ଚାଲୁଣୀ କହୁଛି ଛୁଞ୍ଚିକୁ...
Advertisement

ଚାଲୁଣୀ କହୁଛି ଛୁଞ୍ଚିକୁ...

ବ୍ରିଟେନରେ କୋରୋନା ସଂକ୍ରମଣ ମାମଲା ବଢିବା ପରେ ଏବେ ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ  ଏବେ ଏହି ୟୁରୋପୀୟ ଦେଶର ମଜାକ ଉଡାଇଛି।

ଚାଲୁଣୀ କହୁଛି ଛୁଞ୍ଚିକୁ...

ନୂଆଦିଲ୍ଲୀ: ମାନବିକତା ଭୁଲି ବିଶ୍ୱକୁ କୋରୋନା ଭାଇରସ (Corona Virus) ଭଳି ମହାମାରୀ ଦେଇ ବିଭିନ୍ନ ରାଷ୍ଟ୍ର ଦ୍ୱାରା ସମାଲୋଚନାର ଶିକାର ହୋଇଥିଲା ଚୀନ (China)। ହେଲେ ଏବେ ପୁନର୍ବାର  କୋଭିଡ୧୯ (Covid19) ପ୍ରକୋପ ଅନେକ ୟୁରୋପୀୟ ଦେଶରେ (European Country) ଆରମ୍ଭ ହୋଇଯିବା ପରେ ଏବେ ସେହି ରାଷ୍ଟ୍ରଙ୍କ ମଜାକ ଉଡାଇବା ଆରମ୍ଭ କରିଛି ଚୀନ। 

ଏହିକ୍ରମରେ ଦେଶରେ କୋରୋନା ସଂକ୍ରମଣ ମାମଲା ବଢିବା ପରେ ଏବେ ଚୀନର ସରକାରୀ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ବ୍ରିଟେନ ଭଳି ଦେଶର ମଜାକ ଉଡାଇଛି। ଏନେଇ ଚୀନୀ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଖବର ଅନୁସାରେ," ଯୁକ୍ତରାଜ୍ୟ ଏକ ସାମ୍ରାଜ୍ୟ ଯେଉଁଠାରେ ସୂର୍ଯ୍ୟ ଅସ୍ତ ହୋଇନଥିଲେ, ବର୍ତ୍ତମାନ ଏହା ଏକ ବିଚ୍ଛିନ୍ନ ଦ୍ୱୀପ ପାଲଟିଛି। ଏହା କୋରୋନା ଭାଇରସ କାରଣରୁ ସେଠାରେ ଏପରିସ୍ଥିତି ଦେଖିବାକୁ ମିଳିଛି। ଯାହା ବ୍ରିଟିଶ ସାମ୍ରାଜ୍ୟ ସମୟ ପରଠାରୁ ଏହାର ଅନ୍ତର୍ଜାତୀୟ ପ୍ରତିଷ୍ଠାକୁ ସର୍ବନିମ୍ନ ସ୍ତରକୁ ଆଣିଛି। "

fallback

କେବଳ ଏତିକି ନୁହେଁ ଚୀନ୍ ସରକାରୀ ଗମମାଧ୍ୟମ ମୂର୍ଖତା କାରଣରୁ ବ୍ରିଟେନକୁ ଟାର୍ଗେଟ କରିଛି। ଗ୍ଲୋବାଲ ଟାଇମ୍ସ ଲେଖିଛି ବ୍ରିଟେନ ଅନ୍ୟ ଦେଶକୁ 'ଅସୁସ୍ଥ ବ୍ୟକ୍ତି' ବୋଲି କହିବାର ଅଭ୍ୟାସ ରହିଛି। ୧୬୪୪ ମସିହାରୁ ୧୯୧୧ ପର୍ଯ୍ୟନ୍ତ ଚୀନ୍ ଉପରେ ଶାସନ କରୁଥିବା କ୍ୱିଙ୍ଗ କିମ୍ବା ଚିଙ୍ଗ୍ ରାଜବଂଶ ପାଇଁ ବ୍ରିଟେନ ଏହି ବାକ୍ୟକୁ ବାରମ୍ବାର ବ୍ୟବହାର କରିଥିଲେ,  ହେଲେ ଆଜି ସେହି ଦେଶର ଲୋକଙ୍କ ପାଇଁ ଏହି ଉକ୍ତି ବ୍ୟବହୃତ ହେଉଛି। 
 fallback

ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଆହୁରି କୁହାଯାଇଛି ୬ କୋଟି ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ରିଟେନରେ ୨୦ ଲକ୍ଷ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରାୟ ୬୭ ହଜାର ଲୋକଙ୍କ କୋଭିଡ୧୯ କାରଣରୁ ମୃତ୍ୟୁ ହୋଇସାରିଛି। ଏଥିରୁ ସ୍ପଷ୍ଟ ହେଉଛି କୋରୋନା ମହାମାରୀ କାରଣରୁ ବ୍ରିଟେନ ଏକ ରୋଗାକ୍ରାନ୍ତ ଦେଶ ଭାବେ ଉଭା ହୋଇଛି। ଗତ ମାର୍ଚ୍ଚରୁ ବ୍ରିଟିଶ ସରକାର କୋରୋନା ବିଷୟରେ ଚିନ୍ତା କରୁଥିବା ହର୍ଡ ଇମ୍ୟୁନିଟି ଶକ୍ତି ଉପରେ କାର୍ଯ୍ୟ କରୁଥିଲେ। ଯେଉଁ କାରଣରୁ ଦେଶରେ କୋରୋନା ସଂକ୍ରମଣ ବଢିଛି। 

Also Read: ଭାରତରେ କୋରୋନାର ନୂଆ ଷ୍ଟ୍ରେନ୍! ସତର୍କ କଲେ ସରକାର

 

fallback

ଦେଶରେ ଦ୍ରୁତଗତିରେ କୋରୋନା ସଂକ୍ରମଣ ବଢିବା କାରଣରୁ ନୂତନ ଷ୍ଟ୍ରେନକୁ ପରିବର୍ତ୍ତନ ନେଇ ନିଶ୍ଚିତ କରିଥିଲେ ଡିସେମ୍ବର ୧୪ ତାରିଖରେ ବ୍ରିଟିଶ ସରକାର। ସେବେଠାରୁ ୪୦ରୁ ଅଧିକ ଦେଶ ବ୍ରିଟେନ ସହିତ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତ ଏହି ପ୍ରତିବନ୍ଧକ ଲଗାଇଛି। ଦକ୍ଷିଣ ଏବଂ ପୂର୍ବ ବ୍ରିଟେନରେ ଏହି ଭାଇରସ ସଂକ୍ରମଣ ବ୍ୟାପିଛି। ଯାହାକୁ ଦୂର କରିବା ପାଇଁ ବ୍ରିଟେନ ଦିନରାତି ବିଶ୍ୱର ବିଭିନ୍ନ ଦେଶ ସହ ମିଶି କାର୍ଯ୍ୟ କରୁଛି ହେଲେ ଚୀନ୍ ସହଯୋଗ କରିବା ବଦଳରେ ବ୍ରିଟେନର ଅବସ୍ଥାକୁ ନେଇ ଅଟ୍ଟହାସ୍ୟ କରୁଛି।