Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ ! ବର୍ଷାରେ ଭିଜିବ ଏହି ସବୁ ଜିଲ୍ଲା
Advertisement
Article Detail0/zeeodisha/odisha2438093

Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ ! ବର୍ଷାରେ ଭିଜିବ ଏହି ସବୁ ଜିଲ୍ଲା

Weather Update: ରାଜ୍ୟରେ ଗତ ଦୁଇ ଦିନ ହେବ ବର୍ଷାର ପରିମାଣ କମିଛି। କିନ୍ତୁ ୨୨ ରୁ ବଢିବ ବର୍ଷା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ !  ବର୍ଷାରେ ଭିଜିବ ଏହି ସବୁ ଜିଲ୍ଲା
Weather Update: ରାଜ୍ୟରେ ଗତ ଦୁଇ ଦିନ ହେବ ବର୍ଷାର ପରିମାଣ କମିଛି। କିନ୍ତୁ ୨୨ ରୁ ବଢିବ ବର୍ଷା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୨ ,୨୩ ତାରିଖ ବେଳକୁ  ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ୨୩ରୁ ଓଡି଼ଶାରେ ବର୍ଷା ଆରମ୍ଭ ହେବ। ଅତି କମ୍ ରେ ୪୮ ଘଣ୍ଟା ବର୍ଷିବ। ପ୍ରାକ୍ ଆକଳନ ଅନୁସାରେ,ଏହା ସାରା ରାଜ୍ୟରେ ପ୍ରବଳ ବର୍ଷା କରାଇପାରେ।  ଅବପାତ ନ ହେଲେ ବର୍ଷାର ପରିମାଣ କମିବ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  
 
Rainfall (in mm) recorded at 17:30Hrs IST of dated- 19th September 2024. pic.twitter.com/1sM1fPp5jg
 
 
ଲଘୁଚାପ ସୃଷ୍ଟି ହେବା ପରେ ତାହା ୪୮ ଘଣ୍ଟା ଭିତରେ  ପାରାଦୀପ ପାଖାପାଖି  ଓଡି଼ଶା ଉପକୂଳ ରେ ପହଞ୍ଚିବ।  ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ଭିତରେ ପ୍ରାୟତଃ ସମ୍ବଲପୁର ପାଖଦେଇ  ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇପାରେ। ଯଦି ଘନୀଭୂତ ହୋଇ ଅବପାତରେ ପରିଣତ ହେବ , ତେବେ ତାହା ସମୁଦ୍ରରେ ଅଧିକ ୨୪ ଘଣ୍ଟା ରହିପାରେ।  ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ରାଜ୍ୟର କଳାହାଣ୍ତି, ରାୟଗଡା, କଟକ, ଖୋର୍ଦ୍ଧା, ଗଂଜାମ ଓ ନୟାଗଡରେ ବର୍ଷା ହେବାର ସମ୍ଭାବନା ରହିଛି।  ଉପକୂଳ ସହ ଦକ୍ଷିଣ ଓଡିଶାରେ ବର୍ଷା ହେବା ସହ ବିଜୁଳି ଘଡ଼ଘଡି ମଧ୍ୟ ହେବାର ସମ୍ଭାବନା ରହିଛି।