall Street Journal) ନୂଆ ଦାବି କରିଛି । ଖବରକାଗଜ ଫେସବୁକ ଇଣ୍ଡିଆର ପୋଲିସି ହେଡ୍ ଅଙ୍କୀ ଦାସ (Ankhi Das)ଙ୍କ ବିରୋଧରେ ଅଭିଯୋଗ କରିଛି ଯେ ସେ ହେଉଛନ୍ତି ନରେନ୍ଦ୍ର ମୋଦିଙ୍କ ସମର୍ଥକ । ଏହି ଅଭିଯୋଗ ସହ ବିଜେପି (BJP) ବିରୋଧରେ କଂଗ୍ରେସ (BJP) କୁ ଏକ ନୂଆ ଅସ୍ତ୍ର ମିଳିଯାଇଛି । ଆସନ୍ତୁ ଜାଣିବା କ’ଣ ରହିଛି ମାମଲା ?


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ବିଜେପିକୁ ଆଉ ଏକ ଝଟକା, TMCରେ ସାମିଲ ହେଲେ ବିଧାୟକ ତୁଷାର କାନ୍ତି ଭଟ୍ଟାଚାର୍ଯ୍ୟ


ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (WSJ) ନିଜର ରିପୋର୍ଟରେ ଭାରତରେ ଫେସବୁକ୍ ନୀତି (Facebook Policy) ନିର୍ଣ୍ଣୟ କରୁଥିବା ସବୁଠାରୁ ବଡ ଅଧିକାରୀ ଅଙ୍କୀ ଦାସ (Ankhi Das) ଙ୍କ କାର୍ଯ୍ୟ ଏବଂ ତାଙ୍କ ଫେସବୁକ୍ ପୋଷ୍ଟଗୁଡିକ ଯାଞ୍ଚ କରିଛି । ନୂତନ ରିପୋର୍ଟରେ ଖବରକାଗଜ ଅଙ୍କୀ ଦାସଙ୍କ ୨୦୧୪ ସାଧାରଣ ନିର୍ବାଚନରେ ​​ବିଜେପିର ପ୍ରଚଣ୍ଡ ବିଜୟ ପରେ ଲେଖାଯାଇଥିବା ଏକ ପୋଷ୍ଟର ଉଲ୍ଲେଖ କରିଛି । ଖବରକାଗଜ ଅନୁଯାୟୀ, ଫେସବୁକ କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଗ୍ରୁପରେ ଅଙ୍କୀ ଦାସ ନିଜ ପୋଷ୍ଟରେ ଲେଖିଥିଲେ ଯେ, "ଆମେ ତାଙ୍କ (ନରେନ୍ଦ୍ର ମୋଦି) ସୋସିଆଲ ମିଡିଆ ଅଭିଯାନ ପାଇଁ ସଚେତନତା ସୃଷ୍ଟି କରିଛୁ । ବାକି ସବୁ ଇତିହାସର ପୃଷ୍ଠାରେ ରେକର୍ଡ ହୋଇଛି । ଏହା ପାଇଁ ୩୦ ବର୍ଷର କଠିନ ପରିଶ୍ରମ କରିବାକୁ ପଡ଼ିଛି । ଯାହା ଫଳରେ ଶେଷରେ ଭାରତରୁ ସରକାରୀ ଅନୁଦାନ ପ୍ରାପ୍ତ ସମାଜବାଦକୁ ଶେଷ କରାଯାଇଛି ।"


ଅଧିକ ପଢ଼ନ୍ତୁ:-ଆଖି ବୁଜିଲେ ସୁରେଶ ରାଇନାଙ୍କ ଭାଇ, ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ଅପିଲ କଲେ ଷ୍ଟାର ଖେଳାଳି


ଖବରକାଗଜ ଅଭିଯୋଗ କରିଛି ଯେ, ଅଙ୍କୀ ଦାସ ନିଜ ଦ୍ୱିତୀୟ ପୋଷ୍ଟରେ କଂଗ୍ରେସକୁ ପରାଜିତ କରିବା ପାଇଁ ମୋଦିଙ୍କ ପ୍ରଶଂସା କରି ତାଙ୍କୁ ଜଣେ ଶକ୍ତିଶାଳୀ ବା ବାହୁବଳୀ ବୋଲି କରିଛନ୍ତି । ମୋଦିଙ୍କୁ ଏପରି ବ୍ୟକ୍ତି କୁହାଯାଇଛି ଯିଏ ଦୀର୍ଘ ସମୟ ଧରି ଶାସନ କରୁଥିବା ଦଳକୁ ପରାସ୍ତ କରିଥିଲେ । ଏହା ବ୍ୟତୀତ ଖବରକାଗଜ ରିପୋର୍ଟରେ ଦାବି କରିଛି ଯେ, ୨୦୧୨ ଗୁଜୁରାଟ ନିର୍ବାଚନ ପରେ ଅଙ୍କୀ ଦାସ ଭାରତୀୟ ଜନତା ପାର୍ଟି(BJP) ଓ ମୋଦିଙ୍କ ବିଷୟରେ ଲେଖିଥିଲେ ଯେ, "ଆମର ଗୁଜୁରାଟ କ୍ୟାମ୍ପେନ ବହୁତ ସଫଳ ହୋଇଛି ।"


ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ


ରିପୋର୍ଟରେ ଅଭିଯୋଗ ହୋଇଛି ଯେ, ଏହା ପରେ ଭାରତୀୟ ଜନତା ପାର୍ଟି ମୋଦିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଅଭିଯାନ ଆରମ୍ଭ କରିଥିଲେ । ଏଥିପାଇଁ ଫେସବୁକ୍ ତାଲିମ ଏବଂ ସହାୟତା ପ୍ରଦାନ କରିଥିଲା । ଏହା ପରେ ତାଙ୍କ ଫୋଲୋୟର୍ସଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଥିଲା । ଖବରକାଗଜରେ ଫେସବୁକର ଜଣେ  କର୍ମଚାରୀ ମିସ୍ ହରବର୍ଟଙ୍କ ସୂତ୍ରରେ କୁହାଯାଇଛି ଯେ, ଅଙ୍କୀ ଦାସ ଏକ ପୋଷ୍ଟରେ ନରେନ୍ଦ୍ର ମୋଦିଙ୍କୁ 'ଜର୍ଜ ୱାଶିଂଟନ୍ ଅଫ୍ ଇଣ୍ଡିଆ' ଲେଖିଥିଲେ ।


ଖବରକାଗଜ ଅଭିଯୋଗ କରିଛି ଯେ, ଏହି ସମୟ ମଧ୍ୟରେ ଅଙ୍କୀ ଦାସ ଖୋଲାଖୋଲି ଭାବେ ନିଜର ଭାବନା ପ୍ରକାଶ କରିଥିଲେ । ଯେତେବେଳେ ଜଣେ ସହକର୍ମୀ ଗୋଷ୍ଠୀରେ ଲେଖିଥିଲେ ଯେ ଫେସବୁକରେ କଂଗ୍ରେସ ଫୋଲୋଇଂ  ନରେନ୍ଦ୍ର ମୋଦିଙ୍କ ପେଜଠାରୁ ଅଧିକ ରହିଛି । ସେତେବେଳେ ଅଙ୍କୀ ଦାସ କଥିତ ଭାବେ ଏକ କାଉଣ୍ଟର ପୋଷ୍ଟରେ ଲେଖିଥିଲେ ଯେ, ତାଙ୍କ (ନରେନ୍ଦ୍ର ମୋଦି) ତୁଳନା କଂଗ୍ରେସ ସହିତ କରି ତାଙ୍କୁ ଅପମାନିତ କର ନାହିଁ ।


ଅଧିକ ପଢ଼ନ୍ତୁ-ମୋଦି ସରକାରଙ୍କୁ ବଡ଼ ଝଟକା, GDPରେ ଐତିହାସିକ ହ୍ରାସ


ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ଅଙ୍କୀ ଦାସ ଫେସବୁକରେ ତାଙ୍କ ଆଚରଣ ବିଷୟରେ ଏହା ପ୍ରକାଶ କରିଛନ୍ତି ଯେ ଏହା ଆଗକୁ ଯାଇ କମ୍ପାନୀ ପାଇଁ ଲାଭଦାୟକ ହେବ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୪ ଶେଷ ସୁଦ୍ଧା ଅଙ୍କୀ ଦାସ ତାଙ୍କ ଫେସବୁକ ସହକର୍ମୀଙ୍କ ସହ ବିଜେପିର ବିଜୟ ବିଷୟରେ ପୂର୍ବାନୁମାନ କରିବା ଆରମ୍ଭ କରିଥିଲେ । ତାଙ୍କ କହିବାନୁସାରେ, ଏହି ଦାବି ପଛରେ ଜଣେ ବଡ ତଥା ବରିଷ୍ଠ ବିଜେପି ନେତା ଥିଲେ, ଯିଏ ତାଙ୍କର ବନ୍ଧୁ ଥିଲେ ।


ଅଧିକ ପଢ଼ନ୍ତୁ:-ଗ୍ରାହକଙ୍କ ପାଇଁ ବଡ଼ ଖବର ! ସେପ୍ଟେମ୍ୱରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ସମୟ ପୂର୍ବରୁ ସାରି ନିଅନ୍ତୁ ଜରୁରୀ କାମ


ଫେସବୁକ କର୍ମଚାରୀମାନେ ଏହାକୁ ବିରୋଧ କରୁଛନ୍ତି


ରିପୋର୍ଟରେ କୁହାଯାଇଛି ଯେ, ଫେସବୁକର କିଛି କର୍ମଚାରୀ ସ୍ୱୀକାର କରିଛନ୍ତି ଯେ ଏହି ପୋଷ୍ଟଗୁଡିକ ଫେସବୁକର ନିରପେକ୍ଷତା ନୀତି ବିରୁଦ୍ଧ ଅଟେ । ସେମାନେ କହିଛନ୍ତି ଯେ ଗୋଟିଏ ପଟେ ଫେସବୁକ ଆପତ୍ତିଜନକ ବିଷୟବସ୍ତୁ ଉପରେ କଡା ନଜର ରଖିବା ବିଷୟରେ କହୁଛି, ଅନ୍ୟ ପଟେ ଏହା ନିଜ ସ୍ୱାର୍ଥକୁ ନେଇ ସରକାରଙ୍କ ସହ ଛିଡା ହୋଇଛି । ରିପୋର୍ଟରେ ଏପରି ଅଭିଯୋଗ କରାଯାଇଛି ଯେ ଫେସବୁକ ସହ ଜଡିତ କର୍ମଚାରୀ ଏବଂ ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଫେସବୁକର ନୀତିକୁ ନେଇ ବିରୋଧ କରିଥିଲେ ।


ଅଙ୍କୀ ଦାସ ଏପରି ପୋଷ୍ଟ ୨୦୧୨-୧୪ ମଧ୍ୟରେ ସୃଷ୍ଟି ହୋଇଥିବା ଏକ ଫେସବୁକ ଗ୍ରୁପରେ କରିଥିଲେ, ଯାହା ଫେସବୁକ ଇଣ୍ଡିଆର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ତଥାପି ଫେସବୁକ ଅଫିସରେ କାମ କରୁଥିବା ଯେକୌଣସି ବ୍ୟକ୍ତି ଏହି ଗ୍ରୁପରେ ସାମିଲ ହୋଇପାରୁଥିଲେ । ଦୁଇ ବର୍ଷ ମଧ୍ୟରେ ଶହ ଶହ ଫେସବୁକ୍ କର୍ମଚାରୀ ଏହି ଗ୍ରୁପର ସାମିଲ ହୋଇଥିଲେ ।


ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍


 ଆଙ୍କୀ ଦାସ ବିରୋଧରେ କ୍ରମାଗତ ଦ୍ୱିତୀୟ ଅଭିଯୋଗ


ଅଙ୍କୀ ଦାସଙ୍କ ବିରୋଧରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ (WSJ) ର ଏହା ହେଉଛି ଦ୍ୱିତୀୟ ପ୍ରମୁଖ ଅଭିଯୋଗ । କିଛି ଦିନ ପୂର୍ବେ ହିଁ WSJ ରିପୋର୍ଟରେ କୁହାଯାଇଛି ଯେ ଫେସବୁକ ଇଣ୍ଡିଆ ପୋଲିସି ହେଡ ଅଙ୍କୀ ଦାସ ବିଜେପିର ଉତ୍ତେଜନାମୂଳକ ଭାଷଣ ଦେଉଥିବା ଏକ ପେଜକୁ ବନ୍ଦ ନ କରିବା ପାଇଁ ଚାପ ପକାଇ ଥିଲେ । ଖବରକାଗଜ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଅଙ୍କୀ ଦାସ ଉତ୍ତେଜନାମୂଳକ ଭାଷଣକୁ ନେଇ ପ୍ରସ୍ତୁତ କରାଯାଇଥିବା ଫେସବୁକର ନୀତିକୁ ଖୋଲାଖୋଲି ଉଲ୍ଲଂଘନ କରିବା ଜାରି ରଖିଥିଲେ । ଏହି ରିପୋର୍ଟ ପରେ ସଂସଦରେ ଆଇଟି ବ୍ୟାପାର ଷ୍ଟାଣ୍ଡିଂ କମିଟିର ମୁଖ୍ୟ ଶଶି ଥରୁର ଫେସବୁକର ଅଧିକାରୀମାନଙ୍କୁ ଡାକି ସ୍ପଷ୍ଟୀକରଣ ମାଗିବାର କଥା କହିଥିଲେ । ଏହାକୁ ନେଇ କମିଟିରେ ସାମିଲ ବିଜେପି ସାଂସଦ ଏହାର ବିରୋଧ କରିଥିଲେ ।