Ayodhya: ଅଯୋଧ୍ୟାରେ ରେଳ ଷ୍ଟେସନ ଓ ବିମାନବନ୍ଦରର ଉଦ୍ଦଘାଟନ କଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2035969

Ayodhya: ଅଯୋଧ୍ୟାରେ ରେଳ ଷ୍ଟେସନ ଓ ବିମାନବନ୍ଦରର ଉଦ୍ଦଘାଟନ କଲେ ପ୍ରଧାନମନ୍ତ୍ରୀ

Amrit Bharat Express: ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ପରେ ସହ ଗଡିଛି ଅମୃତ ଭାରତ ଟ୍ରେନ୍ ଓ ବନ୍ଦେ ଭାରତ । 

ସୌ(ସୋସିଆଲ ମିଡିଆ)

Amrit Bharat Express: ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଷ୍ଟେସନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ପରେ ସହ ଗଡିଛି ଅମୃତ ଭାରତ ଟ୍ରେନ୍ ଓ ବନ୍ଦେ ଭାରତ । ଏହି ରେଳ ଷ୍ଟେସନରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ।

ଉକ୍ତ ଷ୍ଟେସନରେ ଏଲେଭେଟର, ଏସ୍କାଲେଟର, ଫୁଡ଼ ପ୍ଲାଜା, ଶିଶୁ ଯତ୍ନ ପ୍ରକୋଷ୍ଠ ଓ ପୂଜା ସାମଗ୍ରୀ ଦୋକାନ ସମେତ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ । ଷ୍ଟେସନରେ ନିର୍ମିତ ୩ ମହଲା ବିଲ୍ଡିଂ ଓ ସୁବିଧା ପାଇଁ ୨୪୧ କୋଟି ଟଙ୍କା ବିନିଯୋଗ ହୋଇଛି । ସେଠାରେ ୧୪୦ ମିଟର ଲମ୍ବ ଓ ୩୨.୬ ମିଟର ପ୍ରସ୍ଥର ନୂଆ ଷ୍ଟେସନ ବିଲ୍ଡିଂ ସହ ୧୪୦ ମିଟରରେ ୧୨ ମିଟର ବିଶିଷ୍ଚ ଅତିରିକ୍ତ ଫ୍ରଣ୍ଟ ପୋର୍ଚ ରହିଛି । ଖାସ୍ କଥା ହେଉଛି, ଏହି ରେଳ ଷ୍ଟେସନର ମୁଖ୍ୟ ବିଲ୍ଡିଂକୁ ରାମ ମନ୍ଦିର ସଦୃଶ କରାଯାଇଛି । ସେହିପରି ଶୁଭାରମ୍ଭ ହେବାକୁ ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ (Amrit Bharat Express) ଏକ ଏଲଏଚବି ଟ୍ରେନ୍ ଅଟେ । ଯେଉଁଥିରେ ନନଏସ୍ କୋଚ ରହିଛି । ଏହା ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇଦେବ ।

ଏହି ରେଳଷ୍ଟେସନ ସମସ୍ତଙ୍କ ପାଇଁ ଉର୍ଦ୍ଦିଷ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରୋଡ ସୋ’ ସମୟରେ ସାଧାରଣ ଲୋକ ମୋଦିଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ । ଏହାସହ ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ଜାତୀୟ ରାଜପଥ ସହ ୧୫ ହଜାର କୋଟି ପ୍ରକଳ୍ପର ଉଦ୍ଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ପ୍ରକାଶ ଥାଉ କି, ମୋଦିଙ୍କ ସ୍ବାଗତ ପାଇଁ ସାରା ସହରକୁ ଫୁଲରେ ସଜା ଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡ଼ାକଡି କରାଯାଇଛି ।