କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରୋକିବା ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ
Advertisement

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରୋକିବା ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ

ସେ କହିଛନ୍ତି ଯେ ଜାନୁୟାରୀ ୧, ୨୦୨୦ ଠାରୁ "ମହଙ୍ଗା ଭତ୍ତା" ଲୋକଙ୍କ ପାଇଁ ଅପୂରଣୀୟ କ୍ଷତି ଘଟାଇପାରେ । କାରଣ ଏପରି ସମୟରେ କୋଭିଡ-19 (COVID 19) ମହାମାରୀ କାୟା ବିସ୍ତାର କରିଚାଲିଛି ।

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରୋକିବା ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ରୋକିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ହିମାଚଳରେ ରହୁଥିବା କର୍କଟ ରୋଗୀ ଅବସରପ୍ରାପ୍ତ ଆର୍ମି ମେଜର ଓମକର ସିଂ ଗୁଲେରିଆ ଏହି ମାମଲାରେ ଯାଚିକା ଦାଖଲ କରିଛନ୍ତି ।

ଏହି ଆବେଦନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ସେବାରତ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଡିଏ ଦେବାକୁ ଦାବି କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, କୌଣସି ବ୍ୟବସାୟ ଗୃହ କିମ୍ବା ଇଣ୍ଡଷ୍ଟ୍ରିଆଲ୍ ୟୁନିଟକୁ କୌଣସି ପ୍ରକାର ଆର୍ଥିକ ସହାୟତା ଦେବା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ।

ଅବସରପ୍ରାପ୍ତ ମେଜର ୬୯ ବର୍ଷିୟ ଗୁଲେରିଆ ଏହି ଯାଚିକାରେ କହିଛନ୍ତି ଯେ, ଭାରତ ସରକାରଙ୍କ ଅର୍ଥ ସଚିଚ, ନୂଆ ଦିଲ୍ଲୀ ମାଧ୍ୟମରେ ଜାରି କରାଯାଇଥିବା ଏହି ଆଦେଶ ମନମୁଖୀ ଏବଂ ଏହା ଲକ୍ଷ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କୁ ପ୍ରଭାବିତ କରିବ । DA ବା ମହଙ୍ଗା ଭତ୍ତାର ବକେୟା ଏପ୍ରିଲ୍ ୨୦୨୦ର ପ୍ରଥମ ସପ୍ତାହରେ ପ୍ରଦାନ କରାଯାଉଥିଲା । କିନ୍ତୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରଦାନ କରାଯାଇ ନଥିଲା । ଏବଂ ୨୦ ଏପ୍ରିଲ୍ ୨୦୨୦ରେ ମହଙ୍ଗା ଭତ୍ତା ଉପରେ ରୋକ ଲଗାଯାଇଥିଲା ।

ସେ କହିଛନ୍ତି ଯେ ଜାନୁୟାରୀ ୧, ୨୦୨୦ ଠାରୁ "ମହଙ୍ଗା ଭତ୍ତା" ଲୋକଙ୍କ ପାଇଁ ଅପୂରଣୀୟ କ୍ଷତି ଘଟାଇପାରେ । କାରଣ ଏପରି ସମୟରେ କୋଭିଡ-19 (COVID 19) ମହାମାରୀ କାୟା ବିସ୍ତାର କରିଚାଲିଛି ।