କର୍କଟ-ଉଚ୍ଚ ରକ୍ତଚାପ ଭଳି ରୋଗରୁ ମୁକ୍ତି ଦେଇଥାଏ ଗାଜର
Advertisement

କର୍କଟ-ଉଚ୍ଚ ରକ୍ତଚାପ ଭଳି ରୋଗରୁ ମୁକ୍ତି ଦେଇଥାଏ ଗାଜର

ଯଦି ଆପଣ କମ୍ କିମ୍ବା ଉଚ୍ଚ ରକ୍ତଚାପ ସହିତ ସଂଘର୍ଷ କରୁଛନ୍ତି । ତେବେ ଗାଜର ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ପୋଟାସିୟମ ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ । ଏହାସହ ଏହାକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ ।

କର୍କଟ-ଉଚ୍ଚ ରକ୍ତଚାପ ଭଳି ରୋଗରୁ ମୁକ୍ତି ଦେଇଥାଏ ଗାଜର

ଆଖିର ଦୃଷ୍ଟି ଶକ୍ତି ବଢ଼ାବା ପାଇଁ ଅନେକ ଲୋକ ଗାଜର ଖାଇବାକୁ ପରାମର୍ଶ ଦିଅନ୍ତି । ଏଥିରେ ଥିବା ଭିଟାମିନ୍-ଏ ଆଖି ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ କେବଳ ଭିଟାମିନ୍-ଏ ନୁହେଁ, ଗାଜରରେ ଭିଟାମିନ୍-ଇ ବ୍ୟତୀତ ମିନେରାଲ୍, ଆଣ୍ଟିଅକ୍ସିଡାଣ୍ଟ ସହ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏସବୁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, ମମତା ନା ବିଜେପି?

ଗାଜର ଖାଇବାର ଲାଭ:

ଯଦି ଆପଣ କମ୍ କିମ୍ବା ଉଚ୍ଚ ରକ୍ତଚାପ ସହିତ ସଂଘର୍ଷ କରୁଛନ୍ତି । ତେବେ ଗାଜର ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ପୋଟାସିୟମ ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ । ଏହାସହ ଏହାକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ ।

ଗାଜରରେ ଥିବା କାରିଟୋନାଇଡ୍ ଆପଣଙ୍କ ଶରୀରରେ କର୍କଟ କୋଷର ବିକାଶକୁ ରୋକିଥାଏ । ଏହା କର୍କଟ ରୋଗର ଆଶଙ୍କା ହ୍ରାସ କରିଥାଏ । କେବଳ ଏତିକି ନୁହେଁ, ଏଥିରେ ଥିବା ବିଟା-କ୍ୟାରୋଟିନ୍ ସ୍ତନ କର୍କଟକୁ ମଧ୍ୟ ରୋକିଥାଏ ।

ଅଧିକ ପଢ଼ନ୍ତୁ:-ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ

ଗାଜରରେ ମହଜୁଦ ଥିବା ଆଣ୍ଟିଅକ୍ସିଡାଣ୍ଟ, ବିଟା କ୍ୟାରୋଟିନ୍, ଆଲଫା କ୍ୟାରୋଟିନ୍ ଏବଂ ଲୁଇଟେନ୍ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧିରୁ ରକ୍ଷା କରିଥାଏ । ଏହା ଆପଣଙ୍କ ହୃଦଘାତର ଆଶଙ୍କା ହ୍ରାସ କରିଥାଏ ।

ଅଧିକ ପଢ଼ନ୍ତୁ:-ବୈଜ୍ଞାନିକଙ୍କ ଚେତାବନୀ, ଭବିଷ୍ୟତରେ ଦେଖାଦେବ କୋରୋନା ଠାରୁ ଆହୁରି ବଡ଼ ସଙ୍କଟ!

ଅଧିକ ପଢ଼ନ୍ତୁ:-ଆପଣଙ୍କ କେଶ ଝଡୁଛି କି ? ତେବେ ନିଜ ଖାଇବାରେ ସାମିଲ କରନ୍ତୁ ଏହି ୩ଟି ଜିନିଷ

ଗାଜର ଖାଇବା ଦ୍ୱାରା ଦାନ୍ତ ମଧ୍ୟ ମଜବୁତ ହୋଇଥାଏ । ଗାଜର ଆପଣଙ୍କ ପାଟିରେ ଅଧିକରୁ ଅଧିକ ଲାଳ ତିଆରି କରିଥାଏ । ଲାଳ ଏକ ପ୍ରାକୃତିକ କ୍ଷାରୀୟ ହୋଇଥାଏ । ଏହା ଦାନ୍ତରେ ଜମି ଥିବା ଏସିଡ୍ ଗଠନ ଯୋଗୁଁ ହଳଦିଆପଣ ହୋଇଥାଏ, ଏହାକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ ।

ଏହା ଆପଣଙ୍କୁ କାଶରେ ଆରାମ ଦେଇଥାଏ । ଏଥିପାଇଁ ଆପଣଙ୍କୁ ଏକ ଛୋଟ ମିକ୍ସର୍ ପ୍ରସ୍ତୁତ କରିବାକୁ ପଡିବ । ଗାଜର ରସ ନିଅନ୍ତୁ । ବର୍ତ୍ତମାନ ମିଶ୍ରି ଓ ଗୋଳମରିଚ ମିଶାଇ ପିଅନ୍ତୁ ।