Advertisement
Article Detail0/zeeodisha/odisha764213
Zee OdishaOdisha National-Internationalରେଳବାଇର ବଡ଼ ପଦକ୍ଷେପ, ଶେଷ ହେବ ସ୍ଲିପର ଯୁଗ

ରେଳବାଇର ବଡ଼ ପଦକ୍ଷେପ, ଶେଷ ହେବ ସ୍ଲିପର ଯୁଗ

 ଦୂରଗାମୀ ଏକ୍ସପ୍ରେସ ଓ ମେଲ ଗାଡ଼ିର ସମସ୍ତ ବଗିକୁ ଏସି ବଗିରେ ପରିବର୍ତ୍ତନ କରାଯିବ। ସ୍ଲିପର ବଗି (Sleeper Coach) ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯାଇ ଏସି ବଗି (AC Coach) ରେ ପରିବର୍ତ୍ତନ କରାଯିବ। 

ରେଳବାଇର ବଡ଼ ପଦକ୍ଷେପ, ଶେଷ ହେବ ସ୍ଲିପର ଯୁଗ

ନୂଆଦିଲ୍ଲୀ: କୋରୋନା ମହାମାରୀ ପରେ ରେଳଯାତ୍ରା (Train Journey) ର ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି।  ଏହି ସମୟରେ ନୂତନ ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ରେଳବାଇ କିଛି ସମୟ ପାଇଁ ଚାହିଦା ଏବଂ ଯୋଗାଣ ସୂତ୍ର ଉପରେ କାର୍ଯ୍ୟ କରିଆସୁଛି। ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରିଛି ରେଳବାଇ। ଦୂରଗାମୀ ଏକ୍ସପ୍ରେସ (Express) ଓ ମେଲ (Mail) ର ବଗି ଗୁଡ଼ିକରେ ପରିବର୍ତ୍ତନ କରିବାକୁ ଯାଉଛି ରେଳବାଇ (Indian Railway)। 

ମିଳିଥିବା ସୂଚନା ମୁତାବକ ଆଗାମୀ ଦିନରେ ଦୂରଗାମୀ ଏକ୍ସପ୍ରେସ ଓ ମେଲ ଗାଡ଼ିର ସମସ୍ତ ବଗିକୁ ଏସି ବଗିରେ ପରିବର୍ତ୍ତନ କରାଯିବ। ସ୍ଲିପର ବଗି (Sleeper Coach) ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯାଇ ଏସି ବଗି (AC Coach) ରେ ପରିବର୍ତ୍ତନ କରାଯିବ। ଏହି ପରିବର୍ତ୍ତନ ସହିତ ମେଲ (Mail) ଓ ଏକ୍ସପ୍ରେସ (Express) ଗାଡ଼ିଗୁଡ଼ିକର ବେଗ ଘଣ୍ଟା ପ୍ରତି ବେଗରେ ମଧ୍ୟ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ସମୟରେ ମେଲ ଓ ଏକ୍ସପ୍ରେସ ଗାଡ଼ିର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିଛି। ସେହିପରି ରାଜଧାନୀ (Rajdhani Express), ଶତାବ୍ଦୀ (Shatadi Express) ଓ ଦୁରନ୍ତୋ (Duronto Express) ଭଳି ଗାଡ଼ି ଗୁଡ଼ିକର ବେଗ ୧୨୦ କିଲୋମିଟର ଘଣ୍ଟା ପ୍ରତି ବେଗ ରହିଛି। ତେବେ ଏହି ଗାଡ଼ି ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଗତି କରିବା ପାଇଁ ସକ୍ଷମ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ସେପଟେ ଟ୍ରେନ ଗୁଡ଼ିକରେ ଲାଗିବାକୁ ଥିବା ନୂଆ ବଗି ଗୁଡ଼ିକ କପୁରତାଲା ବଗି କାରଖାନାରେ ତିଆରି ହେଉଥିବା ଜଣାପଡ଼ିଛି। ଏଗୁଡ଼ିକ ଆଗାମୀ କିଛି ସପ୍ତାହ ମଧ୍ୟରେ ନିର୍ମାଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ଲିପର କୋଚରେ ରହିଥିବା ୭୨ ଆସନ ବିଶିଷ୍ଟ ବଗି ଗୁଡ଼ିକ ପରିବର୍ତ୍ତନ କରାଯାଇ ଏସି ବଗି ଗୁଡ଼ିକ ୮୩ ଆସନ ବିଶିଷ୍ଟ ରହିବ। ତେବେ ଏହି ବଗି ଗୁଡ଼ିକରେ ଇଲେକ୍ଟ୍ରିକାଲ ୟୁନିଟ, କମ୍ବଳ ଓ ବେଡସିଟକୁ ହଟାଇ ଦିଆଯିବ। 

Add Zee News as a Preferred Source

ରେଳବାଇ ପକ୍ଷରୁ କୁହାଯାଇଛି ଯେ ସ୍ୱର୍ଣ୍ଣିମ ଚତୁର୍ଭୁଜ ଯୋଜନାରେ ଏସି ବଗି ଗୁ଼ଡ଼ିକୁ ଏକ୍ସପ୍ରେସ ଗାଡିରେ ଲଗାଯିବ। ଏହି ଯୋଜନା ଅଧିନରେ ପ୍ରାୟ ୧୯ଶହ ମେଲ ଓ ଏକ୍ସପ୍ରେସ ଗାଡ଼ିର ଗତିରେ ବୃଦ୍ଧି କରାଯାଇ ଘଣ୍ଟା ପ୍ରତି ବେଗ ୧୩୦ କରାଯିବ। ଏହି କାର୍ଯ୍ୟ ୨୦୨୩ ସୁଦ୍ଧା କରାଯିବ। ଏହା ପରେ ଏହି ଗାଡ଼ି ଗୁଡ଼ିକର ବେଗ ୨୦୨୫ ସୁଦ୍ଧା ଟ୍ରେନର ଗତିକୁ ୧୬୦ରେ ପହଞ୍ଚାଯିବ ବୋଲି ରେଳବାଇ ପ୍ରକାଶ କରିଛି। 

About the Author