Advertisement
Article Detail0/zeeodisha/odisha2283645
Zee OdishaOdisha Politicsଜାଣନ୍ତୁ ସାଂସଦ ହେଲେ କେଉଁ ସୁବିଧା ମିଳିବ

ଜାଣନ୍ତୁ ସାଂସଦ ହେଲେ କେଉଁ ସୁବିଧା ମିଳିବ

ସର୍ବୋଚ୍ଚ ଆଇନ ପ୍ରଣୟନ କର୍ତ୍ତା ତଥା ସାଂସଦମାନେ କେତେ ଦରମା ପାଆନ୍ତି, ସେମାନଙ୍କୁ କି କି ସୁବିଧା ମିଳେ । ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ। ତେବେ ଆସନ୍ତୁ ଜାଣିବା ସାଂସଦଙ୍କ ରୋଜାଗାର ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ...

member of parliament
member of parliament

୨୦୨୪ ଲୋକସଭା ନିର୍ବାଚନରେ ଲୋକ ନିଜର ସରକାର ଚୟନ କରିଛନ୍ତି।  ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବୋଚ୍ଚ ଆଇନ ପ୍ରଣୟନ କର୍ତ୍ତା ତଥା ସାଂସଦମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତାହା ପୁଣି ବିନା କୌଣସି ଶୁଳ୍କରେ ଏବଂ ଏଥିସହ ଅନେକ ସୁବିଧାମାନ ମଧ୍ୟ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଦରମା:
ଜଣେ ସାଂସଦ ମାସିକ ୧ଲକ୍ଷ ଟଙ୍କା ଦରମା ପାଆନ୍ତି । ୨୦୧୮ରେ ଏହି ଦରମା ବୃଦ୍ଧି କରାଯାଇଥିଲା। ତେବେ ସେ ଗୋଟିଏ ଦିନ ପାଇଁ ସାଂସଦ ହୋଇଥାନ୍ତୁ ନା କାହିଁକି ସେ ଏହି ସୁବିଧା ପାଇବେ ।ଏଥିସହ ନିଜର ନିର୍ବାଚନମଣ୍ଡଳୀ ପାଇଁ ସେମାନେ ମାସିକ ୭୦ହଜାର ଟଙ୍କା ପାଇଥାନ୍ତି । ଏଥିରେ ସାଂସଦଙ୍କ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଅର୍ନ୍ତଭୁକ୍ତ । ଏହା ତାଙ୍କୁ ତାଙ୍କ ଗୃହ ସଚିବାଳୟ ଅର୍ଥାତ୍ ଲୋକସଭା ,ରାଜ୍ୟସଭା ସଚିବାଳୟ ତରଫରୁ ଦିଆଯାଇଥାଏ ।

ଅଫିସ ଖର୍ଚ୍ଚ:
ସଂସଦର ଜଣେ ସଦସ୍ୟ ଅଫିସ୍ ଖର୍ଚ୍ଚ ପାଇଁ ମାସକୁ ୬୦ହଜାର ଟଙ୍କା ପାଇଥାନ୍ତି। ଯେଉଁଥିରେ ଷ୍ଟେସନାରୀ, ଟେଲି ଯୋଗାଯୋଗ କର୍ମଚାରୀଙ୍କ ଦରମା ଇତ୍ୟାଦି ଅନ୍ତର୍ଭୁକ୍ତ ।ସାଂସଦମାନେ ସଂସଦରେ ଉପସ୍ଥିତ ରହିଲେ ଦୈନିକ ୨୦୦୦ ଟଙ୍କା ଉପସ୍ଥିତି ବାବଦରେ ସେମାନଙ୍କୁ ମିଳିଥାଏ । ଏଥିରେ ସେମାନଙ୍କର ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଆଦି ରହିଥାଏ।

Add Zee News as a Preferred Source

ଭ୍ରମଣ ଭତ୍ତା:
ସେହିପରି ଦେଶତମାମ ଯାତ୍ରା କରିବା ପାଇଁ ଅନଲିମିଟେଡ୍ ଥର ପ୍ରଥମ ଶ୍ରେଣୀ ରେଳଯାତ୍ରା ଏବଂ ଏସି-ଦ୍ୱିତୀୟ ବଗିରେ ଅନ୍ୟ କାହା ସହିତ ଯିବାର ସୁବିଧା ମଧ୍ୟ ପାଇଥାନ୍ତି ସାଂସଦମାନେ । ଏହା ବ୍ୟତୀତ ବାର୍ଷିକ ୩୪ ଥର ଉଡା ଯାହାଜରେ ସାଂସଦମାନେ ଯାତ୍ରା କରିପାରିବେ ଏବଂ ବାର୍ଷିକ ୮ ଥର ସାଂସଦଙ୍କ ସହିତ ତାଙ୍କ ପତି କିମ୍ବା ପତ୍ନୀ ତଥା ପରିବାର ବର୍ଗ ମଧ୍ୟ ଯାତ୍ରା କରି ପାରିବେ ।

ଗୃହ:
ସାଂସଦମାନଙ୍କୁ ସେମାନଙ୍କର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପ୍ରମୁଖ ଅଞ୍ଚଳରେ କ୍ୱାର୍ଟର୍ସ ଦିଆଯାଏ । ବରିଷ୍ଠତା ଆଧାରରେ ସେମାନେ ବଙ୍ଗଳା, ଫ୍ଲାଟ କିମ୍ବା ହଷ୍ଟେଲ ରୁମ୍ ପାଇପାରନ୍ତି । ଯେଉଁମାନେ ସରକାରୀ କ୍ୱାର୍ଟର୍ସ ବ୍ୟବହାର ନକରନ୍ତି, ସେମାନେ ମାସକୁ ୨ଲକ୍ଷ ଟଙ୍କା ଘର ଭଡ଼ା ବାବଦ ଭତ୍ତା ଦାବି କରିପାରିବେ ।

ସ୍ଵାସ୍ଥ୍ୟ:
ସାଂସଦ ଏବଂ ସେମାନଙ୍କର ପରିବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS) ଅଧୀନରେ ମାଗଣା ଚିକିତ୍ସା ସେବା ପାଇବାକୁ ହକଦାର । ଏଥିରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ଏବଂ ଏହି ଯୋଜନା ଅଧୀନରେ ଆସୁଥିବା ଘରୋଇ ଡାକ୍ତରଖାନା ମଧ୍ୟ ଅନ୍ତର୍ଭୁକ୍ତ।

ପେନସନ୍‌:
ସାଂସଦଙ୍କୁ ପେନସନ ବାବଦରେ ୨୫ହଜାର ଟଙ୍କା ଦିଆଯାଏ। ଜଣେ ଏକାଧିକ ଥର ସଂସଦକୁ ନିର୍ବାଚିତ ହେଲେ ତାଙ୍କର ଅବସର ଗ୍ରହଣ ପରେ ତାଙ୍କ ଭତ୍ତାର ପରିମାଣ ବାର୍ଷିକ ୨ହଜାର ଟଙ୍କା ଲେଖାଏଁ ବୃଦ୍ଧି ପାଇଥାଏ 

ଟେଲିଫୋନ:ଜଣେ ସାଂସଦ ପ୍ରତିବର୍ଷ ୧,୫୦,୦୦୦ ମାଗଣା ଫୋନ୍ କଲ୍ କରି ପାରିବେ । ସେମାନଙ୍କର କ୍ୱାର୍ଟର୍ସ ଏବଂ କାର୍ଯ୍ୟାଳୟରେ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ କରାଯାଏ। ଏଥିସହ ମାଗଣା ପେଟ୍ରୋଲ, ଚିକିତ୍ସା, ପାଣି, ବିଜୁଳି ତଥା ଅନ୍ୟାନ୍ୟ ସୁବିଧା ମାନ ମିଳିଥାଏ । ଏହାସହିତ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ମଧ୍ୟ ସେମାନଙ୍କୁ ମିଳିଥାଏ । ବିଦ୍ୟୁତ୍ ତ୍ସାଂସଦମାନଙ୍କୁ ବାର୍ଷିକ ୫୦ହଜାର ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଏବଂ ବାର୍ଷିକ ୪୦୦୦ କିଲୋଲିଟର ପର୍ଯ୍ୟନ୍ତ ମାଗଣା ଜଳ ଯୋଗାଇ ଦିଆଯାଉଛି ।

About the Author