ନୂଆଦିଲ୍ଲୀ:  ଇଣ୍ଡିଆନ୍ ବ୍ୟାଙ୍କ ଚାକିରୀ ଆଶାୟୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଛି। ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନଗୁଡିକ ପୂରଣ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୯ । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଇଣ୍ଡିଆନ୍ ବ୍ୟାଙ୍କ ଅଫିସିଆଲ୍ ୱେବସାଇଟ୍ indianbank.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ୨୦୦ ରୁ ଅଧିକ ପଦବୀ ନିଯୁକ୍ତ ହେବେ। 


COMMERCIAL BREAK
SCROLL TO CONTINUE READING

ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ପାଇଁ ଏବେ ଆବେଦନ ପ୍ରକ୍ରିୟା ଚାଲିଛି। ଏହି ପଦରେ ଆବେଦନ କରିବା ଲାଗି ସ୍ଥଳସେନା, ନୌସେନା ଓ ବାୟୁସେନାରେ ସୈନିକ ଭାବେ କାର୍ଯ୍ୟ କରିଥିବେ। ଆଶାୟୀଙ୍କ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ମାନ୍ୟତା ପ୍ରାପ୍ତ ରାଜ୍ୟର ଶିକ୍ଷା ବୋର୍ଡରୁ ୧୦ ମ ପାସ୍ (S.S.C./Matriculation) ହେବା ଦରକାର। ସ୍ନାତକ ଓ ଉଚ୍ଚତମ ଡିଗ୍ରୀ ଧାରୀ ଆଶାୟୀ ମାନେ ଏହି ଚାକିରୀ ପାଇଁ ଆବେଦନ କରିପାରିବେ ନାହିଁ। ୧୫ ବର୍ଷୀୟ ଅନୁଭବୀ ମାଟ୍ରିକ୍ ପାସ୍ ସୈନିକଙ୍କୁ ସ୍ନାତକ ପ୍ରାପ୍ତ କରିଥିବା ଶ୍ରେଣୀରେ ଅନ୍ତର୍ଭୁକ୍ତ। ତେବେ ଏହି ପଦ ପାଇଁ ଆଶାୟୀ ମାନେ ଅଫିସିଆଲ ୱେବସାଇଟ ଯାଇ ଚେକ୍ କରିପାରିବେ। 


Also Read: Ukraineର 'ଚକ୍ରବ୍ୟୁହ'ରେ ଫସିଯିବ Russia! ଏମିତି ରଣନୀତି ଆପଣାଇଲେ Volodymyr Zelenskyy


Indian Bank Recruitment: ଏମିତି କରନ୍ତୁ ଆପ୍ଲାଏ


  • ଆଶାୟୀ ପ୍ରଥମେ ଇଣ୍ଡିଆନ ବ୍ୟାଙ୍କର ଅଫିସିଆଲ ୱେବସାଇଟ indianbank.in  ରେ ଭିଜିଟ୍ କରନ୍ତୁ। ଏହାପରେ ହୋମପେଜରେ ଥିବା କ୍ୟାରିୟର ଟ୍ୟାବ ଉପରେ କ୍ଲିକ୍ କରନ୍ତୁ।

  • ଆଉ ଏକ ନୂଆ ପେଜ୍ ଖୋଲିବ। ସେଥିରେ ଲେଖା ଥିବା Recruitment of Security Guards' ଲିଙ୍କରେ କ୍ଲିକ କରନ୍ତୁ।

  • ଫର୍ମରେ ଦିଆଯାଇଥିବା ସମସ୍ତ ଡକ୍ୟୁମେଣ୍ଟ ଦେଇ ସବମିଟ୍ କରନ୍ତୁ।

  • ଭବିଷ୍ୟତ ପାଇଁ ହାର୍ଡକପି ନିଜ ପାଖରେ ରଖନ୍ତୁ।

  • ସବୁଠାରୁ ଜରୁରୀ କଥା ଆଶାୟୀଙ୍କ ବୟସ ୨୬ ବର୍ଷ 

  • ଓବିସି ଶ୍ରେଣୀର ଆଶାୟୀଙ୍କ ପାଇଁ ଏହି ବର୍ଷକୁ ବୃଦ୍ଧି କରାଯାଇ ୨୯ ବର୍ଷ ରଖାଯାଇଛି। 

  • ସେହିପରି ST ଆଶାୟୀ ଙ୍କ ପାଇଁ ୩୧ ବର୍ଷ ରଖାଯାଇଛି। 

  • ତେବେ ବୟସ ସୀମାର ଅନ୍ୟ ତଥ୍ୟ ଜାଣିବାକୁ ଆପଣ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ଭିଜିଟ୍ କରିପାରିବେ।