ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି
Advertisement
Article Detail0/zeeodisha/odisha769234

ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି

ଏ ପ୍ରସଙ୍ଗରେ ସିଡିସି ପକ୍ଷରୁ ଶନିବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ବିଶ୍ୱରେ ପ୍ରଥମ ଥର ଲାଗି ଫ୍ରିଜ୍ ପ୍ୟାକିଂ ଖାଦ୍ୟ ପ୍ୟାକେଟର ବାହ୍ୟ ପୃଷ୍ଠରେ ଜୀବନ୍ତ କରୋନା ଭାଇରସ ଥିବାର ଜଣାପଡିଛି।

ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି

ବେଜିଂ: ଦେଶର ବନ୍ଦର ନଗରୀ କ୍ୱିଙ୍ଗଦାଓ (Port City Qingdao) ସହରକୁ ଆସିଥିବା ସାମୁଦ୍ରିକ ମାଛ ପ୍ୟାକେଟ (Refrigerated Seafish Packets) ଖାଦ୍ୟରେ ଜୀବନ୍ତ କୋରୋନା ଭାଇରସ (Corona Crisis) ଥିବାର ସ୍ପଷ୍ଟ କରିଛି ଚୀନ ସ୍ୱାସ୍ଥ୍ୟ ପ୍ରଶାସନ (Chinese Health Administration)। ଏନେଇ କୁହାଯାଇଛି ଏହି ସହରକୁ ବାହାରୁ ଆସିଥିବା ଖାଦ୍ୟ ପ୍ୟାକେଟରେ କୋରୋନା ଭାଇରସର ଉପସ୍ଥିତି ବାବଦରେ ଜଣାପଡିଛି।    

ଏ ପ୍ରସଙ୍ଗରେ ଚୀନ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର-ସିଡିସି (Chinese Center for Disease Control and Prevention) ପକ୍ଷରୁ ଶନିବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ବିଶ୍ୱରେ ପ୍ରଥମ ଥର ଲାଗି ଫ୍ରିଜ୍ ପ୍ୟାକିଂ ଖାଦ୍ୟ ପ୍ୟାକେଟ (Refrigerated packing food packets) ର ବାହ୍ୟ ପୃଷ୍ଠରେ ଜୀବନ୍ତ କରୋନା ଭାଇରସ ଥିବାର ଜଣାପଡିଛି। 

କୋରୋନା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ୱିଙ୍ଗଦାଓ ସହରରେ ବସବାସ କରୁଥିବା ପ୍ରାୟ ୧.୧ କୋଟି ଲୋକଙ୍କ ପରୀକ୍ଷା କରାଯାଇଥିଲା। ହେଲେ ଏହି ପରୀକ୍ଷାରେ କୌଣସି କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ଖବର ମିଳିନାହିଁ। ଗତ ଜୁଲାଇରେ ବିଭିନ୍ନ ପ୍ୟାକେଟରେ ମାରାତ୍ମକ ଜୀବାଣୁ ମିଳୁଥିବାରୁ ଚୀନ ସରକାର ପ୍ୟାକିଂ ଖାଦ୍ୟ ଆମଦାନୀ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା। 

କ୍ୱିଙ୍ଗଦାଓ ସହରକୁ ଆମଦାନୀ ହୋଇଥିବା ମାଛର ପ୍ୟାକେଟର ବାହାର ଭାଗରେ ଏହି ଜୀବାଣୁ ଜୀବନ୍ତ ଥିବା ସିଡିସି ପକ୍ଷରୁ କୁହାଯାଇଛି। ସିଡିସି ପକ୍ଷରୁ ଜାରି ହୋଇଥିବା ବୟାନକୁ ନେଇ ଚୀନୀ ସରକାରୀ ଗଣମାଧ୍ୟମ (Chinese State Media) ଜିନହୁଆ (Xinhuia) ରେ ପ୍ରକାଶିତ ଖବର ଅନୁସାରେ ନିକଟରେ ଏହି ସହରରେ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଏହାର ଉତ୍ସ କେଉଁଠି ରହିଛି ତାହାକୁ ଚିହ୍ନଟ କରିବାକୁ ଯାଞ୍ଚ କରାଯାଇଥିଲା। ଏହି ଅନୁସନ୍ଧାନରୁ ଜଣାପଡିଛି କରୋନା ଜୀବାଣୁ ସଂକ୍ରମିତ ପ୍ୟାକେଟ ସମ୍ପର୍କରେ ଆସିବା ପରେ ଏହା ସଂକ୍ରମଣ ବିସ୍ତାର ହୋଇପାରେ। ଯଦିଓ ଏହି ପ୍ୟାକେଟ କେଉଁ ଦେଶରୁ ଆସିଛି ସେ ନେଇ କିଛି କୁହାଯାଇନାହିଁ।