UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'
Advertisement
Article Detail0/zeeodisha/odisha924180

UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'

ବେଆଇନ ଅନୁପ୍ରବେଶକାରୀଙ୍କୁ କାଶ୍ମୀର ଘାଟି, ଜାମୁ କିମ୍ବା ଦେଶର ବିଭିନ୍ନ ସ୍ଥାନରେ ବସାଇବା ପଛରେ ଏକ ଭୟାନକ ଷଡଯନ୍ତ୍ର ରହିଛି।

UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'

ନୂଆଦିଲ୍ଲୀ: ଆଶ୍ରୟ ପରେ ଏବେ ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି ବିଗତ କିଛି ବର୍ଷ ଧରି ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀ। ଯାହାକୁ ନେଇ ସତର୍କ ହୋଇଉଠିଛି ରାଜ୍ୟ ପୋଲିସ ପ୍ରଶାସନ। ଆଗକୁ ସେମାନଙ୍କ ପଟୁ ଆସିବାକୁ ଥିବା ସାମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଉତ୍ତର ପ୍ରଦେଶ ପୋଲିସ। 

ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ (Uttar Pradesh) ୟୁପି ବିଧାନସଭା ନିର୍ବାଚନ (UP Assembly Poll 2022) । ହେଲେ ଏହା ପୂର୍ବରୁ ରାଜ୍ୟରେ ବେଆଇନ ଭାବେ ବସବାସ କରୁଥିବା ବେଆଇନ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ (Illegal Rohingya Infiltrators) ରାଜ୍ୟରୁ ବିତାଡିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏକ ଅଭିଯାନ କାର୍ଯ୍ୟକାରୀ କରିଛି ୟୁପି ପୋଲିସ (UP Police) ବାହିନୀ ଅଧିନସ୍ଥ ଆତଙ୍କବାଦ ନିରୋଧି ବଳ-ଏଟିଏସ (Anti Terrorism Squad-ATS)। ଯାହାର ନାଁ ହେଉଛି ଅପରେସନ ରୋହିଙ୍ଗ୍ୟା (Operation Rohingya)। 

Also Read: Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

ଏହି ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଯାଇ ଜୁନ ୧୮ ତାରିଖ ଶୁକ୍ରବାର ୪ ରୋହିଙ୍ଗ୍ୟା ମୁସଲମାନଙ୍କୁ (Rohingya Muslim) ରାଜ୍ୟର ମେରଠ (Meerut) ଜିଲ୍ଲାର ଅଲ୍ଲୀପୁର ଗ୍ରାମ ଏବଂ ବୁଲନ୍ଦସହର (Bulandshahr) ଅଞ୍ଚଳରୁ ଗିରଫ କରିଛି ୟୁପି ଏଟିଏସ।           

ଗିରଫ ହୋଇଥିବା ଜଣେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ହାଫିଜ ଶଫିକ ପୋଲିସ ଆଗରେ କହିଛି ସେ ମିଆଁମାରରୁ (Myanmar) ରୋହିଙ୍ଗ୍ୟା ମୁସଲମାନଙ୍କୁ ଉତ୍ତର ପ୍ରଦେଶ ଆଣିଥାଏ। ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିବା ପରେ ଏହି ବେଆଇନ ପ୍ରବେଶକାରୀଙ୍କ ମିଥ୍ୟ ପରିଚୟପତ୍ର ବନାଯାଇଥାଏ। ସେମାନଙ୍କୁ ଆଣିବା ଲାଗି ଯେଉଁ ପଇସା ମିଳିଥାଏ ତାହାକୁ ଦେଶ ବିରୋଧି କାର୍ଯ୍ୟରେ ଲଗାଯାଏ। ଏହି ଅନୁପ୍ରବେଶକାରୀ ଦେଶର ଅନେକ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଜଡି଼ତ ରହୁଥିବାର ପ୍ରମାଣ ସୁରକ୍ଷା ବାହିନୀକୁ ମିଳିସାରିଛି।

ମେରଠ ଜିଲ୍ଲାର ଅଲ୍ଲୀପୁର ଗ୍ରାମରୁ ହାଜି ଶଫିକ ନାମକ ଜଣେ ବେଆଇନ ରୋହିଙ୍ଗ୍ୟା ମୁସଲିମ ଅନୁପ୍ରବେଶକାରୀକୁ ଗିରଫ କରାଯାଇଥିଲା। ଏ ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ପୂର୍ବରେ ଗାଁରେ ବହୁତ ସଂଖ୍ୟାରେ ବେଆଇନ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ରହୁଥିଲେ। ସମୟ ଅତିକ୍ରମ କରିବା ସହ ସେମାନଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଏହି ବିଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବିତା କରିବା ଲାଗି ୟୁପି ଏଟିଏସ ପକ୍ଷରୁ କରାଯାଇଥିବା ଏହି ଅଭିଯାନ ଏତେ ଗୋପନୀୟ ରହିଥିଲା ଯେ ଏ ବାବଦରେ ସାମାନ୍ୟତମ ସୁରାକ ଗ୍ରାମବାସୀଙ୍କୁ ମିଳିନଥିଲା।     

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ୟୁପି ଏଟିଏସ ପକ୍ଷରୁ ଚାଲୁଥିବା ଏହି ଅଭିଯାନକୁ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ଯେଉଁ ଗ୍ରାମରୁ ଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା ସେହି ଗ୍ରାମରେ ହିନ୍ଦୁଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକ  ବସବାସ କରିଥାନ୍ତି। ଆଗକୁ ନିର୍ବାଚନ ରହିଥିବାରୁ ଏହି ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ରାଜ୍ୟକୁ ଆଣିବା ପଛରେ କାରଣ କ'ଣ ତାହାକୁ ବିଭିନ୍ନ ଚର୍ଚ୍ଚା ଜାରି ରହିଛି।      

ଦେଶକୁ କେମିତି ଆସିଲେ ରୋହିଙ୍ଗ୍ୟା? 

ଗତ ୧୯୮୬ ମସିହାରେ ସର୍ବପ୍ରଥମେ ଏକ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ପରିବାର ପାକିସ୍ତାନ (Pakistan) ସୀମା ଅତିକ୍ରମ କରି ଜମୁ (Jammu) ଅଞ୍ଚଳରେ ବେଆଇନ ଅନୁପ୍ରବେଶ କରିଥିଲେ। ହେଲେ ସେମାନଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଥିଲା। ହେଲେ ଏନେଇ ହୋଇଥିବା ଅଭିଯୋଗ ଆଧାରରେ ସେଠାକାର ତତ୍କାଳୀନ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଅବିଭକ୍ତ ଜମ୍ମୁ କାଶ୍ମୀରରେ ଶାସନ କରିଥିବା ଏନସି (NC), କଂଗ୍ରେସ (Congress), ପିଡିପି (PDP) ଭଳି ଦଳର ସରକାର ଏ ଘଟଣାରେ ନୀରବତା ଅବଲମ୍ବନ କରିଥିଲେ।

ସେବେଠାରୁ ସରକାରୀ ସଂରକ୍ଷଣରେ କାଶ୍ମୀର ଘାଟିରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ବସାଇବା କାମ ଆରମ୍ଭ ହୋଇଯାଇଥିଲା। ଏକ ଆକଳନ ଅନୁସାରେ ଜମ୍ମୁର ୩୯ ଅଞ୍ଚଳରେ ୬୫୮୩ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ରହୁଥିବା ଜଣାପଡିଛି। ଏପରିକି ସେମାନଙ୍କ ୨୫-୩୦ ହଜାର ହେବ ବୋଲି ଅନୁମାନ କରାଯାଉଛି। ଜମୁକୁ ଛାଡି କଠୁଆ, ସାମ୍ବା ପ୍ରଭୃତି ଅଞ୍ଚଳରେ ୨୦୦୮-୨୦୧୬ ବର୍ଷ ମଧ୍ୟରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସଂଖ୍ୟା ବ୍ୟାପକ ମାତ୍ରାରେ ବଢିଛି। 

Also Read: India ଛାଡିବେ Rohingya; ପୁଣି ଫେରିଯିବେ Myanmar

ଜମ୍ମୁ ସ୍ଥିତ ନରୱାଲ ବାଲା ଅଞ୍ଚଳର ରୋହିଙ୍ଗ୍ୟା ବସ୍ତିରେ ରହୁଥିବା ନାଜିମ ନାମକ ଅନୁପ୍ରବେଶକାରୀ ଗତ ୨୦୧୨ ବର୍ଷରେ ନିଜ ପରିବାର ସହ ଏଠାକୁ ଆସିଥିଲା। ବର୍ତ୍ତମାନ ନାଜିମ ପରିବାରରେ ୫୭ ଜଣ ସଦସ୍ୟ ଅଛନ୍ତି। ଏଠାରେ ସେ ବିବାହ କରିବା ସହ ଛୋଟ ମୋଟ କାମ ଧନ୍ଦା କରି ରହୁଛି। ନାଜିମ ଭଳି ଏପରି ଅନେକ ରୋହିଙ୍ଗ୍ୟା ଏଠାରେ ରହୁଛନ୍ତି। ଏଥିରୁ ଅନୁମାନ ଲଗାଯାଇପାରେ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସଂଖ୍ୟା କେତେ ଦ୍ରୁତ ଗତିରେ ବୃଦ୍ଧି ପାଉଛି।    

ଏହି ବେଆଇନ ଅନୁପ୍ରବେଶକାରୀଙ୍କୁ କାଶ୍ମୀର ଘାଟି, ଜାମୁ କିମ୍ବା ଦେଶର ବିଭିନ୍ନ ସ୍ଥାନରେ ବସାଇବା ପଛରେ ଏକ ଭୟାନକ ଷଡଯନ୍ତ୍ର ରହିଛି। ଏପରି ଅନେକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏହି ଅନୁପ୍ରବେଶକାରୀଙ୍କ ପାଇଁ ମିଳିତ ଜାତିସଂଘ ମାନବାଧିକାର ପରିଷଦ (United Nations Human Rights Council) ଦିଆଯାଇଥିବା ନକଲି ୟୁଏନଏଚଆରସି ଶରଣାର୍ଥୀ କାର୍ଡ (UNHRC Refugee Card) ବନାଇ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି। ସେମାନେ ରହୁଥିବାରେ ବସ୍ତିରେ ମାଦ୍ରାସା ମଧ୍ୟ ରହିଛି। ଯାହାକୁ କାଶ୍ମୀରର ବିଭିନ୍ନ ସଂସ୍ଥା ପକ୍ଷରୁ ସହାୟତା ଦିଆଯାଉଛି। 

Also Read: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ

ଯେତେବେଳେ ଏ ଘଟଣା ବାବଦରେ  ଜଣାପଡିଲା ସେତେବେଳେ ଜମୁ କାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାର ଯାଞ୍ଚ କରାଯାଇଥିଲା। ଯାହା ଦ୍ୱାରା ୧୯୨ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ କଠୁଆ ଜେଲ ପରିସରରଲେ ବନାଯାଇଥିବା ହୋଲ୍ଡି ସେଣ୍ଟର ଠାରେ ନିର୍ବାସନ ପାଇଁ ରଖାଯାଇଥିଲା। ହେଲେ ଏହି କୋରୋନା କାରଣରୁ ଏହି ପ୍ରକ୍ରିୟା ବନ୍ଦ ରହିଛି। ଜମୁ ସମେତ କାଶ୍ମୀର ଘାଟିର ବିଭିନ୍ନ ଅଞ୍ଚଳରେ ରହୁଥିବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀ  ମାନବ ଚାଲାଣ, ଆତଙ୍କବାଦୀଙ୍କୁ ସହଯୋଗ, ନିଶା ଦ୍ରବ୍ୟ କାରବାର ସମେତ ବିଭିନ୍ନ ଅପାରାଧିକ କାର୍ଯ୍ୟରେ ଜଡିତ ରହିଥିବା ନେଇ ଅଭିଯୋଗ ଦାଏର ହୋଇସାରିଛି। ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଜଣେ ରୋହିଙ୍ଗ୍ୟା ଆତଙ୍କୀ (Rohingya Terrorist) ପାକିସ୍ତାନ (Pakistan) ମାଟିରୁ ପରିଚାଳିତ ହେଉଥିବା ଲସ୍କର ଏ ତୋଇବା-ଏଲଇଟି (Lashkar-e-Taiba-LeT) ଆତଙ୍କବାଦୀ ସଙ୍ଗଠନ ସହ ଯୋଗାଯୋଗରେ ରହିଥିବା ଜଣାପଡି଼ଥିଲା।