ନୂଆଦିଲ୍ଲୀ: ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ସାରା ବିଶ୍ୱରେ ଆତଙ୍କ ଖେଳାଇଛି କୋରୋନା ଭୂତାଣୁ। ଏହି ମହମାରୀର ପ୍ରଭାବ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନୁଭୂତ ହେବା ପରେ ଏହାକୁ ନେଇ ବିଭିନ୍ନ ସମୟରେ ଆସୁଛି ଅନେକ ରୋମାଞ୍ଚକର ଏବଂ ଅବିଶ୍ୱସନୀୟ ଖବର। ଗଣମାଧ୍ୟମରେ ଏପରି  ଖବର ପ୍ରସାରିତ ହେବା ପରେ ବିଶ୍ୱର କୋଣ ଅନୁକୋଣକୁ ଏହା ବ୍ୟାପିଯିବା ସହ ଏହାକୁ ନେଇ ଆରମ୍ଭ ହୋଇଯାଉଛି ଚର୍ଚ୍ଚା। 


COMMERCIAL BREAK
SCROLL TO CONTINUE READING

ଗତ ୨୦୧୯ ଡିସେମ୍ବରରେ ସର୍ବପ୍ରଥମେ ଚୀନର (China) ଉହାନ ସହରରୁ ଉତ୍ପତ୍ତି ଲାଭ କରି ବିଶ୍ୱ ସମୁଦାୟ ଆଗରେ ଆର୍ବିଭୂତ ହୋଇଥିଲା କୋରୋନା ମହମାରୀ (Corona Pandemic)। ଧିରେ ଧିରେ ବିଭିନ୍ନ ଦେଶରେ କୋଭିଡ୧୯ ସଂକ୍ରମଣ ଜନିତ ମାମଲା ବଢିବା ସହ ଦିନକୁ ଦିନ କରାଳ ରୂପ ଦେଖାଇବା ଆରମ୍ଭ କରିଥିଲା କୋରୋନା ଭୂତାଣୁ (Corona virus)। କୋରୋନା ସଂକ୍ରମଣ ବ୍ୟାପିବା ଘଟଣାରେ ଚୀନର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (Wuhan Institute of Virology) ଚର୍ଚ୍ଚାର ପରିସରକୁ ଆସିଥିଲା। 


Also Read: 'ପରୀକ୍ଷାଗାରରୁ ବ୍ୟାପିଥିଲା କୋଭିଡ୧୯; ସଂକ୍ରମଣ ରୋକିବାକୁ ଚେଷ୍ଟା କରିନଥିଲା ଚୀନ'


ଉହାନ ସହରରେ ଅବସ୍ଥିତ ଏହି ପରୀକ୍ଷାଗାରରୁ (Wuhan City Lab) କୋରୋନା ସଂକ୍ରମଣ ବ୍ୟାପିଥିବା (Corona Virus Leak) ନେଇ ଚୀନ (China) ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ବିଶ୍ୱର ବିଭିନ୍ନ ଦେଶ। ହେଲେ ଏଠାରେ ପୂର୍ବରୁ କାମ କରିଥିବା ଏକମାତ୍ର ବିଦେଶୀ ବୈଜ୍ଞାନିକ (Foreign Scientist) ଡାନିଏଲ ଆଣ୍ଡରସନ (Danielle Anderson) ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।


ନିକଟରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହି ଅଷ୍ଟ୍ରେଲୀୟ ଭାଇରୋଲୋଜିଷ୍ଟ (Australian Virologist) କୋଭିଡ୧୯ ସଂକ୍ରମଣ (Covid19 Infection) ସମ୍ପର୍କିତ ବିଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି। ଡାନିଏଲ ହେଉଛନ୍ତି ଏକମାତ୍ର ବିଦେଶୀ ବୈଜ୍ଞାନିକ ଯିଏ ଚୀନସ୍ଥିତ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଠାରେ କାର୍ଯ୍ୟ କରିଥିଲେ। ସର୍ବପ୍ରଥମେ ବିଶ୍ୱବାସୀଙ୍କ ସାମ୍ନାକୁ କୋରୋନା ଭୂତାଣୁ ଆସିବାର କିଛି ସପ୍ତାହ ପୂର୍ବରୁ ସେ ଏଠାରେ କାର୍ଯ୍ୟରତ ଥିଲେ।


Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon


 


ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହି ଅଷ୍ଟ୍ରେଲୀୟ ବୈଜ୍ଞାନିକ କହିଛନ୍ତି ଚୀନର ସେହି ପରୀକ୍ଷାଗାରରୁ କୋରୋନା ସଂକ୍ରମଣ ବ୍ୟାପିଥିବା ନେଇ ଯେଉଁ କଥା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ। କୋରୋନା ଭୂତାଣୁ ପ୍ରାକୃତିକ ସ୍ରୋତ ମାଧ୍ୟମରେ ମଣିଷ ସମାଜରେ ପ୍ରବେଶ କରିଥାଇପାରେ। ଉହାନ ସହରରେ ଅବସ୍ଥିତ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଠାରୁ ପରୀକ୍ଷାଗାରରୁ କୋରୋନା ବ୍ୟାପିଥିବା ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ତାହାକୁ ଅଣଦେଖା କରାଯାଇ ପାରିବ ନାହିଁ।   


ଏହି ପରୀକ୍ଷାଗାରରେ ଯେଉଁ ଲୋକ କାମ କରୁଥିଲେ ସେମାନେ ପିପିଇ କିଟ (PPE Kit) ପିନ୍ଧିବା ସହ ଅନ୍ୟାନ୍ୟ ସୁରକ୍ଷା ଉପକରଣ ବ୍ୟବହାର କରୁଥିଲେ। ଅତ୍ୟଧିକ ବିପଦ ସମ୍ଭାବନା ରହିଥିବା ଏପରି ପରୀକ୍ଷାଗାରରେ ସୁରକ୍ଷାଗତ କାରଣ ଦୃଷ୍ଟିରୁ ପିପିଇ କିଟ୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ଗତ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ଏଠାରେ କାମ କରୁଥିବା ଲୋକ କୌଣସି ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ମୋତେ ଜଣାନାହିଁ। ଯଦି ଏଠାରେ କେହି ରୋଗାକ୍ରାନ୍ତ ହୋଇଥାନ୍ତା ତାହେଲେ ମୁଁ ମଧ୍ୟ ଏହାର ଶୀକାର ହୋଇଥାନ୍ତି।


Also Read: COVID19: ପାଡରୁ ବ୍ୟାପିବ ମହାମାରୀ, ଦାବିକୁ ସମର୍ଥନ ଜଣାଇଲେ ଅଷ୍ଟ୍ରେଲୀୟ ଗବେଷକ!


କୋଭିଡ୧୯ ଟିକାକରଣ ପୂର୍ବରୁ ସିଙ୍ଗାପୁର ଠାରେ ମୋର କୋରୋନା ପରୀକ୍ଷା କରାଯିବାରୁ ମୁଁ ଏହା ଦ୍ୱାରା ସଂକ୍ରମିତ ହୋଇନାହିଁ ବୋଲି ଜଣାପଡିଥିଲା। ଉହାନ୍ ସହରରେ ଅବସ୍ଥିତ ସେହି ପରୀକ୍ଷାଗାରରେ କାର୍ଯ୍ୟ କରୁଥିବା ଅନ୍ୟ ସହଯୋଗୀଙ୍କ ସହ ମିଶି ୨୦୧୯ ଡିସେମ୍ବରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସିଙ୍ଗାପୁର ଯାତ୍ରା କରିଥିଲେ ଏହି ଅଷ୍ଟ୍ରେଲୀୟ ବୈଜ୍ଞାନିକ। ହେଲେ ସେତେବେଳେ ପର୍ଯ୍ୟନ୍ତ କେହି କୋରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇନଥିଲେ ବୋଲି କହିଛନ୍ତି ଡାନିଏଲ ଆଣ୍ଡରସନ।