ବିବାହ ବନ୍ଧନରେ ବାନ୍ଧି ହେବେ ବିଧାୟକ ଭବ୍ୟ ବିଷ୍ଣୋଇ, ୩ଟି ରାଜ୍ୟରେ ହେବ ରିସେପ୍ସନ୍
Advertisement
Article Detail0/zeeodisha/odisha2000866

ବିବାହ ବନ୍ଧନରେ ବାନ୍ଧି ହେବେ ବିଧାୟକ ଭବ୍ୟ ବିଷ୍ଣୋଇ, ୩ଟି ରାଜ୍ୟରେ ହେବ ରିସେପ୍ସନ୍

Bhavya Bishnoi and Pari Bishnoi Marriage: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନ ଲାଲଙ୍କ (Chaudhary Bhajan lal) ନାତି ତଥା ପୂର୍ବତନ ସାଂସଦ କୁଲଦୀପ ବିଷ୍ଣୋଇଙ୍କ (kuldeep kuldeep bishnoi) ପୁଅ ବିଧାୟକ ଭବ୍ୟ ବିଷ୍ଣୋଇ (Bhavya Bishnoi) ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। 

ସୌ(ସୋସିଆଲ ମିଡିଆ)

Bhavya Bishnoi and Pari Bishnoi Marriage: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନ ଲାଲଙ୍କ (Chaudhary Bhajan lal) ନାତି ତଥା ପୂର୍ବତନ ସାଂସଦ କୁଲଦୀପ ବିଷ୍ଣୋଇଙ୍କ (kuldeep kuldeep bishnoi) ପୁଅ ବିଧାୟକ ଭବ୍ୟ ବିଷ୍ଣୋଇ (Bhavya Bishnoi) ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଭବ୍ୟ ଆଇଏଏସ୍ ପରୀ ବିଷ୍ଣୋଇଙ୍କୁ (Pari kuldeep bishnoi) ବିବାହ କରିବେ। ରାଜସ୍ଥାନ ଉଦୟପୁରରେ ଡିସେମ୍ବର ୨୨ରେ ଏହି ବିବାହ ଅନୁଷ୍ଠିତ ହେବ । ଏହା ଚଳିତ ବର୍ଷର ସବୁଠାରୁ ଗ୍ରାଣ୍ତ ବିବାହ ହେବାକୁ ଯାଉଛି । ଯେଉଁଥିରେ ୩ ଲକ୍ଷରୁ ଅଧିକ ଅତିଥି ଯୋଗଦେବା ନେଇ ସୂଚନା ମିଳିଛି । ଏହି ରାଜକୀୟ ବିବାହ ପରେ ଦିଲ୍ଲୀ, ହରିୟାଣାର ଆଦମପୁର ଓ ରାଜସ୍ଥାନରେ ରିସେପ୍ସନ୍ ହେବ, ଯେଉଁଥିରେ ବହୁ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପୂର୍ବତନ ସାଂସଦ କୁଲଦୀପ ବିଷ୍ଣୋଇ ଆଦମପୁର (Adampur) ବିଧାନସଭା କ୍ଷେତ୍ରରେ ଥିବା  ପ୍ରାୟ ୫୫ଟି ଗାଁରେ ପୁଅର ବିବାହ ନିମନ୍ତ୍ରଣ କାର୍ଡ଼ ବାଣ୍ଟିଛନ୍ତି । ଏନେଇ ସେ କହିଛନ୍ତି, ‘ଯେ ଆଦମପୁର ଆମର ପରିବାର ଅଟେ, ଯେତେବେଳେ ମୁଁ ବିବାହ କରିଥିଲେ, ସେ ସମୟରେ ମୋ ପିତା ଏଠାକୁ ଆସି ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ପିତାଙ୍କୁ ଅନୁସରଣ କରି ମୁଁ ମୋର ପୁଅର ବିବାହ ନେଇ ପାଇଁ ଏଠାରେ ନିମନ୍ତ୍ରଣ ପତ୍ର ବାଣ୍ଟିଛି । ବାହାଘର ପରେ ୩ଟି ରାଜ୍ୟରେ ରିସେପସନର ଆୟୋଜନ କରାଯାଇଛି’ । ଏହା ବ୍ୟତୀତ ଦିଲ୍ଲୀରେ ଆୟୋଜିତ ହେଉଥିବା ରିସେପସନ ପାର୍ଟିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Also Read-RBI on UPI: ଆରବିଆଇ ନେଲା ବଡ଼ ନିଷ୍ପତ୍ତି! ଏହି ସ୍ଥାନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ UPI ଟ୍ରାଞ୍ଜେକ୍ସନ୍

ଭବ୍ୟ ବିଷ୍ଣୋଇ  ଓ ପରୀ ବିଷ୍ଣୋଇଙ୍କ ଶିକ୍ଷାଗତ ଯୋଗ୍ୟତା

ଭବ୍ୟ ବିଷ୍ଣୋଇ (Bhavya Bishnoi) ସାଉଥ୍ ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କରିଛନ୍ତି । ସେପଟେ ଭାବି ପତ୍ନୀ ଆଇଏଏସ ପରୀ ବିଷ୍ଣୋଇ ବର୍ତ୍ତମାନ ସିକ୍କିମର ଏସଡିଏମ୍ ପଦରେ ଅବସ୍ଥାପିତ ଅଛନ୍ତି । ଏବେ ଏବେ ତାଙ୍କୁ ହରିୟାଣା କ୍ୟାଡରର ଆଇଏଏସ ମିଳିଥିଲା । ପରୀ ବିଷ୍ଣୋଇ  ଅଜମେର ସେଣ୍ଟ ମେରୀ କନଭେଣ୍ଟ ସ୍କୁଲରୁ ପାଠ ପଢା ସମାପ୍ତ କରିବା ପରେ ଦିଲ୍ଲୀ ଇନ୍ଦ୍ରପ୍ରସ୍ତ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ସେ ଆଜମେର MDS ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ତୃତୀୟ ପ୍ରୟାସରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, ଯେଉଁଥିରେ ସେ ଅଲ ଇଣ୍ଡିଆରେ ୩୦ତମ ସ୍ଥାନରେ ରହିଥିଲେ ।