ନୂଆଦିଲ୍ଲୀ: ସ୍ୱାଧିନ ଭାରତର ସେନା ବାହିନୀ ଇତିହାସରେ ପ୍ରଥମ ଥର ଲାଗି CDS ଭାବେ ନିଯୁକ୍ତ ହୋଇଥିଲା ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଗତ ବର୍ଷ ଜାନୁଆରୀ ୧ ତାରିଖରେ ଦେଶର ପ୍ରଥମ CDS ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଜେନେରାଲ ରାୱତ। ଯଦି ପୂର୍ବରୁ CDS ପଦ ରହିଥିଲା ମାତ୍ର କୌଣସି ସେନା ଅଧିକାରୀ ଏହି ଦାୟିତ୍ୱ ନିର୍ବାହ କରୁନଥିଲେ।


COMMERCIAL BREAK
SCROLL TO CONTINUE READING

CDS କ’ଣ, ଏହାର କାର୍ଯ୍ୟ କ’ଣ ଏବଂ ଦେଶ ସେନା ବାହିନୀରେ ଏହି ପଦର ଆବଶ୍ୟକତା କାହିଁକି ପଡିଲା?


ଗତ ୨୦୧୯ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି CDS ଅର୍ଥାତ Chief of Defence Staff  ନିଯୁକ୍ତି ବାବଦରେ ଆଲୋଚନା କରିଥିଲେ। ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ସେନାରେ CDS ଭଳି ଏକ ନୂତନ ପଦ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦେଶର ସ୍ଥଳ, ଜଳ, ବାୟୁ ସେନାର ମୁଖ୍ୟ ହେବ। 


Also Read: IAF Plane Crash: ୮ ମାସରେ ଘଟିଲାଣି ୫ ବଡ଼ ଦୁର୍ଘଟଣା, ପଢନ୍ତୁ ପୁରା ରିପୋର୍ଟ



ଦେଶର ସେନା ବାହିନୀରେ CDS ନିଯୁକ୍ତି ଲାଗି ଅନେକ ଥର ଦାବି ହୋଇସାରିଛି। ୧୯୯୯ ମସିହାରେ ହୋଇଥିବା ଐତିହାସିକ କାର୍ଗିଲ ଯୁଦ୍ଧ ସମୟରେ ଏହି ପଦର ଗୁରୁତ୍ୱ କ'ଣ ତାହା ଜଣାପଡିଥିଲା। ସେନାରେ CDS ଭଳି ସୈନ୍ୟ ଅଧିକାରୀ ନିଯୁକ୍ତ କରିବାର ଉଦ୍ଦେଶ୍ୟ ହେଉଛି ଦେଶର ସ୍ଥଳ, ଜଳ, ବାୟୁ ସେନାକୁ ଅଧିକ ସୁସଙ୍ଗଠିତ କରାଯାଇପାରିବ। ଯାହା ଦ୍ୱାରା ଯୁଦ୍ଧ ଭଳି ପରିସ୍ଥିତିରେ ଉନ୍ନତ ସାମରିକ ରଣନୀତି ପ୍ରସ୍ତୁତ କରିବାରେ ତିନି ବାହିନୀକୁ ବ୍ୟବହାର କରିହେବ।


CDS କ’ଣ?
CDS ହେଉଛି ସେହି ପଦ ଯେଉଁଥିରେ ନିଯୁକ୍ତ ହୋଇଥିବା ବ୍ୟକ୍ତି ସିଧାସଳଖ ସୈନ୍ୟବାହିନୀ ବାବଦରେ ସରକାରଙ୍କୁ ପରାମର୍ଶ ଦେବେ। CDS ଦେଶର ସ୍ଥଳ, ଜଳ, ବାୟୁ ସେନା ସହ ଜଡିତ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେଇପାରିବେ। ଏହା ଦ୍ୱାରା ତିନି ବାହିନୀ ପରସ୍ପର ସହିତ ଜଡି଼ତ ରହିପାରିବେ। ଏହି ପଦରେ ଜଣେ Five Star Militaray Offcer ଙ୍କୁ ନିଯୁକ୍ତ କରାଯାଏ।


CDS ପଦର ଆବଶ୍ୟକତା କାହିଁକି ପଡିଲା?
ଦୀର୍ଘ ସମୟ ଧରି ଅନୁଭବ କରାଯାଉଥିଲା ଯେ ସେନାରେ ଏକ ବୃତ୍ତିଗତ ସଂସ୍ଥା ରହିବା ଆବଶ୍ୟକ ଯାହା ତିନି ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ କାର୍ଯ୍ୟ କରିବ ଏବଂ ସେନା ସହ ଜଡି଼ତ କୌଣସି ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ  ପରାମର୍ଶ ଦେଇପାରିବ।



Also Read: IAF Helicopter Crash: ଜାଣନ୍ତୁ ପୁରା ଘଟଣାକ୍ରମ


ଗତ ୧୯୯୯ ମସିହାରେ ହୋଇଥିବା କାର୍ଗିଲ୍ ଯୁଦ୍ଧ ପରେ ପ୍ରଥମ ଥର ଲାଗି ସେନା ବାହିନୀ CDS ନିଯୁକ୍ତି ଲାଗି ସୁପାରିଶ କରାଯାଇଥିଲା। ଏହି ଯୁଦ୍ଧ ପରେ ଏକ କମିଟି ଗଠନ କରାଯାଇଥିଲା ଯେଉଁଥିରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିର ସମୀକ୍ଷା କରାଯାଇଥିଲା ଏବଂ ଦେଶର ତିନି ସେନା ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି CDS ନିଯୁକ୍ତ ହେବା ଆବଶ୍ୟକ। କମିଟି ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଏହି ପଦରେ ଜଣେ Five Star Militaray Offcer ଙ୍କୁ ନିଯୁକ୍ତ କରିବା ଆବଶ୍ୟକ। ଯିଏ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନ୍ୟ ମାମଲାରେ ସିଧାସଳଖ ଆଲୋଚନା କରିପାରିବେ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କାର୍ଗିଲ ଯୁଦ୍ଧ ସମୟରେ ତିନି ସେନା ମଧ୍ୟରେ ସମନ୍ୱୟର ଅଭାବ ରହିଥିଲା।