କଠୋର ହେଲା କେନ୍ଦ୍ର; ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
କ୍ରମଣକାରୀଙ୍କ ବିରୋଧରେ ଏତଲା ହେବା ଉଚିତ୍ ଏବଂ ଏପରି ମାମଲାଗୁଡ଼ିକ ଫାଷ୍ଟ ଟ୍ରାକ କରାଯିବା ଉଚିତ୍। ଯେଉଁଠାରେ ପ୍ରଯୁଜ୍ୟ ସେଠାରେ ମହାମାରୀ ଅଧିନିୟମ, ୨୦୨୦ର ବ୍ୟବହାର କରିପାରିବେ ବୋଲି ଗୃହ ସଚିବ ଅଜୟ ଭଲ୍ଲା , ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ ପ୍ରଶାସକମାନଙ୍କୁ ଏକ ଚିଠିରେ ଲେଖିଛନ୍ତି।
ନୂଆଦିଲ୍ଲୀ: ସାବାଡ ହେବେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକାରୀ। ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ହିଂସା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ସଚିବ ଅଜୟ ଭଲ୍ଲା ଅନୁରୋଧ କରିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ, ଯେଉଁମାନେ ସ୍ୱାସ୍ଥ୍ୟକର୍ମୀ (Health Workers) ଙ୍କୁ ଆକ୍ରମଣ କରନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଆକ୍ରମଣକାରୀଙ୍କ ବିରୋଧରେ ଏତଲା ହେବା ଉଚିତ୍ ଏବଂ ଏପରି ମାମଲାଗୁଡ଼ିକ ଫାଷ୍ଟ ଟ୍ରାକ କରାଯିବା ଉଚିତ୍। ଯେଉଁଠାରେ ପ୍ରଯୁଜ୍ୟ ସେଠାରେ ମହାମାରୀ ଅଧିନିୟମ, ୨୦୨୦ର ବ୍ୟବହାର କରିପାରିବେ ବୋଲି ଗୃହ ସଚିବ ଅଜୟ ଭଲ୍ଲା , ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ ପ୍ରଶାସକମାନଙ୍କୁ ଏକ ଚିଠିରେ ଲେଖିଛନ୍ତି।
Also Read: କୋରୋନାର ତୃତୀୟ ଲହରକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କଥା କହିଲେ AIIMS ନିର୍ଦ୍ଦେଶକ
ସୋସିଆଲ ମିଡିଆରେ ଯେକୌଣସି ଆପତ୍ତିଜନକ ବିଷୟବସ୍ତୁ ଉପରେ ତୀକ୍ଷ୍ଣ ନଜର ରଖିବାକୁ କେନ୍ଦ୍ର (Modi Govt) ଅନୁରୋଧ କରିଛି। ଏଥିସହ ଡାକ୍ତରଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସକ୍ରିୟ ଭାବରେ ଜଡିତ ହେବାକୁ କେନ୍ଦ୍ର ସରକାର, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଅପିଲ କରିଛନ୍ତି। ଦିନକ ପୂର୍ବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରି ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ ହିଂସାରୁ ରକ୍ଷା କରିବା ପାଇଁ ଏକ କେନ୍ଦ୍ରୀୟ ଆଇନ କାର୍ଯ୍ୟକାରୀ କରିବାକୁ ଦାବି କରିଛି।
ଗୃହ ସଚିବ (Ajay Bhalla) ଚିଠିରେ ଏହା ମଧ୍ୟ କହିଛନ୍ତି ଯେ, ଏପ୍ରିଲ୍ ୨୭ ଏବଂ ଜୁନ୍ ୯ ତାରିଖର ପୂର୍ବ ପରାମର୍ଶରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇବା ସହ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା, ପରିସରକୁ ନିୟନ୍ତ୍ରିତ ତଥା ସୀମିତ ପ୍ରବେଶ, କ୍ୱିକ୍ ରିଆକସନ୍ ପୋଲିସ୍ ଟିମ୍ ନିୟୋଜନ ଭଳି ପ୍ରତିକାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ସମ୍ବେଦନଶୀଳ ସ୍ଥାନରେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତା ନେବା ସହ ନିୟମିତ ମନିଟରିଂ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ।
Also Read: UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'
ସୂଚନାଯୋଗ୍ୟ, ଦେଶର ବିଭିନ୍ନ ସ୍ଥାନରେ ହସ୍ପିଟାଲର କୋଭିଡ ୱାର୍ଡରେ ସେବା କରୁଥିବା ଡାକ୍ତରଙ୍କ ବିରୋଧରେ ଅନେକ ଥର ହିଂସା ଘଟିଛି। ବିହାର, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ସେମାନଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। କେବଳ ପୁରୁଷ ନୁହଁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଛି। ବୁଧବାର ଆଇଏମଏ କହିଛି ଯେ କୋଭିଡ ମହାମାରୀର ଦ୍ୱିତୀୟ ଲହର ସମୟରେ ପ୍ରାୟ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି।