Broadband Internet Service: ମହାକାଶରୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା, ଜାଣନ୍ତୁ କିପରି
Advertisement

Broadband Internet Service: ମହାକାଶରୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା, ଜାଣନ୍ତୁ କିପରି

ISRO Mission 2023:  ରବିବାର ଇସ୍ରୋ ଏହାର ଅଭିଯାନ ସହିତ ପୃଥିବୀର ନିମ୍ନ କକ୍ଷପଥରେ ୬ ଶହରୁ ଅଧିକ ଉପଗ୍ରହର ଏକ ଗୋଷ୍ଠୀ ପୂରଣ କରିବାର ଲକ୍ଷ୍ୟ ହାସଲ କରିବ। ଏହା ଦ୍ୱାରା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା (Broadband Internet Service) ମହାକାଶରୁ ବିଶ୍ୱର କୋଣ ଅନୁକୋଣ ଯୋଗାଇବା ପାଇଁ ପଥ ପରିଷ୍କାର କରିବ।

Broadband Internet Service: ମହାକାଶରୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା, ଜାଣନ୍ତୁ କିପରି

ISRO OneWeb Mission: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଅନ୍ୟ ଏକ ସଫଳତା ହାସଲ କରିବାକୁ ଯାଉଛି। ଆସନ୍ତା ୨୬ ମାର୍ଚ୍ଚରେ ଇସ୍ରୋ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୩୬ ଉପଗ୍ରହ ଉତକ୍ଷେପଣ କରିବ। ଏହି ସମସ୍ତ ଉପଗ୍ରହ ପ୍ରକ୍ଷେଣ ଯାନ ମାର୍କ-୩ ମାଧ୍ୟମରେ ମହାକାଶକୁ ପଠାଯିବ। ଏହି ସମସ୍ତ ଉପଗ୍ରହ ଯୋଗାଯୋଗ କମ୍ପାନୀ ୱାନୱେବ୍ ସଂସ୍ଥାର ବୋଲି ଜଣାପଡ଼ିଛି ୱାନୱେବ ସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଇଣ୍ଟରନେଟ୍ ଜଗତକୁ ନବୀକରଣ କରାଯିବ ବୋଲି ଆଶା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଏବଂ ଭାରତ ଏଣ୍ଟରପ୍ରାଇଜେସ୍ ମାଧ୍ୟମରେ ଏହି ଅଭିଯାନରେ ଭାରତର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। 

ଉପଗ୍ରହ ଯୋଗାଯୋଗ କମ୍ପାନୀ ୱାନୱେବ୍ (Satellite Communications Company OneWeb) ପାଇଁ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (Indian Space Research Organisation) ଇସ୍ରୋ ଏହାର ବାଣିଜ୍ୟିକ ୟୁନିଟ୍ (ISRO Commercial Unit) 'ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍' (New Space India Limited) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦ୍ୱିତୀୟ ମିଶନ (ISRO Mission)। ନେଟୱାର୍କ ଆକ୍ସିସ୍ ଆସୋସିଏଟେଡ୍ ଲିମିଟେଡ୍ (Network Axis Associated Limited) ଅର୍ଥାତ୍ ୱାନୱେବ୍ ହେଉଛି ଏକ ବ୍ରିଟେନ ଭିତ୍ତିକ ଯୋଗାଯୋଗ କମ୍ପାନୀ (Britain Telecom Company OneWeb)। ବ୍ରିଟିଶ ସରକାର, ଭାରତୀୟ କମ୍ପାନୀ ଭାରତୀ ଏଣ୍ଟରପ୍ରାଇଜେସ୍, ଫ୍ରାନ୍ସର ୟୁଟେଲସୈଟ, ଜାପାନର ସଫ୍ଟବ୍ୟାଙ୍କ, ଆମେରିକାର ହ୍ୟୁଜ୍ ନେଟୱାର୍କ ଏବଂ ଦକ୍ଷିଣ କୋରିଆ ପ୍ରତିରକ୍ଷା କମ୍ପାନୀ ହାନୱା ହେଉଛନ୍ତି ଏହାର ଅଂଶୀଦାର। ୱାନୱେବ୍ ହେଉଛି ସାଟେଲାଇଟ୍ ଆଧାରିତ ସେବା ଯୋଗାଉଥିବା ଏକ ଯୋଗାଯୋଗ କମ୍ପାନୀ। ଯାହାର ମୁଖ୍ୟାଳୟ ଲଣ୍ଡନ ଠାରେ ଅବସ୍ଥିତ। 

ରବିବାର ଇସ୍ରୋ ଏହାର ଅଭିଯାନ ସହିତ ପୃଥିବୀର ନିମ୍ନ କକ୍ଷପଥରେ ୬ ଶହରୁ ଅଧିକ ଉପଗ୍ରହର ଏକ ଗୋଷ୍ଠୀ ପୂରଣ କରିବାର ଲକ୍ଷ୍ୟ ହାସଲ କରିବ। ଏହା ଦ୍ୱାରା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା (Broadband Internet Service) ମହାକାଶରୁ ବିଶ୍ୱର କୋଣ ଅନୁକୋଣ ଯୋଗାଇବା ପାଇଁ ପଥ ପରିଷ୍କାର କରିବ। ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଅଭିଯାନକୁ ନେଇ ଯୋଗାଯୋଗ କମ୍ପାନୀ ୱାନୱେବ୍ ବହୁତ ଉତ୍ସାହିତ। ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଇସ୍ରୋ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ଲଞ୍ଚ ମିଶନ୍ ବିଶ୍ୱସ୍ତରୀୟ କଭରେଜ୍ ପାଇବାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ଏହି ଶେଷ ଉତକ୍ଷେପଣ ସହିତ ମହାକାଶରେ ୬ ଶହରୁ ଅଧିକ ଉପଗ୍ରହ ରହିବ। ଏପରି ଭାବେ ୱାନୱେବ ପାଇଁ ଏହା ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଦ୍ୱିତୀୟ ମିଶନ ହେବ। ହେଲେ ମହାକାଶରୁ ଇଣ୍ଟରନେଟ୍ ସୁବିଧା ଯୋଗାଇବା ପାଇଁ ଏହା ୱାନୱେବ ସଂସ୍ଥାର ୧୮ ତମ ଉପଗ୍ରହ ଉତକ୍ଷେପଣ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ରିଟେନ ଭିତ୍ତିକ ଯୋଗାଯୋଗ ସଂସ୍ଥାର ୫୮୨ ଉପଗ୍ରହ ମହାକାଶରେ ସ୍ଥାପିତ ହୋଇସାରିଛି। ଏହା ପୂର୍ବରୁ ୯ ମାର୍ଚ୍ଚରେ ସ୍ପେସ୍ ଏକ୍ସ ଫାଲକନ୍ ୯ ରକେଟ୍ ମହାକାଶରେ ୱାନୱେବ ସଂସ୍ଥାର ୪୦ ଉପଗ୍ରହ ମହାକାଶରେ ସ୍ଥାପନ କରିଥିଲା। ଇସ୍ରୋ ମିଶନ୍ ୱାନୱେବ (ISRO MIssion One Web) ପାଇଁ ପ୍ରଥମ ପିଢିର ସ୍ପେସ୍ ଲଞ୍ଚ ସମାପ୍ତ କରିବ। 

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ଏଲଭିଏମ ୩ ଉତକ୍ଷେପଣ ଯାନ (LVM 3 Launch Vehicle) ୨୬ ମାର୍ଚ୍ଚରେ ୱାନୱେବ୍ ସଂସ୍ଥାର ୩୬ ଉପଗ୍ରହକୁ (OneWeb Company Satelite) ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ। ୱାନୱେବ ପାଇଁ ଏହା ଇସ୍ରୋ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦ୍ୱିତୀୟ ଲଞ୍ଚ ମିଶନ୍ (ISRO Launch Mission) ହେବ। ଏହାପୂର୍ବରୁ ଗତ ବର୍ଷ ୨୩ ଅକ୍ଟୋବରରେ, ଇସ୍ରୋ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟର (Satish Dhawan Space Centre Sriharikota) ଠାରୁ ୱାନୱେବ ସଂସ୍ଥାର ପ୍ରଥମ ୩୬ ଉପଗ୍ରହ ଉତକ୍ଷେପଣ କରିଥିଲା। ଇସ୍ରୋ ବାଣିଜ୍ୟିକ ଶାଖା 'ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍' ୱାନୱେବ ସହିତ ଦୁଇଟି ପର୍ଯ୍ୟାୟରେ ୭୨ ଉପଗ୍ରହ ଉତକ୍ଷେପଣ କରିବାକୁ ସହମତ ହୋଇଛି​​। ଏନେଇ ହୋଇଥିବା ଏହି ଚୁକ୍ତିନାମା ଅନୁଯାୟୀ ଉପଗ୍ରହ ଉତକ୍ଷେପଣ ମୂଲ୍ୟ ଏକ ହାଜର କୋଟି ଟଙ୍କାରୁ ଅଧିକ ଥିଲା ଏହି ଚୁକ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୃହତ୍ତମ ଉପଗ୍ରହ ଉତକ୍ଷେପଣ ବାଣିଜ୍ୟିକ ଅଗ୍ରୀମ ମଧ୍ୟରୁ ଅନ୍ୟତମ। ଇସ୍ରୋ ଲାଗି ବ୍ୟବସାୟିକ ଦୃଷ୍ଟିକୋଣରୁ 'ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍' ଦ୍ୱାରା ହେଉଥିବା ଏହି ଉପଗ୍ରହ ଉତକ୍ଷପେଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ମହାକାଶ ବ୍ୟବସାୟ ମାଧ୍ୟମରେ ଦେଶକୁ କୋଟି କୋଟି ଡଲାର ଆସିବାର ସମ୍ଭାବନା ମଧ୍ୟ ମଜବୁତ ହୋଇଛି। 'ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍' ହେଉଛି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ବାଣିଜ୍ୟିକ ଶାଖା। ମହାକାଶ ସେବା ଯୋଗାଣ ପାଇଁ ଶିଳ୍ପ ମାଧ୍ୟମରେ ନିର୍ମିତ ରକେଟ୍ ଏବଂ ଉପଗ୍ରହ ହାସଲ କରିବାର ଦାୟିତ୍ୱ ମଧ୍ୟ ରହିଛି। 

ବ୍ରିଟେନ ଯୋଗାଯୋଗ କମ୍ପାନୀ ୱାନୱେବ ପାଇଁ ୩୬ ଉପଗ୍ରହ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଭାରୀ ରକେଟ୍ ମାର୍କ-୩ (Heavy Rocket Mark-3) ମାଧ୍ୟମରେ ଉତକ୍ଷେପଣ କରାଯିବ। ଚଳିତ ବର୍ଷରେ ଏହା ହେଉଛି ଏପରି ଧରଣର ପ୍ରଥମ ରକେଟ ଉତକ୍ଷେପଣ। ଆସନ୍ତା ୨୬ ମାର୍ଚ୍ଚ ସକାଳ ୯.୦୦ ସମୟରେ ଶ୍ରହରୀକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟର ଦ୍ୱିତୀୟ ଲଞ୍ଚ ପ୍ୟାଡ ଠାରୁ ଏହି ରକେଟ୍ ଉତକ୍ଷେପଣ କରାଯିବ। ଏହି ଲଞ୍ଚ ଯାନ ପୂର୍ବରୁ ଇସ୍ରୋ ଏହି ଅଭିଯାନକୁ ଏଲଭିଏମ୩-ଏମ୩/ୱାନୱେବ ଇଣ୍ଡିଆ-୨ ଅଭିଯାନରେ (LVM3-M3/OneWeb India-2 Mission) ନାମିତ କରିଛି। ଏହି ରକେଟ୍ ପୂର୍ବରୁ ଜିଏସଏଲଭି ଏମକେ ଆଇଆଇଆଇ (GSLV MK III) ଭାବରେ ଜଣାଶୁଣା।

ୱାନୱେବ କହିବା କଥା ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମହାକାଶରୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ସାରା ବିଶ୍ୱରେ ଆରମ୍ଭ ହେବ। ସମ୍ପ୍ରତି, ୱାନୱେବ ଆଲାସ୍କା, କାନାଡା, ଗ୍ରୀନଲ୍ୟାଣ୍ଡ, ଯୁକ୍ତରାଜ୍ୟ ଏବଂ ଉତ୍ତର ୟୁରୋପରେ ୫୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଉପରେ ଭାଗରେ ଅବସ୍ଥିତ ଦେଶରେ ଇଣ୍ଟରନେଟ୍ ସେବା ଯୋଗାଉଛି। ୱାନୱେବ ଚଳିତ ବର୍ଷ ଶେଷରେ ଭାରତରେ ଏହାର ସେବା ଆରମ୍ଭ କରିବାକୁ ଯୋଜନା କରିଛି। ତଥାପି ଏଥିପାଇଁ ସମସ୍ତ ନିୟାମକ ଅନୁମୋଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ୱାନୱେବ ଜିଏମପିସିଏସ ଉପଗ୍ରହ ସେବା ପାଇଁ ଭାରତୀୟ ଟେଲିକମ୍ ବିଭାଗରୁ ଏକ ଗ୍ଲୋବାଲ୍ ମୋବାଇଲ୍ ପ୍ରାଇଭେଟ କମ୍ୟୁନିକେସନ୍ ଅନୁମତି ହାସଲ କରିଛି। ଯେହେତୁ ଆମେ ଜାଣୁ ଯେ ଭାରତୀୟ କମ୍ପାନୀ ଭାରତୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ୱାନୱେବ ସଂସ୍ଥାରେ ଅଂଶୀଦାର ରହିଛି। ୱାନୱେବ ମିଶନ ସମାପ୍ତ ହେବା ଭାରତରେ ଡିଜିଟାଲ ବିଭାଜନକୁ ଦୂର କରିବାରେ ବହୁତ ସହାୟକ ହେବ। ୱାନୱେବ ସେବା ଭାରତର ଛୋଟ ସହର ଏବଂ ଗ୍ରାମରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା କମ୍ ମୂଲ୍ୟରେ ଏବଂ ବିନା କୌଣସି ପ୍ରତିବନ୍ଧକରେ ଯୋଗାଇବାରେ ସାହାଯ୍ୟ କରିବ। ଏହା ସହିତ ଇଣ୍ଟରନେଟ୍ ସେବା ଦେଶର କୋଣ ଅନୁକୋଣରେ ଦ୍ରୁତ ଗତିରେ ପହଞ୍ଚିବାରେ ସକ୍ଷମ ହେବ। ଇସ୍ରୋ ଚେୟାରମ୍ୟାନ୍ ତଥା ସଚିବ, ସ୍ପେସ୍ ବିଭାଗ ଏସ୍.ସୋମନାଥ ଏହି ଅଭିଯାନନକୁ ଦେଶ ତଥା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି।