Ukraineର 'ଚକ୍ରବ୍ୟୁହ'ରେ ଫସିଯିବ Russia! ଏମିତି ରଣନୀତି ଆପଣାଇଲେ Volodymyr Zelenskyy
Advertisement
Article Detail0/zeeodisha/odisha1109902

Ukraineର 'ଚକ୍ରବ୍ୟୁହ'ରେ ଫସିଯିବ Russia! ଏମିତି ରଣନୀତି ଆପଣାଇଲେ Volodymyr Zelenskyy

ଋଷ ସେନାକୁ ଦ୍ୱନ୍ଦରେ ପକାଇବା ପାଇଁ ୟୁକ୍ରେନ ବର୍ତ୍ତମାନ ରାସ୍ତାରେ ଥିବା ସମସ୍ତ ସାଇନ୍ ବୋର୍ଡ ହଟାଉଛି। ଏପରି କରିବା ଦ୍ୱାରା ଋଷର ସୈନ୍ୟମାନେ ୟୁକ୍ରେନର ପ୍ରମୁଖ ସହର କିମ୍ବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସହଜରେ ପହଞ୍ଚି ପାରିବେ ନାହିଁ କି ତାକୁ କବଜା କରିପାରିବେ ନାହିଁ।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ତୀବ୍ର ହେବାରେ ଲାଗିଛି। ଋଷର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କ୍ରମାଗତ ଭାବରେre ୟୁକ୍ରେନ ସୈନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ କହୁଛନ୍ତି। କିନ୍ତୁ ୟୁକ୍ରେନ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବାକୁ କହୁଛି। ୟୁକ୍ରେନର ସେନା ଏବଂ ସାଧାରଣ ଲୋକ ମଧ୍ୟ ଋଷ ସେନାଙ୍କ ସହିତ ଦୃଢ ଭାବରେ ଲଢୁଛନ୍ତି। ବର୍ତ୍ତମାନ ଋଷ ସେନାଙ୍କୁ ଚକମା ଦେବାକୁ ୟୁକ୍ରେନ ସେନା ଏକ ନୂଆ ରଣନୀତି ଆପଣାଇଛି। 

ବାସ୍ତବରେ, ଋଷ ସେନାକୁ ଦ୍ୱନ୍ଦରେ ପକାଇବା ପାଇଁ ୟୁକ୍ରେନ ବର୍ତ୍ତମାନ ରାସ୍ତାରେ ଥିବା ସମସ୍ତ ସାଇନ୍ ବୋର୍ଡ ହଟାଉଛି। ଏପରି କରିବା ଦ୍ୱାରା ଋଷର ସୈନ୍ୟମାନେ ୟୁକ୍ରେନର ପ୍ରମୁଖ ସହର କିମ୍ବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସହଜରେ ପହଞ୍ଚି ପାରିବେ ନାହିଁ କି ତାକୁ କବଜା କରିପାରିବେ ନାହିଁ। ଶନିବାର ଠାରୁ ୟୁକ୍ରେନରେ ସାଇନ୍ ବୋର୍ଡ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଅନେକ ସ୍ଥାନରୁ ସାଇନ୍ ବୋର୍ଡ ହଟାଯାଇଥିବା ସୂଚନା ମିଳିଛି।

Also Read: Ukraine ଉପରେ ଆକ୍ରମଣ କରି ଫସିଗଲା Russia, ଆଗକୁ ଆସୁଛି ବଡ଼ ସଙ୍କଟ!

ୟୁକ୍ରେନରେ ନିର୍ମାଣ ଏବଂ ସଡ଼କ ରକ୍ଷଣାବେକ୍ଷଣର ତଦାରଖ କରୁଥିବା ଏକ ଘରୋଇ କମ୍ପାନୀ କହିଛି ଯେ, ତଦନ୍ତ ସମୟରେ ଜଣା ପଡିଛି କି ସାଇନ୍ ବୋର୍ଡ ଲାଗିଥିବା ଅଞ୍ଚଳକୁ ସହଜରେ ଋଷ ସୈନିକମାନେ ପ୍ରବେଶ କରୁଛନ୍ତି। ସାଇନ ବୋର୍ଡ ଯୋଗୁଁ ସେମାନଙ୍କୁ ସ୍ଥାନ ଚିହ୍ନଟ କରି ଆକ୍ରମଣ କରିବାରେ ସୁବିଧା ହେଉଛି। ତେଣୁ ଦେଶର ବିଶିଷ୍ଠ ସହରକୁ ସଂଯୋଗ କରୁଥିବା ସଡକରୁ ସାଇନ ବୋର୍ଡ ହଟାଯାଉଛି।

fallback

ଏହି କାର୍ଯ୍ୟ କରୁଥିବା ୟୁକ୍ରେନ କମ୍ପାନୀ ଉକ୍ରାବୋଡୋର ଫେସବୁକରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, 'ଶତ୍ରୁଙ୍କର ଯୋଗାଯୋଗ ବିଫଳ କରିବା ଓ ସେମାନେ ଏହି ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ୟୁକ୍ରେନ ସରକାର ସାଇନ ବୋର୍ଡ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି କରିବା ଦ୍ୱାରା ଋଷ ସୈନିକମାନଙ୍କୁ ସିଧା ନର୍କକୁ ଯିବାରେ ସାହାଯ୍ୟ କରିବ।'