ଜେଲ୍‌ରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଇମ୍ରାନ ଖାନ
Advertisement
Article Detail0/zeeodisha/odisha2283655

ଜେଲ୍‌ରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଇମ୍ରାନ ଖାନ

imran khan jails luxurious lifestyle: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ପାଇଁ ଜେଲରେ ବିଳାସପୂର୍ଣ୍ଣ ସୁବିଧା କରାଯାଉଛି। ଜେଲ୍‌ରେ ଟିଭି ଏବଂ କୁଲର ସହିତ ଜିମ୍ ମଧ୍ୟ ବ୍ୟବହାର କରୁଛନ୍ତି।ଅଧିକ ପଢନ୍ତୁ....

imran khan(socialmedia)

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି ଯେଉଁଠାରେ ସେ ବିଳାସପୂର୍ଣ୍ଣ ସୁବିଧା ପାଉଥିବା କୁହାଯାଉଛି। ଜେଲ୍‌ରେ ଟିଭି ଏବଂ କୁଲର ସହିତ ଜିମ୍ ଉପକରଣ ମଧ୍ୟ ଅଛି। ତାଙ୍କ ସେଲ୍ ନିକଟରେ ବୁଲିବା ପାଇଁ ମଧ୍ୟ ଖାଲି ସ୍ଥାନ ଅଛି। ପାକିସ୍ତାନ ସରକାର ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏହି ସୂଚନା ଦେଇଛନ୍ତି।

ଇମ୍ରାନ ଖାନ୍‌ଙ୍କୁ ଏକାକୀ ବନ୍ଦୀଶାଳାରେ ରଖାଯାଇଛି ବୋଲି ପିଟିଆଇ ପ୍ରତିଷ୍ଠାତା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେ ପାକିସ୍ତାନ ସରକାରଙ୍କୁ ପରିବାର ସଦସ୍ୟ ଏବଂ ଓକିଲମାନଙ୍କୁ ଇମ୍ରାନ ଖାନ୍‌ଙ୍କୁ ଭେଟିବାକୁ ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି। ଏହା ଉପରେ ପାକିସ୍ତାନ ସରକାର ସୁପ୍ରିମକୋର୍ଟରେ  ଉତ୍ତର ଉପସ୍ଥାପନ କରୁଥିବାବେଳେ ଇମ୍ରାନଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

ଶେହବାଜ ସରିଫଙ୍କ ସରକାର ଇମ୍ରାନ ଖାନ୍‌ଙ୍କ ଜେଲର କିଛି ଫଟୋ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ଯେଉଁଥିରେ ସେଲ୍‌ରେ ଥିବା ସୁବିଧା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜଣେ ଓକିଲଙ୍କ ସହ କଥାବାର୍ତ୍ତା ହେଉଥିବା ଦର୍ଶାଯାଇଛି। ଏହା ସହିତ ଇମ୍ରାନଙ୍କୁ ଭେଟିଥିବା ଲୋକଙ୍କ ତାଲିକା ମଧ୍ୟ ହସ୍ତାନ୍ତର କରାଯାଇଥିଲା।

ସରକାର କୋର୍ଟଙ୍କୁ କହିଛନ୍ତି ଯେ ଇମ୍ରାନଙ୍କ ଜେଲ୍‌ରେ ରଙ୍ଗୀନ ଟିଭି, କୁଲର, ଅଲଗା ରୋଷେଇ ଘର, ଚେୟାର ଟେବୁଲ, ବହି, ଜିମ ଉପକରଣ ଏବଂ ଅନ୍ୟାନ୍ୟ ସୁବିଧା ରହିଛି।

ପାକିସ୍ତାନ ସରକାର କହିଛନ୍ତି ଯେ ଆବଶ୍ୟକ ହେଲେ ଏକ କମିଶନ ମଧ୍ୟ ଗଠନ କରାଯାଇପାରିବ, ଯାହା ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ୍ କରିବ।

ସୂଚନାଯୋଗ୍ୟ,ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତୋସାଖାନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୫ ଅଗଷ୍ଟ ୨୦୨୩ ରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଛନ୍ତି।