ନିଆଁ ନୁହେଁ Whatsapp Message ଜରିଆରେ ଫୁଟିବ Ecofriendly Rocket
ଏଭଳି ରକେଟ ଫୁଟାଇବା ପାଇଁ ଆପଣଙ୍କୁ ନିଆଁ ବ୍ୟବହାର କରିବାକୁ ପଡିବ ନାହିଁ।
ନୂଆଦିଲ୍ଲୀ: ଦୀପାବଳି ଅବସରରେ ବାଣ ଦ୍ୱାରା ହେଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ବନାରସ ଜିଲ୍ଲାର ଜଣେ ଛାତ୍ର ଏକ ପରିବେଶ ଅନୁକୂଳ ରକେଟ୍ ବାଣ ତିଆରି କରିଛନ୍ତି। ଏହି ରକେଟ୍ ବିଭିନ୍ନ ଉତ୍ସବ ଅବସରରେ ବାଣ ଭଳି ମଜା ଦେବ ହେଲେ ଏହା ବାୟୁ ପ୍ରଦୂଷଣ କରିବ ନାହିଁ। ଏହାକୁ ଫୁଟାଇବା ପାଇଁ ଆପଣଙ୍କୁ ନିଆଁ ବ୍ୟବହାର କରିବାକୁ ପଡିବ ନାହିଁ। ଏହାକୁ ଆପଣ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ମାଧ୍ୟମରେ ଫୁଟାଇବାକୁ ସମର୍ଥ ହେବେ।
ବନାରସ ଅଶୋକା ଇନଷ୍ଟିଚ୍ୟୁଟ ଛାତ୍ର ଉତ୍ସବ ତ୍ରିପାଠୀ ଏକ ସ୍ୱଦେଶୀ ପ୍ରଦୂଷଣମୁକ୍ତ ପରିବେଶ ଅନୁକୂଳ ଏକ ଇଲେକ୍ଟ୍ରୋନିକ୍ ରକେଟ୍ (Air Pollution Free Ecofriendly Electronic Rocket) ଉଦ୍ଭାବନ କରିଛନ୍ତି। ଯାହା ହ୍ୱାଟ୍ସଆପ୍ (Whatsapp) ଏବଂ ଫେସବୁକ୍ (Facebook) ଭଳି ସାମାଜିକ ଗଣମାଧ୍ୟମ (Social Media) ସହ ସଂଯୁକ୍ତ। ଏଠାରୁ ଆପଣ ବାର୍ତ୍ତା ପଠାଇବା ମାତ୍ରେ ଏହି ରକେଟ୍ ଏହାର କରାମତି ଦେଖିବ। ଦୀପାବଳି ଅବସରରେ ବାଣ ଫୁଟାଇବା ସମୟରେ କୌଣସି ପ୍ରକାର ଦୁର୍ଘଟଣାର ଶୀକାର ହେବାରୁ ବର୍ତ୍ତିବା ଏବଂ ପରିବେଶ ପ୍ରଦୂଷଣ ଭଳି ସମସ୍ୟାକୁ ନଜରରେ ରଖି ଏଭଳି ପରିବେଶ ଅନୁକୂଳ ରକେଟ୍ ନିର୍ମାଣ କରାଯାଇଛି।
Also Read: ସୁରକ୍ଷା ପରେ ସୋସିଆଲ ମେସେଜିଂ ଆପ୍ ବନାଇଲା ଭାରତୀୟ ସେନା
ହ୍ୱାଟ୍ସଆପ୍ କିମ୍ବା ଫେସବୁକ୍ ଠାରୁ ନିର୍ଦ୍ଦେଶ ପାଇବା ମାତ୍ରେ ଏହି ରକେଟ ନିଜର କରାମତି ଦେଖାଇବା ସହ ଆକାଶ ମାର୍ଗକୁ ଆଲୋକିତ କରିବ। ଏହି ରକେଟ ଆର୍ଡିନୋ ସର୍କିଟ (Ardino Circuit Connected Rocket) ସହିତ ସଂଯୋଗ ହୋଇଛି| ଯାହା ନିକଟକୁ ମୋବାଇଲ ଯୋଗେ ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform) ଜରିଆରେ ନମସ୍କାର ବାର୍ତ୍ତା (Mobile Hello Message) ପଠାଯିବା ମାତ୍ରେ ଏହା ଜଳିଉଠିବ। ଏପରି ରକେଟ ମଧ୍ୟକୁ ବାର୍ତ୍ତା ପଠାଯିବା ଦ୍ୱାରା ଏକ କମ୍ପନ (Vibration) ସୃଷ୍ଟି ହେବ। ଯାହା ଶକ୍ତିର ଏକ ରୂପ। ଏହି ପ୍ରକ୍ରିୟା କାରଣରୁ ଉତ୍ତାପ ଶକ୍ତି ସୃଷ୍ଟି ହୋଇଥାଏ। ଯେତେବେଳେ ଏହି ରକେଟ ଦେହରେ ନିଆଁ ଲାଗେ ସେତେବଳେ ଏହା ଆକାଶ ଆଡକୁ ଶବ୍ଦ କରି ଉଡିଯାଏ।
Also Read: ଭାରତ ରାସ୍ତାରେ ଆମେରିକା: ଚୀନୀ ଆପ୍ ବ୍ୟାନ କରିବାକୁ ଚାଲିଛି ଯୋଜନା
ଏପରି ପ୍ରଦୂଷଣ ବିହୀନ ରକେଟ (Pollution Free Rocket) ନିର୍ମାଣ କରିଥିବା ଛାତ୍ର ଉତ୍ସବ ତ୍ରିପାଠୀ କହିଛନ୍ତି କାଠବୋର୍ଡ, ପୋଟାସିୟମ, ସୋଡା, ଚିନି, ଚାର୍ଟ ପେପର, ଚିକଣିଆ ମାଟି ପ୍ରଭୃତି ସାମଗ୍ରୀ ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି। ଦୂରରେ ଥାଇ ଜଣେ ବ୍ୟକ୍ତି ଫେସବୁକ୍ ସାହାଯ୍ୟରେ ଆପଣ ଏକ ବାର୍ତ୍ତା ନିର୍ଦ୍ଦେଶ (Message Commaned) ପଠାଇ ଏହି ରକେଟ୍ ଫୁଟାଇ ପାରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି। ମେକ୍ ଇନ୍ ଇଣ୍ଡିଆ (Make in India) ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ସ୍ଥାନୀୟ ଦ୍ରବ୍ୟକୁ (Local for Voacal) ବ୍ୟବହାର କରି ଏଭଳି ରକେଟ ପ୍ରସ୍ତୁତ କରାଯାଇଛି।
Also Read: ପୁଣି ଭାରତକୁ ଫେରିପାରେ TikTok
ଏହି ରକେଟ ନିର୍ମାଣ କରିବା ପାଇଁ ୭ ଦିନର ସମୟ ଲାଗିବା ସହ ୬୦୦ ଟଙ୍କା ଖର୍ଚ୍ଚ ହୋଇଛି। ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ଏଭଳି ପ୍ରଦୂଷଣମୁକ୍ତ ରକେଟ୍ ଦୀପାବଳି ଅବସରରେ ପ୍ରସ୍ତୁତ କରାଯାଇଛି ଯାହା ଏକ ବହୁତ ଭଲ ଉପହାର। ଏହା ପିଲାଙ୍କୁ ସୁରକ୍ଷା ଦେବା ସହିତ ପରିବେଶ ସୁରକ୍ଷା କରିବା ଦିଗରେ ସାହାଯ୍ୟ କରିବ। ଏଭଳି ଉଦ୍ଭାବନ ଦ୍ୱାରା ମେକ୍ ଇନ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଆହୁରି ସଫଳ ହୋଇପାରିବେ।