ମୃତକଙ୍କ ଚିହ୍ନଟ ପ୍ରକ୍ରିୟା DNA ପରୀକ୍ଷା ଦ୍ୱାରା କରାଯିବ।
Trending Photos
ନୂଆଦିଲ୍ଲୀ: ବୁଧବାର ତାମିଲନାଡ଼ୁର ପାହାଡ଼ିଆ ଜିଲ୍ଲା ନୀଳଗିରିର କୁନ୍ନୁର ଠାରେ ଏକ ସେନା ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। Mi-17V5 ନାମକ ଏକ ସେନା ବିମାନରେ ସିଡିଏସ ବିପିନ ରାଓୱଙ୍କ ସମେତ ମୋଟ ୧୪ ଜଣ ଲୋକ ଏହି ହେଲିକ୍ୟାପ୍ଟର ଯୋଗେ ଯାତ୍ରା କରୁଥିଲେ। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା DNA ପରୀକ୍ଷା ଦ୍ୱାରା କରାଯିବ।
IAF Mi-17V5 ହେଲିକ୍ୟାପ୍ଚର ଦୁର୍ଘଟଣା ସମ୍ପର୍କରେ ଭାରତୀୟ ବାୟୁ ସେନା (Indian Air Force) ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏନେଇ କୁହାଯାଇଛି ଏହି ହେଲିକ୍ୟାପ୍ଟର ସୁଲୁର ବାୟୁସେନା ଘାଟିରୁ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ କଲେଜ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା। ଘନ କୁହୁଡ଼ି କାରଣରୁ ନଞ୍ଜପ୍ପନଚଥିରାମ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଏକ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଯେଉଁଠାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହା ହେଉଛି ଏକ ଜଙ୍ଗଲ ଅଞ୍ଚଳ। ଘଟଣା ସମ୍ପର୍କରେ ଜଣାପଡି଼ବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବାୟୁ ସେନା ପକ୍ଷରୁ କୁହାଯାଇଛି।
Also Read: IAF Plane Crash: ୮ ମାସରେ ଘଟିଲାଣି ୫ ବଡ଼ ଦୁର୍ଘଟଣା, ପଢନ୍ତୁ ପୁରା ରିପୋର୍ଟ
ଜାଣନ୍ତୁ IAF Mi-17V5 ହେଲିକ୍ୟାପ୍ଚର ଦୁର୍ଘଟଣାଗ୍ରସ୍ତ ହେବାର ପୁରା ଘଟଣାକ୍ରମ
ବିମାନରେ କେଉଁମାନେ କରୁଥିଲେ ଯାତ୍ରା?