ଲକ୍ଷ୍ନୌ: ଦ୍ୱିତୀୟ ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ। କେବଳ ଦେଶ ନୁହେଁ ଏବେ ତାଙ୍କ ପାଖକୁ ବିଦେଶର ଆସିଛି ପ୍ରଶଂସା। କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଦାୟିତ୍ୱ ଗ୍ରହଣ କରିବା ଅବସରରେ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି ବିଟ୍ରିଶ ସରକାର। 


COMMERCIAL BREAK
SCROLL TO CONTINUE READING

ଭାରତରେ ଅବସ୍ଥାପିତ ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ୍ ଯୋଗୀ ଆଦିତ୍ୟନାଥଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ନେଇ ତାଙ୍କୁ ଚିଠି ଲେଖି ବ୍ରିଟିଶ ସରକାରଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି। ଯୋଗୀଙ୍କୁ ଭେଟିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ରବିବାର ପ୍ରକାଶିତ ଏକ ସରକାରୀ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି। ଜଣେ ସରକାରୀ ମୁଖପାତ୍ରଙ୍କ ଅନୁଯାୟୀ ବ୍ରିଟିଶ ଉଚ୍ଚାୟୁକ୍ତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ବ୍ରିଟିଶ ସରକାରଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ।


ଏନେଇ ଲେଖାଯାଇଥିବା ପତ୍ର ଜରିଆରେ ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ୍ କହିଛନ୍ତି ୨୦୨୧ ରେ ଭାରତ-ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କର ୧୦ ବର୍ଷର ରୋଡମ୍ୟାପ ଅନୁଯାୟୀ ବ୍ରିଟେନ, ଉତ୍ତର ପ୍ରଦେଶ ଲାଗି ଏକ ପ୍ରମୁଖ ଆନ୍ତର୍ଜାତୀୟ ଭାଗୀଦାର ହେବାକୁ ଚାହୁଁଛି। ଉତ୍ତରପ୍ରଦେଶ ଏବଂ ବ୍ରିଟେନ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗକୁ ନେଇ ଗତ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ବ୍ରିଟେନ ମଧ୍ୟରେ ହୋଇଥିବା ଆଲୋଚନା ଉପରେ କାର୍ଯ୍ୟ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।


Also Read: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଯୋଗୀ ଆଦିତ୍ୟନାଥ


ଗତ ବର୍ଷ ଅଗଷ୍ଟରେ ବ୍ରିଟିଶ ଉଚ୍ଚାୟୁକ୍ତ ଏଲିସ୍, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ରାଜଧାନୀ ଲକ୍ଷ୍ନୌସ୍ଥିତ ୫ କାଳୀ ଦାସ ମାର୍ଗ ଠାରେ ଥିବା ସରକାରୀ ବାସଭବନରେ ଭେଟିଥିଲେ। ଉଚ୍ଚଶିକ୍ଷା ସମେତ ଉତ୍ତର ପ୍ରଦେଶ ସହ ସହଭାଗିତା ଉପରେ ଆଲୋଚନା କରିଥିଲେ ଉଭୟେ। ସରକାରୀ ବିବୃତ୍ତି ଅନୁଯାୟୀ ଏଲିସ୍, ଯୋଗୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଗତ ବୈଠକ ପରଠାରୁ ଅନେକ ଏଜେଣ୍ଡା ଉପରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ବ୍ରିଟିଶ୍ କାଉନସେଲିଂ ର ନୂତନ "Going Global Partnership Exploratory Grant" ର ଏକ ଅଂଶ ଭାବେ ବିଟ୍ରେନତ ତିନୋଟି ସଂସ୍ଥା ନୋଏଡ଼ାସ୍ଥିତ AMIT ବିଶ୍ୱ ବିଦ୍ୟାଳୟର ଏକ ସହଯୋଗ କରିଛି। ଏହି ସହଯୋଗ ଅନୁସାରେ ଆନ୍ତର୍ଜାତୀୟ ଶିକ୍ଷା ତଥା ଶିକ୍ଷାଦାନ ସହଯୋଗରେ ବିଜେତାଙ୍କୁ ଚିହ୍ନଟ କରିବା ପାଇଁ ଏକ ରଣନୀତି ଆପଣାଯାଇଛି।



ବ୍ରିଟିଶ୍ କାଉନସିଲ୍ ଦ୍ୱାରା  ପ୍ରଦାନ କରାଯାଇଥିବା "Learn English With Your Friend" ଡିଜିଟାଲ୍ ଶିକ୍ଷା ଉତ୍ସ ମାଧ୍ୟମରେ, କସ୍ତୁରବା ଗାନ୍ଧୀ ବାଲିକା ବିଦ୍ୟାଳୟ ୭୫୦ ଛାତ୍ରୀ ସମସାମୟିକ ଶବ୍ଦକୋଷ ଶିଖିଛନ୍ତି ଏବଂ ଇଂରାଜୀ ଭାଷାରେ କଥାବାର୍ତ୍ତା କରିବା ଲାଗି ସେମାନଙ୍କର ଦକ୍ଷତା ବିକାଶ ପାଇଁ ସରଳ ସଂଳାପ ଏବଂ ବାକ୍ୟାଂଶ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ୍। 


ଦକ୍ଷିଣ ଏସିଆ ପାଇଁ ବ୍ରିଟିଶ ସରକାରଙ୍କ ବାଣିଜ୍ୟ କମିଶନର ଆଲେନ୍ ଗାମେଲ ଏବଂ ଭାରତରେ ଅବସ୍ଥାପିତ ବ୍ରିଟେନ ଡେପୁଟି ହାଇ କମିଶନର ଜେନ ଥମ୍ପସନ ଖୁବ ଶୀଘ୍ର ଲକ୍ଷ୍ନୌ ଠାରେ ନୂତନ ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟର ସଦସ୍ୟଙ୍କ ସହ ଆଲୋଚନା ପାଇଁ ଯୋଗଦେବେ ବୋଲି ଏଲିସ କହିଛନ୍ତି। ବ୍ରିଟିଶ ହାଇ କମିଶନର ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେ ମେରଠ ଠାରେ ସମ୍ପ୍ରତି ଆରମ୍ଭ ହୋଇଥିବା ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟକୁ ସ୍ୱାଗତ କରୁଛନ୍ତି।