5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ
Advertisement

5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ

୫ଜି ମୋବାଇଲ ପରୀକ୍ଷାକୁ କୋରୋନା ସଂକ୍ରମଣ ସହ ଯୋଡି ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁପି ପୋଲିସକୁ ମିଳିଛି ନିର୍ଦ୍ଦେଶ।

5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ

ଲକ୍ଷ୍ନୌ: 5G Testing ପ୍ରକ୍ରିୟାରୁ ବ୍ୟାପୁଛି କୋରୋନା। ଏ ସମ୍ପର୍କିତ ଖବର ବର୍ତ୍ତମାନ ସମୟରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବେଶ ସତର୍କ ହୋଇଉଠିଛି ପ୍ରଶାସନ। ବିଶେଷ କରି ଉତ୍ତର ପ୍ରଦେଶ ପୋଲିସ ଏପରି ଘଟଣାକୁ ନେଇ ବେଶ ସତର୍କ ହୋଇଉଠିଛି     

୫ଜି ମୋବାଇଲ ପରୀକ୍ଷାରୁ (5G Mobile Testing) କୋରୋନା ବ୍ୟାପୁଥିବା ନେଇ ଏକ ଗୁଜବ (Rumor) ବେଶ କିଛି ଦିନ ହେବ ବିଭିନ୍ନ ମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। ଏବେ ଏପରି ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡିଛି ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police)। 

Also Read: ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

୫ଜି ମୋବାଇଲ ପରୀକ୍ଷାକୁ କୋରୋନା ସଂକ୍ରମଣ ସହ ଯୋଡି ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁପି ପୋଲିସକୁ ମିଳିଛି ନିର୍ଦ୍ଦେଶ। ଏନେଇ ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ବିଭାଗ ଅତିରିକ୍ତ ଡିଜି (UP Police Law & Order ADG) ପ୍ରଶାନ୍ତ କୁମାର (ADG Prashant Kumar) ମେ ୮ ଶନିବାର ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମାରେ ଏପରି ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୋଲିସ କମିଶନର (Police Commssioner), ଡିଆଇଜି (DIG) ଏବଂ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ଜଣାଇ ଦିଆଯାଇଛି।   

ଗତ କିଛି ହେବ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ୫ଜି ବିକିରଣ (5G Radiation) ହେଉଛି ଏବଂ ଏହା ଦ୍ୱାରା କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି ବୋଲି ଏକ ଗୁଜବ ବିଭିନ୍ନ ମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଏ ସମ୍ପର୍କିତ ଏକ ଅଡିଓ କ୍ଲିପ (Audio Clip) ଭାଇରାଲ ହେଉଛି। ଯେଉଁଥିରେ କୁହାଯାଉଛି ଇଟାଲୀରେ କୋରୋନା ମୃତକଙ୍କର ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ମୃତ୍ୟୁ ୫ଜି ବିକିରଣ କାରଣରୁ ହୋଇଥିବା କୁହାଯାଉଛି। 

ଏହା ବ୍ୟତୀତ ଉତ୍ତର ପ୍ରଦେଶର ଜଣେ ଲୋକ ଏ ବାବଦରେ ବିହାରର ଅନ୍ୟ ଜଣେ ଲୋକ ସହ କରିଥିବା କଥାବାର୍ତ୍ତାର ଅଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ କୁହାଯାଉଛି ୫ଜି ମୋବାଇଲ ପରୀକ୍ଷା କାରଣରୁ ହେଉଥିବା ବିକିରଣ ଫଳରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି। ଯାହା ଫଳରେ ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି।   

Also Read: କୋରୋନା ସଂକ୍ରମଣକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ବିଭାଗ ଅତିରିକ୍ତ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ରାଜ୍ୟର ଫତେହପୁର, ସିଦ୍ଧାର୍ଥ ନଗର, ଗୋରଖପୁର, ସୁଲତାନପୁର ଆଦି  ଜିଲ୍ଲାର ଅବସ୍ଥିତ ବିଭିନ୍ନ ଗ୍ରାମରେ ସେଠାକାର ସ୍ଥାନୀୟ ଲୋକଙ୍କ ପକ୍ଷରୁ ୫ଜି ପରୀକ୍ଷାକୁ ବନ୍ଦ କରିବା ଏବଂ ଗାଁ ଆଖପାଖରେ ରହିଥିବା ମୋବାଇଲ ଟାୱରକୁ ଉଠାଇ ନେବାକୁ ଦାବି ହେଉଛି। ଏନେଇ ଖବର ମିଳିବା ପରେ ରାଜ୍ୟ ପୋଲିସର ଗୁଇନ୍ଦା ବିଭାଗକୁ ସତର୍କ ରଖାଯାଇଛି। ଏପରି ଗୁଜବ ପ୍ରସାର କରୁଥିବା ଲୋକ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। 

ମୋଟ ୧ ମିନିଟ ୨୦ ସେକେଣ୍ଡ ଅବଧି ବିଶିଷ୍ଟ ଅଡିଓ କ୍ଲିପରେ ୫ଜି ମୋବାଇଲ ପରୀକ୍ଷଣ ଦ୍ୱାରା ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା କଥା କୁହାଯାଉଛି। ଏହା ମାଧ୍ୟମରେ ଆହୁରି ମଧ୍ୟ ଦାବି କରାଯାଉଛି କୋରୋନା ଭଳି କୌଣସି ରୋଗ ନାହିଁ। ବର୍ତ୍ତମାନ ଯେଉଁ ରୋଗ ସଂକ୍ରମଣ ବଢୁଛି ତାହା ମୋବାଇଲର ପରୀକ୍ଷାର ଫଳ। 

Also Read: Fights with Corona: Vaccine ନୁହେଁ Tablet କରିବ ଆରୋଗ୍ୟ

ଏପରି ଦାବିକୁ ଖାରଜ କରିଛି ପ୍ରେସ ଇନଫରମେସନ ବ୍ୟୁରୋ-ପିଆଇବି (Press Information Bureau-PIB)। ଏନେଇ ପିଆଇବି ଫ୍ୟାକ୍ଟ ଚେକ (PIB Fact Check) ପକ୍ଷରୁ କୁହାଯାଇଛି ୫ଜି ମୋବାଇଲ ପରୀକ୍ଷଣ ଦ୍ୱାରା ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ନେଇ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏହା କୌଣସି ସତ୍ୟତା ନାହିଁ। ସାମାଜିକ ଗଣାମାଧ୍ୟମରେ ଏପରି ବାର୍ତ୍ତା ପ୍ରସାର କରିବାରୁ ଲୋକେ ଦୂରେଇ ରୁହନ୍ତୁ। 

Also Read: COVID19: ପାଡରୁ ବ୍ୟାପିବ ମହାମାରୀ, ଦାବିକୁ ସମର୍ଥନ ଜଣାଇଲେ ଅଷ୍ଟ୍ରେଲୀୟ ଗବେଷକ!

ପିଆଇବି ଫ୍ୟାକ୍ଟ ଚେକ ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organization-WHO) ମଧ୍ୟ ଏହି ଦାବିକୁ ଖାରଜ କରିସାରିଛି। ଏନେଇ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଚିକିତ୍ସା ବିଜ୍ଞାନ ଏହାକୁ ପ୍ରମାଣିତ କରିସାରିଛି କୋରୋନା ହେଉଛି ଭୂତାଣୁ (Corana Virus)। ଏହାର ସଂକ୍ରମଣ (Covid19 Infection) ଏବେ ବିଶ୍ୱ ମହାମାରୀ (World Pandemic) ରୂପ ଧାରଣ କରିସାରିଛି।