ବିଦେଶରେ ଛାଇଗଲେ ଭଗବାନ ରାମ, ଆମେରିକାର ଟାଇମ ସ୍କୋୟାରରେ ପ୍ରଦର୍ଶିତ ହେଉଛି ଭୂମି ପୂଜନ କାର୍ଯ୍ୟକ୍ରମ
Advertisement

ବିଦେଶରେ ଛାଇଗଲେ ଭଗବାନ ରାମ, ଆମେରିକାର ଟାଇମ ସ୍କୋୟାରରେ ପ୍ରଦର୍ଶିତ ହେଉଛି ଭୂମି ପୂଜନ କାର୍ଯ୍ୟକ୍ରମ

ଆମେରିକାର ଟାଇମ ସ୍କୋୟାରରେ ପ୍ରଦର୍ଶିତ ହେଉଛି ଭୂମି ପୂଜନ କାର୍ଯ୍ୟକ୍ରମ।   

ବିଦେଶରେ ଛାଇଗଲେ ଭଗବାନ ରାମ, ଆମେରିକାର ଟାଇମ ସ୍କୋୟାରରେ ପ୍ରଦର୍ଶିତ ହେଉଛି ଭୂମି ପୂଜନ କାର୍ଯ୍ୟକ୍ରମ

ୱାଶିଂଟନ: ପ୍ରାୟ ୫୦୦ ବର୍ଷର ସଂଗ୍ରାମ ପରେ ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର। ଆଉ ଏଥିଲାଗି ଚଳିତ ବର୍ଷ ଅଗଷ୍ଟ ୫ ତାରିଖ ବୁଧବାର ହେବାକୁ ଯାଉଛି ଭୂମି ପୂଜନ ସମାରୋହ। ଏହି କାର୍ଯ୍ୟକ୍ରମର ପ୍ରସାରଣ ଦୂରଦର୍ଶନ ମାଧ୍ୟମରେ କରାଯାଉଛି। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଛାଇଯାଇଛନ୍ତି ଭଗବାନ ରାମ।

ଭାରତୀୟ ଗଣମାଧ୍ୟମ ବ୍ୟତୀତ ଆମେରିକାରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବାକୁ ଯାଉଛି। ୟୁଏସର ପ୍ରମୁଖ ସହର ନ୍ୟୁୟର୍କସ୍ଥିତ ଟାଇମ ସ୍କେୟାର(Time Square)ଠାରେ ପ୍ରଦର୍ଶିତ ହେଉଛି ଏହି କାର୍ଯ୍ୟକ୍ରମ। ଆମେରିକାରେ ଅବସ୍ଥାନ କରୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଏହି ଶୁଭ ଉତ୍ସବକୁ ପାଳନ କରାଯାଉଛି।     

ବୁଧବାର ସନ୍ଧ୍ୟା ସାଢେ ୭ଟାରୁ ରାତି ୯ଟା ୩୦ ମିନିଟ ପର୍ଯ୍ୟନ୍ତ ଭୂମି ପୂଜନ କାର୍ଯ୍ୟକ୍ରମ ପ୍ରସାରିତ ହେବ। ଏହି ଅବସରରେ ମିଷ୍ଟାନ୍ନ ବଣ୍ଟନ, ଭଜନ କାର୍ଯ୍ୟକ୍ରମ ଏବଂ ପ୍ରମୁଖ ବ୍ୟକ୍ତିଙ୍କ ଦ୍ୱାରା ଭୂମି ପୂଜନ କାର୍ଯ୍ୟକ୍ରମ ସମ୍ପର୍କିତ ଭାଷଣ ପ୍ରଦାନ କରାଯିବ।    

ଏନେଇ ମତ ରଖି ଆମେରିକୀୟ-ଭାରତୀୟ ଜନସମ୍ପର୍କ କମିଟିର ସଭାପତି ଜଗଦୀଶ ସେୱାନୀ କହିଛନ୍ତି(President of the American India Public Affairs Committee)ଏହି ଐତିହାସିକ ମୂହୂର୍ତ୍ତକୁ ନ୍ୟୁୟର୍କରେ ପାଳନ କରିବାକୁ ବ୍ୟବସ୍ଥା କରାଯାଇଛି।    

ଅଗଷ୍ଟ ୫ ତାରିଖ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହିନ୍ଦୀ ଏବଂ ଇଂରାଜୀରେ ଭଗବାନ ରାମଙ୍କ ଫଟୋ ଚିତ୍ର, ଭିଡିଓ, ରାମ ମନ୍ଦିରର ଡିଜାଇନ, ମନ୍ଦିର ସ୍ଥାପତ୍ୟର 3D ଫଟୋଚିତ୍ର ଆଦି ପ୍ରଦର୍ଶିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଭୂମି କାର୍ଯ୍ୟକ୍ରମକୁ ଟାଇମ ସ୍କୋୟାର ବିଲବୋର୍ଡ୍ସ(Times Square Billboards)ପ୍ରଦର୍ଶିତ ହେବ। ବିଶ୍ୱର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଏହା ଜଣାଶୁଣା।