ଚୋରି ହୋଇଥିବା ପଞ୍ଚଦଶ ଶତାବ୍ଦୀର ମୂର୍ତ୍ତି ଭାରତକୁ ଫେରାଇବ ବ୍ରିଟେନ
Advertisement

ଚୋରି ହୋଇଥିବା ପଞ୍ଚଦଶ ଶତାବ୍ଦୀର ମୂର୍ତ୍ତି ଭାରତକୁ ଫେରାଇବ ବ୍ରିଟେନ

ଏନେଇ ଭାରତୀୟ ମିଶନ ପକ୍ଷରୁ ଅଭିଯୋଗ କରିବା ପରେ ଏ ଘଟଣାରେ ତଦନ୍ତ ଆରମ୍ଭ କରିଥିଲା ଲଣ୍ଡନ ପୋଲିସ । ଏପରିକି ଭାରତରୁ ଚୋରି ହୋଇଥିବା ମୂର୍ତ୍ତିର ବର୍ତ୍ତମାନର ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଏହି ମୂର୍ତ୍ତିକୁ ବିକ୍ରି କରିଥିବା ବ୍ୟକ୍ତିଙ୍କ ବର୍ତ୍ତମାନ ମୃତ୍ୟୁ ହୋଇସାରିଛି। 

 ଚୋରି ହୋଇଥିବା ପଞ୍ଚଦଶ ଶତାବ୍ଦୀର ମୂର୍ତ୍ତି ଭାରତକୁ ଫେରାଇବ ବ୍ରିଟେନ

ଲଣ୍ଡନ: ଭାରତରୁ (India) ଚୋରି ହୋଇଥିବା ୧୫ଶହ ଶତାବ୍ଦୀର (15th Century) ଏକ ପ୍ରାଚୀନ ରାମ (Ram),ସୀତା (Sita), ଲକ୍ଷ୍ମଣ (Laxman), ହନୁମାନ(Hanuman) ମୂର୍ତ୍ତିକୁ ଫେରାଇବ ବ୍ରିଟେନ(Britain)। ଏହି ମୂର୍ତ୍ତି ତାମିଲନାଡୁର(Tamilnadu) ଏକ ମନ୍ଦିରରୁ (Temple) ୧୯୭୮ ମସିହାରୁ ଚୋରି ହୋଇଯାଇଥିଲା । ଏହି ମନ୍ଦିର ବିଜୟନଗର ସାମ୍ରାଜ୍ୟ (Vijayanagara Dynasty) ଶାସନ କରୁଥିବା ସମୟରେ ନିର୍ମିତ ହୋଇଥିଲା । 

ଭାରତରୁ ଚୋରି ହୋଇଥିବା ମୂର୍ତ୍ତି ବ୍ରିଟେନରେ ଥିବା ନେଇ ୨୦୧୯ ଅଗଷ୍ଟରେ ଜଣାଇଥିଲେ ଲଣ୍ଡନରେ (London) ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ (Indian High Commission)।ଏପରିକି ଏ ଘଟଣା ବାବଦରେ ଭାରତୀୟ ମିଶନ (Indian Mission) ଲଣ୍ଡନ ମେଟ୍ରୋପଲିଟାନ ପୋଲିସ (London Metropolitan Police) ଅଧିନସ୍ଥ ଆର୍ଟ ଆଣ୍ଡ ଆଣ୍ଟିକ୍ୟୁ ୟୁନିଟ(Art and Antique Unit),ତାମିଲନାଡୁ ପୋଲିସର ଆଇଡଲ ୱିଙ୍ଗକୁ (Tamil Nadu police Idol Wing) ଅବଗତ କରିଥିଲେ । ଅନ୍ୟପଟେ ତାମିଲନାଡୁ ପୋଲିସ ଏ ମାମଲାରେ ଚୋରି ହୋଇଥିବା ମୂର୍ତ୍ତିର ଫଟୋ ପ୍ରଦାନ କରିଥିଲା । 

ଏନେଇ ଭାରତୀୟ ମିଶନ (Indian Mission) ପକ୍ଷରୁ ଅଭିଯୋଗ କରିବା ପରେ ଏ ଘଟଣାରେ ତଦନ୍ତ ଆରମ୍ଭ କରିଥିଲା ଲଣ୍ଡନ ପୋଲିସ । ଏପରିକି ଭାରତରୁ ଚୋରି ହୋଇଥିବା ମୂର୍ତ୍ତିର ବର୍ତ୍ତମାନର ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଏହି ମୂର୍ତ୍ତିକୁ ବିକ୍ରି କରିଥିବା ବ୍ୟକ୍ତିଙ୍କ ବର୍ତ୍ତମାନ ମୃତ୍ୟୁ ହୋଇସାରିଛି । ଏହି ମୂର୍ତ୍ତିକୁ ପାଖରେ ରଖିଥିବା ବ୍ରିଟେନ ମାଲିକ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ରାମ, ସୀତା, ଲକ୍ଷ୍ମଣଙ୍କ ପ୍ରତିମା ହସ୍ତାନ୍ତର କରିବେ । ଯାହାକୁ ତାମିଲନାଡୁ ସରକାରଙ୍କୁ ପ୍ରଦାନ କରାଯିବ ।

ଏନେଇ ଭାରତୀୟ ମିଶନ ପକ୍ଷରୁ, ଏ ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଏ ଘଟଣାରେ ଅନେକ କାର୍ଯ୍ୟ କରାଯାଉଛି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ-ଏଏସଆଇ(ASI-Archeological Survey of India), ଲ ଏନଫୋର୍ସମେଣ୍ଟ ଏଜେନ୍ସି (Law Enforcement Agencies), ଇଣ୍ଡିପେଣ୍ଡଣ୍ଟ ଏକ୍ସପର୍ଟ (independent expert) ଦ୍ୱାରା ଭାରତରୁ ଚୋରି ବିଦେଶରେ ରହିଥିବା ଅନେକ ପୁରୁଣା ମୂର୍ତ୍ତିକୁ (Old Idol) ଫେରାଇ ଅଣାଯିବ।   

ପୂର୍ବରୁ ଭାରତୀୟ ଉଚ୍ଚାୟୁକ୍ତ ଏକ ବିଶ୍ୱ ଐତିହ୍ୟସ୍ଥଳରୁ (World Heritage Site) ଚୋରି ହୋଇଥିବା ବ୍ରହ୍ମା-ବ୍ରାହ୍ମଣୀ ମୂର୍ତ୍ତି, ଦ୍ୱାଦଶ ଶତାବ୍ଦୀରେ ବ୍ରୋଞ୍ଜ ନିର୍ମିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତି(Bronze statue of Buddha), ଦ୍ୱିତୀୟ ଶତାବ୍ଦୀରେ ନିର୍ମିତ ଚୂନପଥର ନିର୍ମିତ ସ୍ତମ୍ଭ(limestone Carved Pillar), ସପ୍ତାଦଶ ଶତାବ୍ଦୀରେ ବ୍ରୋଞ୍ଜ ନିର୍ମିତ ନବନିତା କୃଷ୍ଣ (Bronze idol of Navanitha Krishna) ମୂର୍ତ୍ତିକୁ ଫେରାଇ ଅଣାଯାଇଛି। ଚଳିତ ବର୍ଷ ରାଜସ୍ଥାନର ବାରୋଲିସ୍ଥିତ ଶିବ ମନ୍ଦିରରୁ (Shiv Temple) ଚୋରି ହୋଇଥିବା ମୂର୍ତ୍ତିକୁ ଭାରତ ପଠାଇ ଦିଆଯାଇଛି ।