ପୁଣି ଭାରତକୁ ଫେରିପାରେ TikTok
Advertisement

ପୁଣି ଭାରତକୁ ଫେରିପାରେ TikTok

ଭାରତୀୟ ବଜାରରେ ବେଶ ଭଲ କାରବାର କରିଥିଲା ବାଇଟଡ୍ୟାନ୍ସ ପରିଚାଳିତ ଭିଡିଓ ଆପ ଟିକଟକ୍। 

ପୁଣି ଭାରତକୁ ଫେରିପାରେ TikTok

ନୂଆଦିଲ୍ଲୀ: ପ୍ରତିବନ୍ଧକ ଲଗାଯିବା ପରେ ପୁଣି ଥରେ ଭାରତୀୟଙ୍କ ମନୋରଞ୍ଜନ କରିବ ଭିଡିଆ ଆପ ଟିକଟକ୍। ବାଇଟଡ୍ୟାନ୍ସ ନାମକ କମ୍ପାନୀ ପକ୍ଷରୁ ପରିଚାଳିତ ହେଉଥିବା ଏହି ସର୍ଟ ଭିଡିଆ ଆପ୍ ପୁଣି ଥରେ ଭାରତରେ ପ୍ରବେଶ କରିବାକୁ ଯାଉଛି। ଏନେଇ କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ।      

ସର୍ଟ ଭିଡିଆ ଆପ୍ (Short Video App) ଟିକଟକ୍ (TikTok) ଉପରେ ଭାରତ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ବାଇଟଡ୍ୟାନ୍ସ (Bytedance) ଚାହୁଁଛି। ଅନ୍ୟପଟେ  'ଗ୍ଲାନ୍ସ' (Glance) ନାମକ ଭାରତୀୟ ଆପ କମ୍ପାନୀକୁ (Indian App Company) ନିଜର ଭିଡିଓ ଆପ ବିକ୍ରି କରିବାକୁ ଯୋଜନା କରିଛି ବାଇଟଡ୍ୟାନ୍ସ।    

Also Read: ଫେରିବ ଟିକଟକ୍! ସରକାରଙ୍କ ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ

ଭାରତୀୟ ବଜାରରେ (Indian Market) ବେଶ ଭଲ କାରବାର କରିଥିଲା ବାଇଟଡ୍ୟାନ୍ସ ପରିଚାଳିତ ଭିଡିଓ ଆପ ଟିକଟକ୍। ଭାରତ ସରକାରଙ୍କ ଦ୍ୱାରା ପ୍ରତିବନ୍ଧକ ଲଗାଯିବା ପରେ କମ୍ପାନୀକୁ ବଡ ଧରଣର କ୍ଷତି ସହିବାକୁ ପଡିଥିଲା। ପୁଣି ଥରେ ନିଜର ପୁରୁଣା ବ୍ୟବସାୟରୁ ମିଳୁଥିବା ଲାଭକୁ ହାତେଇବାକୁ ଚାହୁଁଛି ବାଇଟଡ୍ୟାନ୍ସ। 

ଗତ ବର୍ଷ ଜୁଲାଇରେ ମାନଦଣ୍ଡ ଉଲଂଘନ (Guidelines Violation) କରିବା କାରଣରୁ ଭାରତ ସରକାର ଟିକଟକ୍ ସମେତ ୫୯ଟି ଚୀନୀ ଭିତ୍ତିକ ଆପ (Chinese Based App) ଉପରେ କଟକଣା ଲଗାଇଥିଲେ। ଏହାକୁ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ୨ ହଜାର ଟିକଟକ୍ କର୍ମଚାରୀ (TikTok Employee) ସେମାନଙ୍କ ଜୀବିକା ହରାଇଥିଲେ।  

Also Read: ପାକିସ୍ତାନକୁ ଘାରିଲା ଚୀୟ ଭୟ! ୧୦ ଦିନରେ ଟିକଟକ ଉପରୁ ହଟାଇଦେଲା ବ୍ୟାନ

ସମଗ୍ର ବିଶ୍ୱରେ  କାରବାର କରୁଥିଲା ସର୍ଟ ଭିଡିଆ ଆପ୍ ଟିକଟକ୍। ଭାରତରେ ପ୍ରାୟ ୨୦ କୋଟି ଲୋକ ଏହି ଆପ୍ ବ୍ୟବହାର କରୁଥିଲେ। ଏହି ଆପ ପରିଚାଳନା କରୁଥିବା ବାଇଟଡ୍ୟାନ୍ସ କମ୍ପାନୀର ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁର ଠାରେ କାର୍ଯ୍ୟାଳୟ ରହିଥିଲା। ଭାରତୀୟ ବଜାରରେ ବେଶ ଭଲ କାରବାର କରିଥିଲା ଏହି ଚୀନୀ ଭିଡିଓ ଆପ କମ୍ପାନୀ (Chinese Video App Company)। ଭାରତ ସରକାର (Govt of India) ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପରେ କମ୍ପାନୀକୁ ଦୈନିକ ୩ କୋଟି ୬୪ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଥିଲା। 

Also Read: ଚୀନକୁ ଠକିଦେଲା ପାକିସ୍ତାନ, ସୁରକ୍ଷା ନୁହେଁ ସଂସ୍କୃତି ପାଇଁ ବ୍ୟାନ କରିଦେଲା ଟିକଟକ୍

ଚୀନୀ ଭିଡିଓ ଆପ କମ୍ପାନୀ ବାଇଟଡ୍ୟାନ୍ସ ଦ୍ୱାରା ପରିଚାଳିତ ହୋଇଥାଏ ଟିକଟକ୍। ଯଦି ଏହି କମ୍ପାନୀ ଚୀନ ଭିତ୍ତିକ ହେଲେ ଚୀନୀ ବଜାରରେ ଏହା କାରବାର ନାହିଁ। ୨୦୧୭ରେ ଚୀନ ବଜାର ବାହାରେ ଟିକଟକ୍କୁ ଲଞ୍ଚ କରିଥିଲା ବାଇଟଡ୍ୟାନ୍ସ। ଏହି ଆପ୍ ମାଧ୍ୟମରେ ଜଣେ ୟୁଜର ୩-୧୫ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ (Video Recording) କରିଥାନ୍ତି। ଏହି ଭିଡିଓ ଆପ ସର୍ଭର (Video App Server) ସେହି ଦେଶରେ ଉପଲବ୍ଧ ରହିଛି ଯେଉଁଠି କମ୍ପାନୀ କାରବାର କରିଥାଏ।