Acid attack survivor kafi 10th topper: କିଛି ଦିନ ଏମ୍ସରେ ଚିକିତ୍ସିତ ହେବା ପରେ କାଫି କେବେ ଦୃଷ୍ଟିଶକ୍ତି ଫେରି ପାଇବେ ନାହିଁ ବୋଲି ଡ଼ାକ୍ତର କହିଥିଲେ । ପରେ ୨୦୧୯ ମସିହାରେ ନ୍ୟାୟ ଲାଗି କାଫିଙ୍କ ବାପା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଏହି ମାମଲାକୁ ଗୁରୁତ୍ବର ସହ ନ ନେବାରୁ ମାତ୍ର ୨ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ଅପରାଧିମାନେ ସହଜରେ ଜେଲରୁ ମୁକୁଳି ଯାଇଥିଲେ ।
Trending Photos
Acid attack survivor kafi 10th topper: କୁହାଯାଏ ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ମଧ୍ଯ ସମ୍ଭବ ହୋଇଥାଏ । ଦୃଢ ମନୋବଳ ଆଗରେ ହାର ମାନିଥାଏ ସବୁ ବିପତ୍ତି । ଇଚ୍ଛା ହିଁ ମନୁଷ୍ୟର ଏକମାତ୍ର ଶକ୍ତି ଯାହା ତାହାକୁ ପରାଜୟ ଉପରେ ବିଜୟ ଲାଗି ପ୍ରେରିତ କରିଥାଏ, ଆଉ ଏହା ଫଳରେ ସଫଳତାର ନୂଆ ନୂଆ ଶିଡ଼ି ଚଢିଥାଏ ମଣିଷ । ତେବେ ଏହି ଉକ୍ତିକୁ ବାସ୍ତବରେ ସତ ପ୍ରମାଣିତ କରିଛନ୍ତି ଦିବ୍ୟାଙ୍ଗ ଏସିଡ଼ ପୀଡ଼ିତା କାଫି । କଅଁଳ ବୟସରେ ଦୁନିଆକୁ ଭଲ କରି ଦେଖିବା ଆଗରୁ ତାଙ୍କ ଉପରେ ହୋଇଥିଲା ଏସିଡ଼ ଆକ୍ରମଣ । ଏସିଡ଼ ମାଡ଼ରେ (Acid attack) କାଫି ନିଜର ଦୁଇଟି ଆଖି ମଧ୍ଯ ହରାଇଥିଲେ । ଶାରିରୀକ ଅକ୍ଷମତାକୁ ଭୁକ୍ଷେପ ନ କରି ସେ ଆଜି ହୋଇଛନ୍ତି ଦଶମ ଶ୍ରେଣୀ ଟପ୍ପର । ଆଜ୍ଞା ହିଁ, ଆଶ୍ଚର୍ଯ୍ୟ ମନେ ହେଉଥିବା ଏହି ଘଟଣା ବାସ୍ତବରେ ଖୁବ ପ୍ରେରଣାଦାୟୀ ।
ସୂଚନା ଅନୁଯାୟୀ, ହରିୟାଣାର ଝିଅ କାଫିଙ୍କୁ ଯେତେବେଳେ ୩ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ସହ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା । କଅଁଳ ଆଖିରେ ଦୁନିଆକୁ ଭଲ କରି ଦେଖିବା ଆଗରୁ ଦାଉ ସାଜିଥିଲେ ରାକ୍ଷସରୂପୀ ପଡ଼ୋଶୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରର ପାଖର କିଛି ଅସହିଷ୍ୁ ଲୋକେ କାଫିଙ୍କ ଉପରେ ଏସିଡ଼ ଢାଳି (Acid attack )ଦେଇଥିଲେ । ଏସିଡ଼ ମୁଣ୍ତ ଓ ମୁହଁରେ ପଡ଼ିଥିବାରୁ କାଫିଙ୍କ ଦୁଇଟି ଆଖି ଓ ମୁହଁ ସମୂର୍ଣ୍ଣ ପୋଡ଼ିଯାଇଥିଲା । ଏତେ ସବୁ ପରି ବି ହାର ମାନିଥିଲେ କାଫି ଓ ତାଙ୍କ ବାପା ଓ ମାଆ । ଅଦମ୍ୟ ସାହସ ଓ ଧୈର୍ଯ୍ୟ ଏବେ ତାଙ୍କ ଜୀବନରେ ସଫଳତା ଆଣି ଦେଇଛି । ସେହି କୁନି ଝିଅ କାଫିଙ୍କୁ ବର୍ତ୍ତମାନ ୧୫ ବର୍ଷ ବୟସ ହୋଇଛି । ନିକଟରେ ପ୍ରକାଶ ପାଇଥିବା ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ (CBSE Class 10th Result) ନିଜ ସ୍କୁଲରେ ଟପ୍ପର ହୋଇଛନ୍ତି ଏସିଡ଼ ପୀଡ଼ିତା । ସେ ମୋଟ ୯୫.୨୦ ପ୍ରତିଶତ ନମ୍ବର ରଖିଛନ୍ତି । ହରିୟାଣା ହିସାରେ ରହୁଥିବା କାଫି ହୋଲି ଖେଳିବା ସମୟରେ ପଡ଼ୋଶୀ ତାଙ୍କ ଉପରେ ଏସିଡ଼ ଢାଳି ଦେଇଥିଲେ । ଫଳରେ ଛୋଟ ବୟସରୁ ଦୃଷ୍ଟିଶକ୍ତି ହରାଇଥିଲେ କାଫି । ସେପଟେ ମେଡ଼ିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମାଆ ଓ ବାପା । ଲୁହା ଦୋକାନରୁ ଯାହା ଦୁଇ ପଇସା ରୋଜଗାର ହେଉଥିଲା ତାହା କାଫିଙ୍କ ଚିକିତ୍ସାରେ ଖର୍ଚ୍ଚ ହେଉଥିଲା । ଏମିତିକି ଜମିବାଡ଼ି ବିକି ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ବି ଦୃଷ୍ଟିଶକ୍ତି ଫେରି ପାଇନଥିଲେ କାଫି ।
ଏହା ବି ପଢନ୍ତୁ-MS Dhoni: ଶେଷ ଆଇପିଏଲ ସିଜନ୍ ଖେଳୁଛନ୍ତି କି ଧୋନୀ? ଗାଭାସ୍କରଙ୍କ ଅଟୋଗ୍ରାଫ ଦେଲା କିଛି ଏଭଳି ସଙ୍କେତ
କିଛି ଦିନ ଏମ୍ସରେ ଚିକିତ୍ସିତ ହେବା ପରେ କାଫି କେବେ ଦୃଷ୍ଟିଶକ୍ତି ଫେରି ପାଇବେ ନାହିଁ ବୋଲି ଡ଼ାକ୍ତର କହିଥିଲେ । ପରେ ୨୦୧୯ ମସିହାରେ ନ୍ୟାୟ ଲାଗି କାଫିଙ୍କ ବାପା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଏହି ମାମଲାକୁ ଗୁରୁତ୍ବର ସହ ନ ନେବାରୁ ମାତ୍ର ୨ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ଅପରାଧିମାନେ ସହଜରେ ଜେଲରୁ ମୁକୁଳି ଯାଇଥିଲେ । ନ୍ୟାୟ ଉପରୁ ବିଶ୍ବାସ ହଟିବା ପରେ କାଫିଙ୍କ ମାଆ ଓ ବାପା ସ୍କୁଲରେ ତାଙ୍କ ନାମ ଲେଖାଇଥିଲେ । ଦୃଷ୍ଚି ଶକ୍ତି ନଥିବାରୁ କାଫି ପିଲାଙ୍କ ପଛରେ ପଡ଼ିଥିଲେ । ଏନେଇ ଚିନ୍ତିତ ହୋଇ ବାପା ଓ ମାଆ କାଫିଙ୍କୁ ଚଣ୍ତଗଡ଼ ଚାଲିଯାଇଥିଲେ । ସେଠାରେ ଥିବା “ଇନଷ୍ଟିଚ୍ୟୁଟ୍ ଫର ବ୍ଲାଇଣ୍ତ”ରେ କାଫିଙ୍କ ନାମ ଲେଖା ହୋଇଥିଲା । ପାଠପଢାରେ କାଫିଙ୍କ ଆଗ୍ରହ ଦେଖି ସ୍କୁଲର ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ବ୍ରେଲି ଲିଖତ ପୁସ୍ତକ ବ୍ୟତୀତ ପୁସ୍ତକ ସମ୍ପର୍କୀତ ଭିଡ଼ିଓ ଓ ଅନ୍ୟ ଡ଼ିଜିଟାଲ ଫ୍ଲାଟଫର୍ମ ମାଧ୍ୟମରେ ସେ ପାଠ ପଢା ଜାରି ରଖିଥିଲେ। ନିଜର ଦୃଢ ଇଚ୍ଛା ଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଆଜି ବାପା ଓ ମାଆଙ୍କୁ ଗୌରବାନୀତ୍ବ କରିଛନ୍ତି କାଫି । ଝିଅର ଏହି ସଫଳତାରେ ମାଆ ଓ ବାପା ବେଶ ଖୁସି ଥିବା କହିଛନ୍ତି । ଭବିଷ୍ୟତରେ କାଫି ଜଣେ ଆଇଏଏସ୍ (IAS) ହେବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି ।