RBI ଚଳିତ ବର୍ଷ ସେପ୍ଟେମ୍ବରରେ ବ୍ୟାଙ୍କ ଛୁଟିଦିନର ଏକ ତାଲିକା ପ୍ରକାଶ କରିଛି । ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ପାଇଁ ବହୁତ ଛୁଟି ରହିଛି । ଆସନ୍ତୁ ଜାଣିବା ସେପ୍ଟେମ୍ବରରେ କେଉଁ ତାରିଖରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
Trending Photos
ନୂଆଦିଲ୍ଲୀ: ଭାରତରେ ଏମିତିରେ ପ୍ରତି ରବିବାର ଓ ଦ୍ୱିତୀୟ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ । ଏହା ବ୍ୟତୀତ କେତେକ ଜାତୀୟ ତଥା ଆଞ୍ଚଳିକ ଛୁଟିଦିନରେ ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ରହୁଛି । ସେହିପରି ସେପ୍ଟେମ୍ବର ମାସରେ ଅନେକ ପର୍ବ ରହିଛି, ଯେଉଁଥିପାଇଁ ବ୍ୟାଙ୍କ ସହିତ ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । ସେପ୍ଟେମ୍ବରରେ ୧୨ ଦିନ ବ୍ୟାଙ୍କ ଛୁଟି ( (Bank Holiday) ରହିବ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ବ୍ୟାଙ୍କ ଶାଖାରେ କୌଣସି ବ୍ୟାଙ୍କିଙ୍ଗ୍ କାର୍ଯ୍ୟ କରିବାର ଅଛି, ତେବେ ଆପଣଙ୍କୁ ଜାଣିବା ଉଚିତ ଯେ ସେହି ଦିନ ବ୍ୟାଙ୍କ ଖୋଲା ରହୁଛି କି ନାହିଁ । ଆରବିଆଇ (RBI) ନିର୍ଦ୍ଦେଶାବଳୀ ଅନୁଯାୟୀ, ରବିବାର ଏବଂ ଶନିବାର ବ୍ୟତୀତ ସେପ୍ଟେମ୍ବରରେ କିଛି ଅତିରିକ୍ତ ଛୁଟିଦିନ ଏବଂ କିଛି ଆଞ୍ଚଳିକ ପର୍ବ ମଧ୍ୟ ଅଛି । ଏହି ପର୍ବରେ ଦେଶର କେତେକ ରାଜ୍ୟରେ ବ୍ୟାଙ୍କଗୁଡିକର ବନ୍ଦ ରହିବ ।
ଅଧିକ ପଢ଼ନ୍ତୁ:-କୋରୋନା କାଳରେ ରେକର୍ଡ ସୃଷ୍ଟି କଲା LIC !
RBI ଚଳିତ ବର୍ଷ ସେପ୍ଟେମ୍ବରରେ ବ୍ୟାଙ୍କ ଛୁଟିଦିନର ଏକ ତାଲିକା ପ୍ରକାଶ କରିଛି । ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ପାଇଁ ବହୁତ ଛୁଟି ରହିଛି । ଆସନ୍ତୁ ଜାଣିବା ସେପ୍ଟେମ୍ବରରେ କେଉଁ ତାରିଖରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ସେପ୍ଟେମ୍ବର ୧- ସିକ୍କିମରେ ଓନାମ କାରଣରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ସେପ୍ଟେମ୍ବର ୨- ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ ପାଳନ କରାଯିବ । ଏହି ଦିନ ଗ୍ୟାଙ୍ଗଟୋକ, କୋଚି ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କଗୁଡିକ ବନ୍ଦ ରହିବେ ।
ସେପ୍ଟେମ୍ବର ୬- ରବିବାର ଥିବାରୁ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
ସେପ୍ଟେମ୍ବର ୧୨- ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ବ୍ୟାଙ୍କଗୁଡିକ ଏହି ଦିନ ସମସ୍ତ ରାଜ୍ୟରେ ଛୁଟିଦିନ ପାଇବେ ।
ସେପ୍ଟେମ୍ବର ୧୩- ରବିବାର ସବୁ ରାଜ୍ୟର ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ହେବ ।
ସେପ୍ଟେମ୍ବର ୧୭- ମହାଳୟା ଅମାବାସ୍ୟା କାରଣରୁ ଅଗରତାଲା, କୋଲକାତା ଏବଂ ବେଙ୍ଗାଲୁରୁରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ସେପ୍ଟେମ୍ବର ୨୦- ରବିବାର କାରଣରୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ସେପ୍ଟେମ୍ବର ୨୧- ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ ରହିଛି । ଏହି ଦିନ କୋଚି ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କଗୁଡିକ ଛୁଟି ରହିବ ।
ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ
ସେପ୍ଟେମ୍ବର ୨୩- ହରିୟାଣା ହିରୋଜ ଶହୀଦ ଦିବସ ଅବସରରେ ବ୍ୟାଙ୍କଗୁଡ଼ିକ ଛୁଟି ରହିବ ।
ସେପ୍ଟେମ୍ବର ୨୬- ମାସର ଚତୁର୍ଥ ଶନିବାର ଯୋଗୁଁ ଦେଶର ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ ।
ସେପ୍ଟେମ୍ବର ୨୭- ରବିବାର ଯୋଗୁଁ ସମସ୍ତ ରାଜ୍ୟର ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ସେପ୍ଟେମ୍ବର ୨୮- ଭଗତ ସିଂ ଜୟନ୍ତୀ ଯୋଗୁଁ ପଞ୍ଜାବର ଅନେକ ବ୍ୟାଙ୍କ ଛୁଟି ରହିବ ।